ଗଜାନନ ଯୁବକ ସଂଘ ଭୋଇରମୁଣ୍ଡା ଦ୍ବାରା କନିଷ୍ଠ ଶିକ୍ଷକ ବିଜୟ କୁମାର ପଣ୍ଡା ଙ୍କୁ ସମ୍ବର୍ଦ୍ଧନା*

 ଗଜାନନ ଯୁବକ ସଂଘ ଭୋଇରମୁଣ୍ଡା ଦ୍ବାରା କନିଷ୍ଠ ଶିକ୍ଷକ ବିଜୟ କୁମାର ପଣ୍ଡା ଙ୍କୁ ସମ୍ବର୍ଦ୍ଧନା

ସ୍ବରାଜ ଵାର୍ତ୍ତା/ କଳାହାଣ୍ଡି (ନବୀନ ସାହୁ)   କର୍ଲାମୁଣ୍ଡା ବ୍ଲକ୍ ରେଗଡା ଗ୍ରାମ ପଞ୍ଚାୟତ ଗଜାନନ ଯୁବକ ସଂଘ ଭୋଇରମୁଣ୍ଡା ଦ୍ବାରା ନୂତନ ଭାବେ ପ୍ରାଥମିକ ବିଦ୍ୟାଳୟ ଭୋଇରମୁଣ୍ଡା ଠାରେ ଯୋଗଦେଇଥିବା କନିଷ୍ଠ ଶିକ୍ଷକ ବିଜୟ କୁମାର ପଣ୍ଡା (୨୮) ଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଏଥିରେ ସଙ୍ଗ ସଭାପତି ଗିରିଧାରୀ ସାହୁ, ସମ୍ପାଦକ ଅଶୋକ ସାହୁ, ସହ ସମ୍ପାଦକ ଜଳନ୍ଧର ସାହୁ, ସାମାଜିକ ଓ ଗଣମାଧ୍ୟମ ସମ୍ପାଦକ ତଥା ଯୁବ କବି ଯେମନ୍ତ ସାହୁ, ମିଥୁନ ସାହୁ, ଟିକେଶ୍ୱର୍ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ନୂତନ କରି ଯୋଗଦେଇଥିବା ଶିକ୍ଷକ ସୁବର୍ଣ୍ଣପୁର ଜିଲ୍ଲା ଖଣ୍ଡହତା ପୋଷ୍ଟ ରାଜନପାଲି ଗାଁ ର ଅଟନ୍ତି । ସେ ସ୍ନାତକ ଡିଗ୍ରୀ ହାସଲ କରି ଡିପ୍ଲୋମା ଇନ ସ୍ପେଶିଆଲ୍ ଏଜୁକେଶନ ମେଣ୍ଟାଲ ରେଟାର୍ଡେଶନ ଶିକ୍ଷା ହାସଲ କରିଛନ୍ତି। ସେ କଳାହାଣ୍ଡି ଜିଲ୍ଲା ରେ ସାଧରଣ ବର୍ଗରେ ୫ତମ ରେଙ୍କ ହାସଲ ପ୍ରାଥମିକ ବିଦ୍ୟାଳୟ ଭୋଇରମୁଣ୍ଡା ରେ ପ୍ରଥମ ପସନ୍ଦ ରେ ନିଯୁକ୍ତି ପାଇଛନ୍ତି । ସେ ଅନୁଷ୍ଠାନ କୁ ଧନ୍ୟବାଦ୍ ଅର୍ପଣ କରିଛନ୍ତି । ଅନୁଷ୍ଠାନ ପକ୍ଷରୁ ଛାତ୍ର,ଛାତ୍ରୀ ଙ୍କୁ ଅନ୍ଧାର ରୂପକ ଜ୍ଞାନରୁ ରୂପକ ଜ୍ଞାନ ରେ ପରିଣତ କରି  ତାଙ୍କୁ ଭଳ ଶିଷ୍ୟ ରୂପେ ଗଢିତୋଳିବା ଅନୁରୋଧ କରାଯାଇଛି ।

No comments

Powered by Blogger.