ନବ ନିଯୁକ୍ତି ଶିକ୍ଷୟତ୍ରୀଙ୍କ ପ୍ରତିବାଦରେ ସ୍କୁଲରେ ତାଲା । ସ୍କୁଲ ଗେଟରେ ତାଲା ପକାଇ ରାସ୍ତାରେ ଧାରଣା ଦେଲେ ସ୍କୁଲ ଛାତ୍ରଛାତ୍ରୀ ଏବଂ ଅଭିଭାବକ
ନବ ନିଯୁକ୍ତି ଶିକ୍ଷୟତ୍ରୀଙ୍କ ପ୍ରତିବାଦରେ ସ୍କୁଲରେ ତାଲା ;ସ୍କୁଲ ଫାଟକରେ ତାଲା ପକାଇ ରାସ୍ତାରେ ଧାରଣା ଦେଲେ ସ୍କୁଲ ଛାତ୍ରଛାତ୍ରୀ ଏବଂ ଅଭିଭାବକ
ସ୍ଵରାଜ ବାର୍ତ୍ତା କୋରାପୁଟ ( ଏନ୍ ସନ୍ତୋଷ )କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକ ଭେଜାଗୁଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏଭଳି ସ୍ଥିତି ଦେଖିବାରୁ ମିଳିଛି । ରାଜ୍ୟ ଭିତ୍ତିକ ନିଯୁକ୍ତି ପାଇଥିବା ବାହାର ଜିଲ୍ଲାର ଜଣେ ଶିକ୍ଷୟତ୍ରୀଙ୍କୁ ବିରୋଧ କରାଯାଇଛି l ଜିଲ୍ଲା ଭିତ୍ତିକ ନିଯୁକ୍ତି ଦାବୀ ନେଇ ଅଭିଭାବକଙ୍କ ଧାରଣା ଦେଇଛନ୍ତି । ଗତ କାଲି ବୈପାରୀଗୁଡା ବ୍ଲକର ବିଭିନ୍ନ ବିଦ୍ୟାଳୟରେ ନବ ନିଯୁକ୍ତି ଶିକ୍ଷକଙ୍କୁ ବିରୋଧ କରାଯାଇଥିଲା l ଯତଦ୍ଵାରା ବାହାର ଜିଲ୍ଲାରୁ ଆସିଥିବା ନବ ନିଯୁକ୍ତ ଶିକ୍ଷକ ନିରାଶ ହୋଇ ଘରକୁ ଫେରିବାକୁ ପଡିଥିଲା l ଗତ କାଲି ଭେଜାଗୁଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନୂତକ ଶିକ୍ଷୟତ୍ରୀଙ୍କ ଯୋଗଦେବା ପରେ ଆଜି ବିଦ୍ୟାଳୟରେ ତାଲା ଠୁଙ୍କିଲେ ଗାଁ ଲୋକେ l ଖବର ପାଇ ସ୍ଥାନୀୟ ଏବିଇଓ ସିଆରସିସି ଏବଂ ପୋଲିସ ପହଂଚି ଉତ୍ୟକ୍ତ ଲୋକେ ଆନ୍ଦୋଳନରୁ ଓହରିଥିବା ଗାଁ ଲୋକଙ୍କୁ ସରକାରୀ ନିୟମ ମାନିବାକୁ ନିବେଦନ କରିଛନ୍ତି ସ୍ଥାନୀୟ ଥାନା ଆଇଆଇସି ଦିପଞ୍ଜଳି ପ୍ରଧାନ l

Post a Comment