ମା'ସୁରେଶ୍ଵରୀ ଙ୍କ ଆଜି ଜୟ ଦୁର୍ଗା ବେଶ
ମା'ସୁରେଶ୍ଵରୀ ଙ୍କ ଆଜି ଜୟ ଦୁର୍ଗା ବେଶ
ସ୍ଵରାଜ ବାର୍ତ୍ତା/ସୁବର୍ଣ୍ଣପୁର :-(ମହାଦେବ ମଲ୍ଲିକ)ଶାରଦୀୟ ନବରାତ୍ର ପୂଜାର ଆଜି ହେଉଛି ଅଷ୍ଟମଦିନ।ଏଣୁ ଏଥିପାଇଁ ମା'ସୁରେଶ୍ୱରୀ ଜୟ ଦୁର୍ଗାବେଶ ଧାରଣ କରି ଭକ୍ତ ମାନଙ୍କୁ ଦର୍ଶନ ଦେଉଛନ୍ତି।ଏହି ନବରାତ୍ର ସମୟରେ ମା'ଦୁର୍ଗାଙ୍କ ନଅ ଦିନ ବ୍ୟାପି ପୂଜାର୍ଚ୍ଚନା କରାଯାଇଥାଏ। ମା'ଦୁର୍ଗାଙ୍କ ଏହି ସମୟରେ ପୂଜା ଆରାଧନା ଏଥିପାଇଁ ପାଇଁ କରାଯାଇଥାଏ ମା' ଆସୁରିକ ଶକ୍ତି ମାନଙ୍କ କବଳରୁ ବିଶ୍ୱବ୍ରହ୍ମାଣ୍ଡକୁ ଏହିସମୟ ମଧ୍ୟରେ ଉଦ୍ଧାର କରିଥିଲେ। ଯାହାକି ଆଶ୍ୱିନମାସ ରହିଥିଲା। ସେଥିପାଇଁ ହିନ୍ଦୁଧର୍ମାବଳମ୍ବୀ ମାନେ ଉକ୍ତ ସମୟରେ ସେହିଦିନଠାରୁ ମା'ଦୁର୍ଗାଙ୍କ ବିଶେଷ ଭାବରେ ପୂଜାର୍ଚ୍ଚନା କରିଆସୁଥିବା ଜଣାଯାଏ। ମା'ଙ୍କ ଏହି ଧରାଧାମକୁ ଆଗମନ ନେଇ ଯାହା ପୌରାଣିକ କଥାରୁ ଜଣାଯାଏ ସାରା ବିଶ୍ୱବ୍ରହ୍ମାଣ୍ଡ ସ୍ୱର୍ଗ,ମର୍ତ୍ତ୍ୟ ଏପରିକି ପାତାଳ ସବୁଠାରେ ଆସୁରିକ ଶକ୍ତି ମାନଙ୍କ ଦୌରାତ୍ମ୍ୟ ବଢି ଚାଲିଥିଲା। ଯେଉଁଥିରେ ସମସ୍ତେ ଥରହର ହୋଇପଡିଥିଲେ।ସାରା ଜଗତରେ ହାହାକାର ମଚିଯାଇଥିଲା।ଏଥିରୁ ଦେବତାଗଣ ମଧ୍ୟ ତ୍ରାହି ପାଇ ନଥିଲେ। ସେତେବେଳେ ମହିଷାସୁର ନାମକ ଅସୁର ସୃଷ୍ଟି ର ରଚୟିତା ବ୍ରହ୍ମାଙ୍କ ଠାରୁ ବରପ୍ରାପ୍ତ କରିଥିଲା ଯେ ତାହାର ମୃତ୍ୟୁ ଦେବତା ବା ପୁରୁଷଙ୍କ ଦ୍ୱାରା ହେବନାହିଁ ବୋଲି। ତାହାର ସୁଯୋଗ ନେଇ ସେ ତାହାର ଅତ୍ୟାଚାର ଆରମ୍ଭ କରିଦେଇଥିଲା। ଯେଉଥିପାଇଁ ସମସ୍ତ ଦେବତାଗଣ ବ୍ରହ୍ମା,ବିଷ୍ଣୁ ଓ ଦେବ ଦେବ ମହାଦେବଙ୍କ ଶରଣାପନ୍ନ ହେବା କଥା ରହିଛି।ବ୍ରହ୍ମା ସେତେବେଳେ ମହିଷାସୁରର ବଧ ଏକ କୁମାରିକନ୍ୟା ଦ୍ୱାରା ସମ୍ଭବ ହୋଇ ପାରିବ ବୋଲି ସମସ୍ତ ଦେବତାଗଣଙ୍କୁ ଅବଗତ କରାଇଥିଲେ।ଏହାଜାଣିବା ପରେ ସମସ୍ତ ଦେବତାଗଣ ତାଙ୍କର ସମସ୍ତ ଶକ୍ତି ଓ ତେଜକୁ ଏକତ୍ରୀତ କରି ଠୁଳ କରିବା ଦ୍ୱାରା ଯେଉଁ ଏକ ଦିବ୍ୟ କନ୍ୟାରତ୍ନଙ୍କ ଆବିର୍ଭାବ ହୋଇଥିଲେ ତାହାଙ୍କୁ ମାତା ଦୁର୍ଗା ଭାବରେ ଦେବତାଗଣ ନାମିତ କରିଥିଲେ ଆଉ ଏକ କଥା ଅନୁଯାୟୀ ମାତାଙ୍କ ଏହି ଧରାଧାମକୁ ଅବତୀର୍ଣ୍ଣ ହୋଇ ଯେଉଁ ଦଶଦିନ ବ୍ୟାପି ଯୁଦ୍ଧ ସମୟରେ ଅନେକ ବଡ଼ ବଡ଼ ଅସୁରରଙ୍କ ବଧ କରିଥିଲେ। ସେହିସମୟରେ ଦୁର୍ଗମ ଓ ଦୁର୍ଗମାସୁର ନାମକ ଅସୁରର ବଧ କରିଥିବା କାରଣରୁ ମାତାଙ୍କ ନାମ ଦୁର୍ଗତି ନାସିନୀ ମା'ଦୁର୍ଗା ଭାବରେ ସାରା ବିଶ୍ୱ ବ୍ରହ୍ମାଣ୍ଡରେ ଖ୍ୟାତି ଅର୍ଜନ କରିଥିବା କଥା ମଧ୍ୟ ଚଣ୍ଡୀ ପୁରାଣରେ ବର୍ଣ୍ଣିତ ହୋଇଛି।ରୁକ୍ ବେଦରେ ଉଲ୍ଲେଖ ରହିଛି ,ମାତା ଦୁର୍ଗା ହେଉଛନ୍ତି ଆଦିଶକ୍ତି,ଯେକି ଅବିନାଶୀ ଅଟନ୍ତି।ଏହି ସଂସାରର ସମସ୍ତ କ୍ରିୟାକଳାପକୁ ସଞ୍ଚାଳନ କରୁଥିବା ଦେବୀ ଅଟନ୍ତି।ମା'ଙ୍କୁ ଶାକ୍ତ ସମ୍ପ୍ରଦାୟ ତାଙ୍କର ଇଷ୍ଟଦେବୀ ଭାବରେ ପୂଜା କରିଥାନ୍ତି।ଏହି ନବରାତ୍ରି ସମୟରେ ଦାନବ ରାକ୍ଷସ ମହିଷାସୁରର କବଳରୁ ଦେବତା ମାନଙ୍କୁ ମୁକ୍ତି ପ୍ରଦାନ କରିଥିଲେ।ସୁତରାଂ ଏହି ନବରାତ୍ରି ସମୟରେ ମା'ଦୁର୍ଗାଦେବୀଙ୍କ ପୂଜା ଉପାସନାର ଅନେକ ମହତ୍ଵ ବହନ କରିଥାଏ।ଏହିସମୟରେ ମାତା ଦୁର୍ଗା ଦେବୀଙ୍କୁ ନିଷ୍ଠାର ସହିତ ପୂଜା ଉପାସନା କରିବା ଦ୍ୱାରା ଦୈନନ୍ଦିନ ଜୀବନରେ ସୁଖଶାନ୍ତି ପ୍ରାପ୍ତ ହୋଇଥାଏ ବୋଲି ବିଶ୍ୱାସ ରହିଛି।ଆହୁରି ମଧ୍ୟ ମାନ୍ୟତା ରହିଛି ମା'ଦୁର୍ଗାଙ୍କ ପୂଜାର୍ଚ୍ଚନା ଦ୍ୱାରା ଅଜ୍ଞାନ ଓ ଅନ୍ଧକାର ରୂପକ ରାକ୍ଷସ କବଳରୁ ମାତା ରକ୍ଷା କରି ସନ୍ତାନକୁ ଏକ ଉତ୍ତମ ମଣିଷ ହେବାର ଆଶୀର୍ବାଦ ପ୍ରଦାନ କରଥାନ୍ତି।ସେଥିପାଇଁ ଏହି ପବିତ୍ର ନବରାତ୍ର ପୂଜା ଅବସରରେ ଭକ୍ତମାନେ ନିଷ୍ଠାର ସହ ମା'ଙ୍କକୃପା ଆଶିଷ ପ୍ରାପ୍ତ ପାଇଁ ପୂଜାର୍ଚ୍ଚନା କରିବା ସହ ମା' ଙ୍କର ଏହି ଦିବ୍ୟ ଓ ଦୁର୍ଲ୍ଲଭ ବେଶକୁ ଦର୍ଶନ କରିଥାନ୍ତି।

Post a Comment