ପ୍ରଧାନଶିକ୍ଷକ ଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା

 ପ୍ରଧାନଶିକ୍ଷକ ଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା

ସ୍ଵରାଜ ବାର୍ତ୍ତା/ସୁବର୍ଣ୍ଣପୁର:-(ମହାଦେବ ମଲ୍ଲିକ)ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ବେହେରାମାଲ କ୍ଲଷ୍ଟର ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବଡ଼ଭାଲୁପାଲି ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସୁନୀଲ କୁମାର ସେଠ ଙ୍କୁ ଗ୍ରାମବାସୀ ତରଫରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି।ପ୍ରକୃତି ସଂରକ୍ଷଣ ଓ ପରିବେଶ ସଚେତନତା କାର୍ଯ୍ୟକ୍ରମ ରେ ଉଲ୍ଲେଖନିୟ କାର୍ଯ୍ୟ ପାଇଁ ଏହି ବିଦ୍ୟାଳୟ କୁ ଗତ ୦୫-୧୦-୨୦୨୪ ରେ ବନଖଣ୍ଡ ଅଧିକାରୀ ଙ୍କର କନଫେରେନ୍ସ ହଲ ଠାରେ ପ୍ରକୃତିମିତ୍ର ପୁରସ୍କାର ପ୍ରଦାନ କରାଯାଇଥିଲା ।ଶ୍ରୀଯୁକ୍ତ ସେଠ ବନଖଣ୍ଡ ଅଧିକାରୀ ଙ୍କର ଠାରୁ କୋଡିଏ ହଜାର ଟଙ୍କା ର ଚେକ ଓ ମାନ ପତ୍ର ଗ୍ରହଣ କରିଥିଲେ।ଆଜି ଶ୍ରୀଯୁକ୍ତ ସେଠ କୁ ଗ୍ରାମ ର ଅଧିବାସୀ ମାନେ ହର୍ଷଉଲ୍ଲାସ ରେ ପ୍ରଧାନ ଶିକ୍ଷକ ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀ ଓ ବିଦ୍ୟାଳୟ ପରିଚାଳନା କମିଟିର ଚେୟାରମ୍ୟାନ କୁ  ଗ୍ରାମ ପରିକ୍ରମା କରାଇ ସ୍ୱାଗତ କରି ଥିଲେ। ସମଗ୍ର ଅଞ୍ଚଳରେ ଖୁସି ର ଲହରୀ ଖେଳିଯାଇଛି।

No comments

Powered by Blogger.