ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ମନମୋହନ ସାମଲଙ୍କ କଳାହାଣ୍ଡି ଗସ୍ତକୁ ନେଇ ରୁପ୍ରା ମଣ୍ଡଳର ପ୍ରସ୍ତୁତି ବୈଠକ


ସ୍ଵରାଜ ବାର୍ତ୍ତା /କଳାହାଣ୍ଡି (ନବୀନ କିଶୋର ସାହୁ) କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଭାରତୀୟ ଜନତା ପାର୍ଟିର ରୁପ୍ରା ମଣ୍ଡଳର ସଭାପତି ଗୁଣନିଧି ସାହୁଙ୍କ ସଭାପତିତ୍ବରେ ଆସନ୍ତା ୨୬ ଅଗଷ୍ଟ ୨୦୨୫ ରିଖ କଳାହାଣ୍ଡି ଗସ୍ତକୁ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ପ୍ରସ୍ତୁତି ବୈଠକ ପୂର୍ବତନ ଜିଲ୍ଲା ପ୍ରତିନିଧି ବଳରାମ ଭୋଇ,ଉପ ସଭାପତି ରାଜିବ ଲୋଚନ ପୋଡ଼, ଘାସିରାମ ମାଝୀ, ସାଧାରଣ ସମ୍ପାଦକ ଅନାଦି ପ୍ରଧାନ,ସୁରେଶ ବଗର୍ତ୍ତି, ସଂପାଦକ ଅଞ୍ଜନ ମିଶ୍ର ଯୋଗ ଦେଇ କଳାହାଣ୍ଡି ଜିଲ୍ଲା ର ଅମାଟ ଛକ ଠାରେ ଚଳିତ ମାସ ୨୬ ତାରିଖରେ ଦିବା ୧୦ ଘଣ୍ଟା ସମୟରେ ରୁପ୍ରା ମଣ୍ଡଳ ଭାଜପାର କର୍ମକର୍ତ୍ତା ଯୋଗଦେଇ ସ୍ବାଗତ ସମ୍ବର୍ଦ୍ଧନା ଜଣାଇବା ପାଇଁ ସ୍ଥିର କରାଯାଇଛି।

No comments

Powered by Blogger.