ସୁଇଟର ଠିକା ବଣ୍ଟନ ରେ ଅନିୟମିତତା ଅଭିଯୋଗ..... ବିଡ଼ିଓ କୁ ଦାବିପତ୍ର ଦେଲେ ମହିଳା...

 ସୁଇଟର ଠିକା ବଣ୍ଟନ ରେ ଅନିୟମିତତା ଅଭିଯୋଗ..... ବିଡ଼ିଓ କୁ ଦାବିପତ୍ର ଦେଲେ ମହିଳା.

 ସ୍ଵରାଜ ବାର୍ତ୍ତା /  ବେଲପଡା(  ଦୁର୍ଯୋଧନ ଵର୍ଗେ )ବେଲପଡା ବ୍ଲକ ରେ "ଜୋର ଯାର ମୂଳକ ତାର ''ନୀତି ଚାଲୁଥିବା ଅଭିଯୋଗ ହେଉଛି |କିଛି ଦିନ ତଳେ ଜଣେ ଜେଇ ଲାଞ୍ଚ ନେବା ସମୟରେ  ଭିଜିଲାନ୍ସ ହାତରେ ଧରାପଡି ଜେଲ ଯିବା ପରେ ମଧ୍ୟ୍ୟ ଦାୟିତ୍ୱ ରେ ଥିବା ଅଧିକାରୀ ଙ୍କ କାର୍ଯ୍ୟକଳାପ ରେ ସୁଧାର ହେଉନାହିଁ |ଯାହାକୁ ନେଇ ସାଧାରଣ ଲୋକ ହଇରାଣ ହେବା ଏହା ଉପଯୁକ୍ତ ନ୍ୟାୟ ପାଇବାରୁ ବଞ୍ଚିତ ରହୁଛନ୍ତି | ଅଭିଯୋଗ ମତେ କିଛି ଦିନ ତଳେ ଅଙ୍ଗନବାଡି କେନ୍ଦ୍ର ର ପିଲା ମାନଙ୍କୁ ସୁଇଟର ଯୋଗାଇବା ନିମନ୍ତେ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଳା |ଯାହାକୁ ନେଇ ବେଲପଡା ସିଡିପିଓ ଅଫିସ ତରଫରୁ ବ୍ଲକ ର ୫୯ଟି ସ୍ୱୟଂ ସହାୟକ ଦଳ ର ମହିଳା ମାନଙ୍କୁ ଡାକରା ହୋଇଥିଲା |ସମସ୍ତ ଦଳ ର ମହିଳା ମାନେ ସିଡିପିଓ କାର୍ଯ୍ୟାଳୟ ରେ ଆସି ପହଁଚି  ସନ୍ଧ୍ୟା ପ୍ରଯ୍ୟନ୍ତ ଅପେକ୍ଷା କରି ରହିଲେ |ହେଲେ କାହା ଠୁ ମଧ୍ୟ୍ୟ ସୁଇଟର ନିଲାମ କୁ ନେଇ କାଗଜ ପତ୍ର ନିଆଗଲା ନାହିଁ |ସମସ୍ତ ଙ୍କୁ ଆଉ ଦିନ ଆସିବା କୁ କୁହାଗଲା |କିନ୍ତୁ ଏହାରି ଭିତରେ ୩ ଟି ସ୍ୱୟଂ ସହାୟକ ଦଳ ର ମହିଳା ମାନଙ୍କୁ ବ୍ଲକ ର ସୁଇଟର ବଣ୍ଟନ କରିବାକୁ ଅନୁମତି ଦିଆଯାଇଥିବା ଅନ୍ୟ ମହିଳା ମାନେ ଜାଣିବାକୁ ପାଇଲେ |ଯାହାକୁ ନେଇ ମହିଳା ମାନେ ବେଲପଡା ବିଡ଼ିଓ ରାଜେଶ ମେହେର କୁ ଭେଟିବା ସହ ଏକ ଦାବିପତ୍ର ଦେଇଛନ୍ତି |ସୁଇଟର ବଣ୍ଟନ ରେ ଅନିୟମିତତା ହୋଇଥିବା ନେଇ ଅଭିଯୋଗ କରିଛନ୍ତି |ଯାହାକୁ ନେଇ ବିଡ଼ିଓ  ଘଟଣା କୁ ଗୁରୁତର ଦେବା ସହ ରାତି ଅଧିଆ ନିଲାମ ପାଇଥିବା ଏସ ଏଚ ଜି ମହିଳା ମାନଙ୍କ ପାଖକୁ ଯାଇ ସେଠାରେ ଥିବା ଅନୁସାଙ୍ଗିକ ବ୍ୟବସ୍ଥା ପଚାରି ବୁଝିଥିଲେ, ତେବେ ତାହା ଠିକ ନ ଥିବା ବିଡ଼ିଓ ଦେଖିବାକୁ ପାଇଥିଲେ |ତଥାପି ମଧ୍ୟ୍ୟ ଉକ୍ତ ସ୍ୱୟଂ ସହାୟକ ଦଳ ର ମହିଳା ମାନଙ୍କୁ କେମିତି ଚୟନ କରାଗଲା  ତାହା ଏବେ ବଡ଼ ପ୍ରଶ୍ନ ଯାହାକୁ ସହଜରେ ହଜମ କରି ପାରୁନାହାନ୍ତି ଅନ୍ୟ ଗ୍ରୁପ ର ମହିଳା ମାନେ |ତେବେ ଏଠାରେ ସାଧାରଣ ଲୋକ ଙ୍କ ପ୍ରଶ୍ନ ଯେ ସବୁ ମହିଳା ମାନଙ୍କୁ ଡାକି କେମିତି ରାତି ଅଧିଆ ୩ ଟି ଗ୍ରୁପ ର ମହିଳା ମାନଙ୍କୁ ସୁଇଟର ବଣ୍ଟନ ଦାୟିତ୍ୱ ଦିଆଗଲା |ଯଦି ଏହି ଗ୍ରୁପ ମାନଙ୍କୁ ଦେବାର ଥିଲା ତେବେ କାହିଁକି ଅନ୍ୟ ମାନଙ୍କୁ ଡକାଗଲା ଏଥିପାଇଁ ଦାୟୀ କିଏ |ଯେଉଁ ସୁଇଟର ଯୋଗାଇ ଦିଆଯିବ ତାହା ଉପଯୁକ୍ତ ହେବ ତ ନା କେବଳ ନାମ କୁ ମାତ୍ର ରହିବ ସେ ସବୁ ର ଯାଞ୍ଚ ହେବା ଆବଶ୍ୟକତା ବୋଲି ମହିଳା ମାନେ ଅଭିଯୋଗ କରିଛନ୍ତି |ଦାବିପତ୍ର ବେଳେ କଲ୍ୟାଣୀ, ତାରିଣୀ, ଶ୍ରୀରାମ, ମା ଦୁର୍ଗା, ବିଶ୍ୱପୂଜା ଆଦି ସ୍ୱୟଂ ସହାୟକ ଦଳ ର ମହିଳା ମାନେ ଉପସ୍ଥିତ ଥିଲେ |ତେବେ ଏନେଇ ବେଲପଡା ସିଡିପିଓ ଙ୍କୁ ଯୋଗାଯୋଗ ସମ୍ଭବ ହୋଇ ପାରିନଥିବା ବେଳେ ବଲାଙ୍ଗୀର ଜିଲ୍ଲାପାଳ ଏହାର ଉପଯୁକ୍ତ ତଦନ୍ତ କରିବାକୁ ଦାବି ହେଉଛି

No comments

Powered by Blogger.