ତେରେସିଂହା ମାଁ ପାଟଖଣ୍ଡା ଙ୍କ ବଳି ଯାତ୍ରା ସମ୍ପନ୍ନ
ତେରେସିଂହା ମାଁ ପାଟଖଣ୍ଡା ଙ୍କ ବଳି ଯାତ୍ରା ସମ୍ପନ୍ନ
ସ୍ଵରାଜ ବାର୍ତ୍ତା / ରିଷିଡା ୮/୧୦ (ସୁଶାନ୍ତ ମଲ୍ଲିକ)କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଐତିହାସିକ ଗ୍ରାମ ତେରେସିଂହା ଠାରେ ମାଁ ପାଟଖଣ୍ଡା,ବଳି ଯାତ୍ରା ମଙ୍ଗଳବାର ସମ୍ପନ୍ନ ହୋଇଯାଇଛି l ଏହି ଯାତ୍ରାରେ ମା'ଙ୍କୁ ଦର୍ଶନ କରିବା ପାଇଁ ଆଖପାଖ ଅଞ୍ଚଳର ଶହଶହ ଭକ୍ତଙ୍କର ସମାଗମ ହୋଇଥିଲା l ଭକ୍ତ ମାନଙ୍କର ମାନସିକ ପୂରଣ ହୋଇ ଥିବାରୁ ଏଠାରେ ବୋଦା, କୁକୁଡ଼ା ବଳି ପଡ଼ିଥାନ୍ତି l ଏହି ଯାତ୍ରା ତେରେସିଂହା ସ୍କୁଲ ପଡ଼ିଆର ଗୋଟିଏ, ପୂର୍ବ ପାର୍ଶ୍ୱରେ ତେରେସିଂହା ଓ ଅପର ଦକ୍ଷିଣ ପାର୍ଶ୍ଵରେ ବେଲପଡ଼ାର ଯାତ୍ରା ହୋଇଥାଏ l ତେରେସିଂହା ଯାତ୍ରା ପୂର୍ବ ଖଳା ପଡ଼ିଆ ଓ ପଶ୍ଚିମ ରେ ବେଲପଡ଼ା ଯାତ୍ରା ଖଳାରେ ଶହ ଶହ ଭକ୍ତଙ୍କର ଭିଡ଼ ଦେଖିବାକୁ ମିଳିଥିଲା l ଏହି ଯାତ୍ରା କେଉଁଟ କୈବର୍ତ୍ତ ସମ୍ପ୍ରଦାୟର ହୋଇଥିଲେ ହେଁ ଏଥିରେ ବିଭିନ୍ନ ଜାତିର ଲୋକ ବାର ଦେହେଲିଆ ଭାବେ ରହିଥାନ୍ତି l ଯାତ୍ରାର ଆଠ ଦିନ ପୂର୍ବରୁ ଗୁଡ଼ି ପ୍ରବେଶ ହୋଇ ପ୍ରତି ଦିନ ସନ୍ଧ୍ୟାରେ ମା' ଙ୍କର ପୂଜା ହୋଇଥାଏ l ଯାତ୍ରାର ଏକ ଲୋକ ବିଶ୍ୱାସ ଆଜିବି ରହିଆସିଛି ଯେ, ଯାତ୍ରାର ପୂର୍ବ ରାତ୍ରୀ ପୂଜା ସ୍ଥାନରେ ଗୋରସ ରଖି ଦିଆଯାଇ ଥାଏ ଓ ସେହି ଗୋରସକୁ ରାତ୍ରୀରେ ବାଘ ଆସି ପିଇ ଯାଉଥିବା କୁହାଯାଏ l ତେରେସିଂହା ଯାତ୍ରାର ମୁଖ୍ୟ ପୂଜକ ଦାମ୍ବୋଦର ନାଏକ, ବରୁଆ ବିବେକାନନ୍ଦ ନାଏକ ଓ ମିନକେତନ ନାଏକ, ଛତ୍ରିଆ ଗୋପାଳ ନାଏକ, ଯାତ୍ରା କମିଟି ସଭାପତି ରୁଦ୍ର ଭୋଇ, ସମ୍ପାଦକ ସୁବିନ୍ଦ୍ର ରଣା, , ଧର୍ମ ରଣା, ଦୈତାରି ନାଏକ, ଜଗବନ୍ଧୁ ଭୋଇ, ଗୋପାଳ ବାଗ ପ୍ରମୁଖ ବିଭିନ୍ନ କାର୍ଯ୍ୟରେ ସହଯୋଗ କରିଥିଲେ l ସେହିପରି ବେଲପଡ଼ା ଯାତ୍ରା କମିଟି ପକ୍ଷରୁ ସଭାପତି ନିଲମଣି ଗହିର, ସଂପାଦକ କିଶୋର ଚନ୍ଦ୍ର ନାଏକ ଉପସଭାପତି ଯଗୋଳ କିଶୋର ନାଏକ ଦାମାଭୋଇ,ବିସମ୍ବର,ଭୋଇ,ବରୁଆ ଅର୍ଜୁନ ନାଏକ, ପୂଜକ ପାଦୁକା ନାଏକ,ଗୁର ନାଏକ, ଶାନ୍ତି ଶୃଙ୍ଖଳା ଦାୟୀତ୍ୱରେ ସୁଶାନ୍ତ ମଲ୍ଲିକ ଦିଲିପ ଗହିର,ଅନିରୁଦ୍ଧ ନାଏକ ଅଞ୍ଚଳ ଶତାଧିକ ଶ୍ରଦ୍ଧାଳୁ ସହଯୋଗ କରିଥିଲେ
ମଧ୍ୟ ଶାନ୍ତିଶୃଙ୍ଖଳା ସହ ପାଟଖଣ୍ଡା ଯାତ୍ରା ସମ୍ପର୍ନ୍ନ ହୋଇଯାଇଛି l
.jpg)
Post a Comment