ନୁଆଁଖାଇ ଭେଟ ରେ ଯୋଗଦେବା ପାଇଁ ସାଂସଦ କୁ ଭେଟିଲା ଜର୍ଣ୍ଣାଲିଷ୍ଟ ଏସୋସିଏସନ ଝାରବନ୍ଧ


 ସ୍ଵରାଜବାର୍ତ୍ତା /  ବରଗଡ( ଯୋଗେନ୍ଦ୍ର ସାହୁ):ପାଇକମାଲ,:  ଜର୍ଣ୍ଣାଲିଷ୍ଟ ଏସୋସିଏସନ ଝାରବନ୍ଧ ର ନୁଆଁଖାଇ ଭେଟଘାଟ ୨୦୨୫ ତଥା ଦ୍ଵିତୀୟ ବାର୍ଷିକ ଉତ୍ସବ ପାଳନ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବା ପାଇଁ ଆଜି ସାଂସଦ ପ୍ରଦୀପ ପୁରୋହିତ ଙ୍କୁ ଭେଟିଛି  ଜର୍ଣ୍ଣାଲିଷ୍ଟ ଏସୋସିଏସନ ଝାରବନ୍ଧ l ଅଞ୍ଚଳ ର କ୍ରୀଡା କଳା ସଂସ୍କୃତି ସ୍କୃତି ସାହିତ୍ୟ ତଥା ଶିକ୍ଷା କ୍ଷେତ୍ର ରେ ରେ ଝାରବନ୍ଧ ବ୍ଲକ କିପରି ଆଗକୁ ବିକାଶ ତଥା ଭାଇଚାରା ସୃଷ୍ଟି ପାଇଁ  ନୁଆଁଖାଇ ଭେଟଘାଟ ତଥା ଦ୍ଵିତୀୟ ବାର୍ଷିକ ଉତ୍ସବ ପାଳନ ଅବସରରେ ମୁଖ୍ୟତଃ ଶିଶୁ ସାମ୍ବାଦିକ ତାଲିମ ଶିବିର, କଳା , ସାହିତ୍ୟ, କୁଇଜ, ତର୍କ, ନୃତ୍ୟ, ଗୀତ ର ପ୍ରତିଯୋଗିତା ବିଭିନ୍ନ ଅନୁଷ୍ଠାନ ତଥା ବିଦ୍ୟାଳୟ ର ଛାତ୍ରଛାତ୍ରୀ ଙ୍କ ମଧ୍ୟରେ  ପ୍ରତିଯୋଗିତା ଅନୁଷ୍ଠିତ ହେବ ର ସୂଚନା ରହିଛି l ଜର୍ଣ୍ଣାଲିଷ୍ଟ ଏସୋସିଏସନ ଝାରବନ୍ଧ ର ସଭାପତି ମୋତିଲାଲ ବାଗ, ସମ୍ପାଦକ ସୋମନାଥ ବାଗ, କୋଷାଧକ୍ଷ ସୌଦାଗର ବରିହା, ମିଡ଼ିଆ ପ୍ରଭାରୀ ନାରାୟଣ ଶତନାମୀ  ସାଂସଦ କୁ ଭେଟି ଥିଲେ l ସାଂସଦ ପ୍ରଦୀପ ପୁରୋହିତ ଜର୍ଣ୍ଣାଲିଷ୍ଟ ଏସୋସିଏସନ ଝାରବନ୍ଧ ର ନୁଆଁଖାଇ ଭେଟ କାର୍ଯ୍ୟକ୍ରମ ରେ ଯୋଗ ଦେବାପାଇଁ ସଦୟ ସ୍ୱୀକୃତି ପ୍ରଦାନ କରିଛନ୍ତି l ସେପ୍ଟେମ୍ବର ତୃତୀୟ ସପ୍ତାହ ରେ ନୁଆଁଖାଇ ଭେଟଘାଟ ୨୦୨୫ତଥା ଦ୍ଵିତୀୟ ବାର୍ଷିକ ଉତ୍ସବ ପାଳନ କାର୍ଯ୍ୟକ୍ରମ ହେବା ର ଏସୋସିଏସନ ସଭାପତି ମୋତିଲାଲ ବାଗ ସୂଚନା ଦେଇଛନ୍ତି  l

No comments

Powered by Blogger.