ଦଶହରା ଦିନ ଷୋହଳ ହଜାର ଆଠଗୋଟି ପଦ୍ମଫୁଲରେ ଦେବୀ ସୁରେଶ୍ୱରୀଙ୍କ ପଦ୍ମବେଶ* ଅପୂର୍ବ ପଦ୍ମାଭିଷେକ ରୂପ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କୁ ଆମନ୍ତ୍ରଣ
ଦଶହରା ଦିନ ଷୋହଳ ହଜାର ଆଠଗୋଟି ପଦ୍ମଫୁଲରେ ଦେବୀ ସୁରେଶ୍ୱରୀଙ୍କ ପଦ୍ମବେଶ;ଅପୂର୍ବ ପଦ୍ମାଭିଷେକ ରୂପ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କୁ ଆମନ୍ତ୍ରଣ
ସ୍ଵରାଜ ବାର୍ତ୍ତା/ସୁବର୍ଣ୍ଣପୁର :- (ମହାଦେବ ମଲ୍ଲିକ )ଶାକ୍ତ ସଂସ୍କୃତିର ଅନନ୍ୟ ମାଟି ସୁବର୍ଣ୍ଣପୁରର ଅଧିଷ୍ଠାତ୍ରୀ ଦେବୀ ସୁରେଶ୍ୱରୀ ଆଗାମୀ ଦଶହରା ଦିନ ଅପୂର୍ବ ପଦ୍ମବେଶରେ ଭକ୍ତଙ୍କୁ ଦର୍ଶନ ଦେବେ । ଦେବୀ ସୁରେଶ୍ୱରୀଙ୍କ ଏହି ମହାର୍ଘ ପଦ୍ମାଭିଷେକ ବେଶରେ ଷୋହଳ ହଜାର ଆଠ ପଦ୍ମଫୁଲ ଲାଗିବାକୁଥିବାବେଳେ ପଟାଭାଡ଼ିସ୍ଥିତ ରାମ ମନ୍ଦିରରୁ ସୁରେଶ୍ୱରୀ ମନ୍ଦିରକୁ ଭକ୍ତଙ୍କ ଦ୍ୱାରା ସକାଳ ୮ଟାରେ ଏକ ଭବ୍ୟ ଶୋଭାଯାତ୍ରାରେ ପଦ୍ମଫୁଲ ସବୁ ନିଆଯିବ । ପରେ ପରେ ଦେବୀ ସୁରେଶ୍ୱରୀଙ୍କୁ ସେବାୟତଙ୍କ ଦ୍ୱାରା ପଦ୍ମବେଶରେ ସଜାଯାଇ ପଦ୍ମାଭିଷେକ କରାଯିବ । ପଦ୍ମାଭିଷେକ କମିଟି ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ଏହି ଅନନ୍ୟ ପଦ୍ମାଭିଷେକ ବେଶ ଦର୍ଶନ ସହ ଦେବୀ ସୁରେଶ୍ୱରୀଙ୍କ ଆଶିଷ ଲାଭ କରିବାକୁ ଶ୍ରଦ୍ଧାଳୁ ଭକ୍ତଙ୍କୁ ନିବେଦନ କରାଯାଇଛି । ସାମ୍ବାଦିକ ସମ୍ମିଳନୀରେ ପଦ୍ମାଭିଷେକ କାର୍ଯ୍ୟକ୍ରମର ମୁଖ୍ୟ ଆୟୋଜକ ଶ୍ୟାମାଓଁ ପ୍ରସାଦ ମିଶ୍ର,ଗଣପତି ବାଘ,ବେଣୁଧର ପ୍ରଧାନ,ମନୋଜ ବାରିକ ଓ ଦେବକୀ ନନ୍ଦନ ମିଶ୍ର ପ୍ରମୁଖ ପ୍ରଥମଥର ପାଇଁ ଆୟୋଜିତ ଦେବୀ ସୁରେଶ୍ୱରୀଙ୍କ ଏହି ମହାର୍ଘ ବେଶ ସୁବର୍ଣ୍ଣପୁର ମାଟିକୁ ମହିମାନ୍ବିତ କରିବା ସହ ଜଗତ କଲ୍ୟାଣ ପାଇଁ ଉଦ୍ଦିଷ୍ଟ ବୋଲି ପ୍ରକାଶ କରିଛନ୍ତି ।

Post a Comment