ରାଜ୍ୟ ସ୍ତରୀୟ ୧୯ ବର୍ଷ ରୁ କମ୍ କବାଡ଼ି (ବାଳକ )ପ୍ରତିଯୋଗିତା ଓଡ଼ିଶା ଟିମ୍ ରେ ସାମିଲ ହେଲେ ଡ଼ଃ ଭୀମରାଓ ଆମ୍ବେଦକର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଛାତ୍ର ଅଭିଜ୍ଞାନ୍ ନାୟକ
ରାଜ୍ୟ ସ୍ତରୀୟ ୧୯ ବର୍ଷ ରୁ କମ୍ କବାଡ଼ି (ବାଳକ )ପ୍ରତିଯୋଗିତା ,ଓଡ଼ିଶା ଟିମ୍ ରେ ସାମିଲ ହେଲେ ଡ଼ଃ ଭୀମରାଓ ଆମ୍ବେଦକର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଛାତ୍ର ଅଭିଜ୍ଞାନ୍ ନାୟକ
ସ୍ଵରାଜ ବାର୍ତ୍ତା/ଦାରିଙ୍ଗବାଡି(ଅଶୋକ ମିଶ୍ର )କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ର ଡ଼ଃ ଭୀମରାଓ ଆମ୍ବେଦକର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଯୁକ୍ତ ଦୁଇ ଦ୍ଵିତୀୟ ବର୍ଷ କଳା ଛାତ୍ର ଅଭିଜ୍ଞାନ୍ ନାୟକ ୧୯ବର୍ଷ ରୁ କମ୍ ଅନ୍ତଃ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସ୍ତରୀୟ (ବାଳକ)କବାଡି ପ୍ରତିଯୋଗିତା ୨୦୨୪-୨୫ ବର୍ଷ ରେ ଭାଗ ନେଇ ତାଙ୍କ କ୍ରୀଡ଼ା କୌଶଳ ପ୍ରଦର୍ଶନ କରି ଚମ୍ପେନ୍ ହେବା ସହ ଓଡ଼ିଶା (ବାଳକ) କବାଡି ଦଳ ରେ ଖେଲିବାପାଇଁ ସ୍ଥାନ ଅଧିକାର କରି ବିଦ୍ୟାଳୟ ପାଇଁ ଗର୍ବ ଓ ଗୌରବ ଅର୍ଜନ କରିଛନ୍ତି, ରାଜ୍ୟ ସ୍ତରରେ ବିଦ୍ୟାଳୟ ର ସ୍ଵତନ୍ତ୍ର ପରିଚୟ ସୃଷ୍ଠି କରିପାରିଛନ୍ତି , ତାଙ୍କ ର ଏହି ସଫଳତା ପାଇଁ ବିଦ୍ୟାଳୟ ଅଧ୍ୟକ୍ଷ ଡ଼. ପ୍ରତାପ କୁମାର ବେହେରା ସମେତ ସମସ୍ତ ଅଧ୍ୟାପକ ,ଅଧ୍ୟାପିକା ଓ ସହପାଠୀ ମାନେ କୃତଜ୍ଞତା ସହ ସାଧୁବାଦ ଜଣାଇଛନ୍ତି ।କ୍ରୀଡ଼ା ପ୍ରଶିକ୍ଷକ ରଶ୍ମି ରଞ୍ଜନ ତ୍ରିପାଠୀ ଙ୍କ ପ୍ରତ୍ୟେକ୍ଷ ତାଲିମ୍ ଦ୍ଵାରା ଦଳ ଲଗାତାର ଗତ ଦୁଇ ବର୍ଷ ହେଲାଣି ଜୋନ ସ୍ତରୀୟ ପ୍ରତିଯୋଗିତା ରେ ଚମ୍ପେନ ହୋଇ ଆସୁଛି । ଚଳିତ ୨୦୨୪-୨୫ ଶିକ୍ଷାବର୍ଷ ର ମୁନିସିପାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରାଉରକେଲା ଓ ସୁନ୍ଦରଗଡ଼ ରେ ଆୟୋଜିତ ୧୯ବର୍ଷ ରୁ କମ୍ ଅନ୍ତଃ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କବାଡି (ବାଳକ) ପ୍ରତିଯୋଗିତା ଫାଇନାଲ୍ ଜୋନ ଓ ଚୟନ ଶିବିର ରେ ଯୋଗ ଦେଇ ଓଡ଼ିଶା ଦଳ ପକ୍ଷରୁ ଖେଳିବା ପାଇଁ ଅଭିଜ୍ଞାନ ସ୍ଥାନ ପାଇଛନ୍ତି । ରାଜ୍ୟ ସ୍ତରୀୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗୀତା ହରିଆଣା ର ଭିୱାଡ଼ା ଠାରେ ଆସନ୍ତା ୬ ରୁ ୧୧ ତାରିଖ ପର୍ଯ୍ୟନ୍ତ ଖେଳା ଯିବ। ତେଣୁ ଓଡ଼ିଶା ଦଳ ପକ୍ଷରୁ ଖେଳିବା ପାଇଁ ଅଭିଜ୍ଞାନ ତାଙ୍କ ଯାତ୍ରା ଆରମ୍ଭ କରିଛନ୍ତି ବୁଧବାର ଦିନ ଓଡ଼ିଶା ଦଳ ସହ ରାଉରକେଲା ରୁ ହରିୟାଣା ଅଭିମୁଖେ ଯାତ୍ରା କରିବେ ବୋଲି କ୍ରୀଡ଼ା ପ୍ରଶିକ୍ଷଣ ରଶ୍ମିରଞ୍ଜନ ତ୍ରିପାଠୀ ସୂଚନା ପ୍ରଦାନ କରିଛନ୍ତି।
ପଲ୍ଲୀ ରୁ ଜଣେ ଛାତ୍ର ରାଜ୍ୟ ସ୍ତରୀୟ ପ୍ରତିଯୋଗୀତା ରେ ଭାଗ ନେବେ ଏହା ଦାରିଙ୍ଗବାଡି ବ୍ଲକ ତଥା ଡ଼ଃ.ଭୀମରାଓ ଆମ୍ବେଦକର ଜାତୀୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପାଇଁ ଏକ ଗର୍ବ ଓ ଗୌରବ ର ବିଷୟ , ପ୍ରଶାସନ , କ୍ରୀଡାବିତ୍ ତଥା ଅଞ୍ଚଳ ବାସୀ ତାଙ୍କୁ ସାଧୁବାଦ ଜ୍ଞାପନ କରିଛନ୍ତି।

Post a Comment