ଲାଇଟ ଧୋଇ ଦେଲା ଗଣେଶ ପୂଜା ସନ୍ଧ୍ୟା*
ସ୍ଵରାଜ ବାର୍ତ୍ତା /ସୁବର୍ଣ୍ଣପୁର(ମହାଦେବ ମଲ୍ଲିକ):- ଲାଇଟ ଧୋଇ ଦେଲା ଗଣେଶ ପୂଜା ସନ୍ଧ୍ୟା । ସେପଟେ ଆସନ୍ତା କାଲି ପଶ୍ଚିମ ଓଡିଶା ର ମହାନ ଗଣ ପର୍ବ ନୂଆଖାଇ ଥିବା ବେଳେ ଆଜି ସନ୍ଧ୍ୟା ବେଳେ ସୁବର୍ଣ୍ଣପୁର ସହରରେ ବ୍ୟାପକ ବିଦ୍ୟୁତ୍ ବିଭ୍ରାଟ ଦେଖିବାକୁ ମିଳିଛି। ଏ ନେଇ ଜନସାଧାରଣ ରେ ଚାପା ଉତ୍ତେଜନା ତଥା ବ୍ୟାପକ ଅସନ୍ତୋଷ ସୃଷ୍ଟି ହୋଇଥିଲା । ସେପଟେ ଆସନ୍ତା କାଲି ନୂଆଖାଇ ବଜାର ପାଇଁ ପ୍ରବଳ ଭିଡ଼ ଥିବା ବେଳେ ସନ୍ଧ୍ୟା ପ୍ରାୟ ୫.୩୦ ବେଳେ ପ୍ରାୟ ୧୫ ମିନିଟ ଅସରାଏ ବର୍ଷା ହୋଇଥିଲା ଏବଂ ସେତେବେଳୁ ଦୀର୍ଘ ସମୟ ଧରି ବିଜୁଳି ବତୀ ରାତି ୯.୩୦ ଟା ପର୍ଯ୍ୟନ୍ତ ଲାଇଟ ଗୋଲ ହୋଇଯାଇଥିଲା । କିଛି ସ୍ଥାନରେ ଖବର ଲେଖା ଯିବା ରାତି ୧୦ ଟା ପର୍ଯ୍ୟନ୍ତ ଆସି ନାହିଁ। ସେପଟେ କିଛି ବୁଦ୍ଧିଜିବୀ ଟିପିଡବ୍ଲୁଓଡିଏଲ ବିଦ୍ୟୁତ୍ ବିଭାଗ କୁ ଫୋନ କରି ନୟାନ୍ତ ହୋଇଥିବା ବେଳେ ବିଦ୍ୟୁତ୍ ବିଭାଗ ପକ୍ଷରୁ ପ୍ରତିଉତ୍ତର ନ ମିଳିବାରୁ ଏହା ବିଭାଗୀୟ ଅସହଯୋଗ ଅଭିଯୋଗ କରିଛନ୍ତି ସାଧାରଣ ଜନତା ନାକେଦମ ହେବାକୁ ପଡିଛି । ଏଠାରେ ବିଦ୍ୟୁତ ବିଭାଗର ଖାମଖିଆଲି ନୀତି ଦେଖିବାକୁ ମିଳିଛି।

Post a Comment