ତନୁଶାନ୍ ପରିବାର ପକ୍ଷରୁ ନୂଆଁଖାଇ ଭେଟ ଘାଟ କାର୍ଯ୍ଯକ୍ରମ

 ତନୁଶାନ୍ ପରିବାର ପକ୍ଷରୁ ନୂଆଁଖାଇ ଭେଟ ଘାଟ

-ସ୍ଵରାଜ ବାର୍ତ୍ତା ସୁବର୍ଣ୍ଣପୁର -(ମହାଦେବ ମଲ୍ଲିକ)*ତନୁଶାନ୍ ପରିବାର ପକ୍ଷରୁ ନୂଆଁଖାଇ ଭେଟ ଘାଟ କାର୍ଯ୍ଯ କ୍ରମ*- ସୁବର୍ଣ୍ଣପୁର -  ଆଜି ତନୁସାନ୍ ପରିବାର ସୋନପୁର  ଦ୍ଵାରା ପଶ୍ଚିମ ଓଡିଶା ର ଗଣ ପର୍ବ ନୂଆଁଖାଇ ଉପଲକ୍ଷେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା |  ସଭାପତି ଶ୍ରୀ ଶାନ୍ତନୁ କୁମ୍ଭକାର ଙ୍କ ସଭାପତିତ୍ବ ରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ଉଲୁଣ୍ଡା ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ଶାନ୍ତିଲତା ମିଶ୍ର |  ମୁଖ୍ୟ ବକ୍ତା ଭାବରେ ବରିଷ୍ଠ ପ୍ରାଧ୍ୟାପକ ଡଃ. ପୁରୁଷୋତ୍ତମ ମିଶ୍ର,  ସମ୍ମାନିତ ଅତିଥି ଭାବରେ ବରିଷ୍ଠ ସାମ୍ବାଦିକ ଗୋରେଖନାଥ ସାହୁ, ତନୁଶାନ୍ ର ଟିଭି ର ନିର୍ଦେଶକ କଳ୍ପନା ବିଭାର,  ଅନୁଷ୍ଠାନ ର ସାଧାରଣ ସମ୍ପାଦକ ସନ୍ତୋଷିନୀ ନନ୍ଦ ଯୋଗ ଦେଇଥିଲେ | ପ୍ରଥମରେ ସୋନପୁର ର ଅଧିଷ୍ଠାତ୍ରୀ ଦେବୀ ମା ସୁରେଶ୍ଵରୀ ଏବଂ ପଦ୍ମଶ୍ରୀ ବିନୋଦ ପଶାୟତ ଙ୍କର ଫଟୋ ଚିତ୍ରରେ ମାଲ୍ୟାର୍ପଣ ଅର୍ପଣ କରିବା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା | କାର୍ଯ୍ୟକ୍ରମ ଆରମ୍ଭ ରେ ସ୍ଵର୍ଗତ  ବିନୋଦ ପଶାୟତ ଙ୍କର ଅମର ଆତ୍ମା ଶାନ୍ତି ଉଦ୍ଦେଶ୍ୟ ରେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା | ପରେ ଅନୁଷ୍ଠାନର କର୍ମକର୍ତ୍ତା ଙ୍କର ଦ୍ଵାରା ଅତିଥି ମାନଙ୍କୁ ସମର୍ଦ୍ଧିତ କରାଯାଇଥିଲା | ସଭାପତି ଶ୍ରୀୟୁକ୍ତ ଶାନ୍ତନୁ କୁମ୍ଭକାର ସମସ୍ତଙ୍କୁ ସ୍ଵାଗତ କରିବା ସହ କାର୍ଯ୍ୟକ୍ରମ ର ଉଦ୍ଦେଶ୍ୟ ସମ୍ପର୍କରେ ଅବଗତ କରାଇଥିଲେ | ଏହାପରେ ତନୁସାନ ଟିଭିର ନିର୍ଦେଶକ ଶ୍ରୀମତୀ କଳ୍ପନା ବିଭାର , ତନୁ ସାନ ନୁଆଁଖାଇ ସମ୍ମାନ ୨୦୨୫ ଓ ପଦ୍ମଶ୍ରୀ ବିନୋଦ ପଶାୟତ ଙ୍କର ବିଷୟରେ ଆଲୋଚନା କରିଥିଲେ | ବରିଷ୍ଠ ସାମ୍ବାଦିକ ଗୋରେଖନାଥ ସାହୁ ନୁଆଁଖାଇ ର ମହତ୍ତ୍ୱ ଏବଂ ବିନୋଦ ପଶାୟତ ସାଙ୍ଗରେ କଟାଇଥିବା ପ୍ରତ୍ୟେକ ମୁହୂର୍ତ୍ତ ଙ୍କୁ ସମସ୍ତଙ୍କୁ ଜଣାଇଥିଲେ | ମୁଖ୍ୟ ବକ୍ତା ଡଃ. ପୁରୁଷୋତ୍ତମ ମିଶ୍ର ସୋନପୁର ର ଇତିହାସ,  ନୂଆଁଖାଇ ର ଉଦ୍ଦେଶ୍ୟ ଓ ଶ୍ରୀ ପଶାୟତ ଙ୍କର ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇବା ସହିତ ଆମ ମଧ୍ୟରେ ଭାତୃତ୍ବ,  ସ୍ନେହ,  ପ୍ରେମ ଭାବନା କୁ ବଢାଇବା ପାଇଁ ପରାମର୍ଶ ଦେଇଥିଲେ | ମୁଖ୍ୟ ଅତିଥି ଉଲୁଣ୍ଡା ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ଶାନ୍ତିଲତା ମିଶ୍ର ନୂଆଁଖାଇ ଓ ବିନୋଦ ପଶାୟତ ଙ୍କର ବିଷୟରେ କହିବା ସହିତ ଏହି ଏହି କାର୍ଯ୍ୟକ୍ରମ ର ପ୍ରଶଂସା କରିଥିଲେ | ଏହାପରେ ଅତିଥି ମାନେ ଅନଲାଇନ ରେ ହୋଇଥିବା କବିତା ପାଠତ୍ସବ ରେ ବିଜେତା ହୋଇଥିବା ଲାଠୋର ବଲାଙ୍ଗିର ର ରିଙ୍କୁ ସାହୁ,  ଉପବିଜେତା ହୋଇଥିବା ବରଗଡର ଠାକୁର ନାଗ,  ଉଲୁଣ୍ଡା ର ରାକେଶ ବାଘ ଙ୍କୁ ମାନପତ୍ର,  ଉପଢୌକନ ଦେଇ ସମର୍ଦ୍ଧିତ କରିଥିଲେ | ବିଜେତା ରିଙ୍କୁ ସାହୁ,  ଉପବିଜେତା ରାକେଶ ବାଘ, ଠାକୁର ନାଗ ନିଜର କବିତା ର ଆବୃତ୍ତି କରିଥିଲେ | ଏହାପରେ ଅନୁଷ୍ଠାନ ର ସାଧାରଣ ସମ୍ପାଦକ ସନ୍ତୋଷିଣୀ ନନ୍ଦ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ | କାର୍ଯ୍ୟକ୍ରମ ର ସଂଯୋଜନା କରିଥିଲେ ଅନୁଷ୍ଠାନର ବରିଷ୍ଠ ସଦସ୍ୟ ଲକ୍ଷ୍ମୀନାରାୟଣ ସାହୁ | କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ଅନୁଷ୍ଠାନର ସମସ୍ତ ସଦସ୍ୟ ସେମାନେ ହେଲେ ଅଭିମନ୍ୟୁ ବଗର୍ତ୍ତୀ,  କବିତା ସେଠୀ,  କମ୍ଭୁ ପଧାନ,  ସରସ୍ଵତୀ ଦାଶ୍,  ଜୁବୁଲି ବାଘ,  ଚୈତନ୍ୟ ସେଠୀ,  ସସ୍ମିତା ଜାମୁଡୋଲି ଏବଂ ଅନୁଷ୍ଠାନ ର ଅନ୍ୟାନ୍ୟ ସଦସ୍ୟ | କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ ପଶ୍ଚିମ ଓଡିଶା ର ସାହିତ୍ୟ ଓ ସଂସ୍କୃତି ପ୍ରେମୀ , ବୁଦ୍ଧିଜିବୀ ଭଦ୍ର ବ୍ୟକ୍ତି ବୃନ୍ଦ | ସର୍ବଶେଷରେ ସଭାପତି ଶାନ୍ତନୁ କୁମ୍ଭକାର ସଭା ସାଙ୍ଗ କରିଥିଲେ ।  ଆଜି ତନୁସାନ୍ ପରିବାର ସୋନପୁର  ଦ୍ଵାରା ପଶ୍ଚିମ ଓଡିଶା ର ଗଣ ପର୍ବ ନୂଆଁଖାଇ ଉପଲକ୍ଷେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା |  ସଭାପତି ଶ୍ରୀ ଶାନ୍ତନୁ କୁମ୍ଭକାର ଙ୍କ ସଭାପତିତ୍ବ ରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ଉଲୁଣ୍ଡା ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ଶାନ୍ତିଲତା ମିଶ୍ର |  ମୁଖ୍ୟ ବକ୍ତା ଭାବରେ ବରିଷ୍ଠ ପ୍ରାଧ୍ୟାପକ ଡଃ. ପୁରୁଷୋତ୍ତମ ମିଶ୍ର,  ସମ୍ମାନିତ ଅତିଥି ଭାବରେ ବରିଷ୍ଠ ସାମ୍ବାଦିକ ଗୋରେଖନାଥ ସାହୁ, ତନୁଶାନ୍ ର ଟିଭି ର ନିର୍ଦେଶକ କଳ୍ପନା ବିଭାର,  ଅନୁଷ୍ଠାନ ର ସାଧାରଣ ସମ୍ପାଦକ ସନ୍ତୋଷିନୀ ନନ୍ଦ ଯୋଗ ଦେଇଥିଲେ | ପ୍ରଥମରେ ସୋନପୁର ର ଅଧିଷ୍ଠାତ୍ରୀ ଦେବୀ ମା ସୁରେଶ୍ଵରୀ ଏବଂ ପଦ୍ମଶ୍ରୀ ବିନୋଦ ପଶାୟତ ଙ୍କର ଫଟୋ ଚିତ୍ରରେ ମାଲ୍ୟାର୍ପଣ ଅର୍ପଣ କରିବା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା | କାର୍ଯ୍ୟକ୍ରମ ଆରମ୍ଭ ରେ ସ୍ଵର୍ଗତ  ବିନୋଦ ପଶାୟତ ଙ୍କର ଅମର ଆତ୍ମା ଶାନ୍ତି ଉଦ୍ଦେଶ୍ୟ ରେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା | ପରେ ଅନୁଷ୍ଠାନର କର୍ମକର୍ତ୍ତା ଙ୍କର ଦ୍ଵାରା ଅତିଥି ମାନଙ୍କୁ ସମର୍ଦ୍ଧିତ କରାଯାଇଥିଲା | ସଭାପତି ଶ୍ରୀୟୁକ୍ତ ଶାନ୍ତନୁ କୁମ୍ଭକାର ସମସ୍ତଙ୍କୁ ସ୍ଵାଗତ କରିବା ସହ କାର୍ଯ୍ୟକ୍ରମ ର ଉଦ୍ଦେଶ୍ୟ ସମ୍ପର୍କରେ ଅବଗତ କରାଇଥିଲେ | ଏହାପରେ ତନୁସାନଟିଭି ର ନିର୍ଦେଶକ ଶ୍ରୀମତୀ କଳ୍ପନା ବିଭାର , ତନୁ ସାନ ନୁଆଁଖାଇ ସମ୍ମାନ ୨୦୨୫ ଓ ପଦ୍ମଶ୍ରୀ ବିନୋଦ ପଶାୟତ ଙ୍କର ବିଷୟରେ ଆଲୋଚନା କରିଥିଲେ | ବରିଷ୍ଠ ସାମ୍ବାଦିକ ଗୋରେଖନାଥ ସାହୁ ନୁଆଁଖାଇ ର ମହତ୍ତ୍ୱ ଏବଂ ବିନୋଦ ପଶାୟତ ସାଙ୍ଗରେ କଟାଇଥିବା ପ୍ରତ୍ୟେକ ମୁହୂର୍ତ୍ତ ଙ୍କୁ ସମସ୍ତଙ୍କୁ ଜଣାଇଥିଲେ | ମୁଖ୍ୟ ବକ୍ତା ଡଃ. ପୁରୁଷୋତ୍ତମ ମିଶ୍ର ସୋନପୁର ର ଇତିହାସ,  ନୂଆଁଖାଇ ର ଉଦ୍ଦେଶ୍ୟ ଓ ଶ୍ରୀ ପଶାୟତ ଙ୍କର ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇବା ସହିତ ଆମ ମଧ୍ୟରେ ଭାତୃତ୍ବ,  ସ୍ନେହ,  ପ୍ରେମ ଭାବନା କୁ ବଢାଇବା ପାଇଁ ପରାମର୍ଶ ଦେଇଥିଲେ | ମୁଖ୍ୟ ଅତିଥି ଉଲୁଣ୍ଡା ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ଶାନ୍ତିଲତା ମିଶ୍ର ନୂଆଁଖାଇ ଓ ବିନୋଦ ପଶାୟତ ଙ୍କର ବିଷୟରେ କହିବା ସହିତ ଏହି ଏହି କାର୍ଯ୍ୟକ୍ରମ ର ପ୍ରଶଂସା କରିଥିଲେ | ଏହାପରେ ଅତିଥି ମାନେ ଅନଲାଇନ ରେ ହୋଇଥିବା କବିତା ପାଠତ୍ସବ ରେ ବିଜେତା ହୋଇଥିବା ଲାଠୋର ବଲାଙ୍ଗିର ର ରିଙ୍କୁ ସାହୁ,  ଉପବିଜେତା ହୋଇଥିବା ବରଗଡର ଠାକୁର ନାଗ,  ଉଲୁଣ୍ଡା ର ରାକେଶ ବାଘ ଙ୍କୁ ମାନପତ୍ର,  ଉପଢୌକନ ଦେଇ ସମର୍ଦ୍ଧିତ କରିଥିଲେ | ବିଜେତା ରିଙ୍କୁ ସାହୁ,  ଉପବିଜେତା ରାକେଶ ବାଘ, ଠାକୁର ନାଗ ନିଜର କବିତା ର ଆବୃତ୍ତି କରିଥିଲେ | ଏହାପରେ ଅନୁଷ୍ଠାନ ର ସାଧାରଣ ସମ୍ପାଦକ ସନ୍ତୋଷିଣୀ ନନ୍ଦ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ | କାର୍ଯ୍ୟକ୍ରମ ର ସଂଯୋଜନା କରିଥିଲେ ଅନୁଷ୍ଠାନର ବରିଷ୍ଠ ସଦସ୍ୟ ଲକ୍ଷ୍ମୀନାରାୟଣ ସାହୁ | କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ଅନୁଷ୍ଠାନର ସମସ୍ତ ସଦସ୍ୟ ସେମାନେ ହେଲେ ଅଭିମନ୍ୟୁ ବଗର୍ତ୍ତୀ,  କବିତା ସେଠୀ,  କମ୍ଭୁ ପଧାନ,  ସରସ୍ଵତୀ ଦାଶ୍,  ଜୁବୁଲି ବାଘ,  ଚୈତନ୍ୟ ସେଠୀ,  ସସ୍ମିତା ଜାମୁଡୋଲି ଏବଂ ଅନୁଷ୍ଠାନ ର ଅନ୍ୟାନ୍ୟ ସଦସ୍ୟ | କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ ପଶ୍ଚିମ ଓଡିଶା ର ସାହିତ୍ୟ ଓ ସଂସ୍କୃତି ପ୍ରେମୀ , ବୁଦ୍ଧିଜିବୀ ଭଦ୍ର ବ୍ୟକ୍ତି ବୃନ୍ଦ | ସର୍ବଶେଷରେ ସଭାପତି ଶାନ୍ତନୁ କୁମ୍ଭକାର ସଭା ସାଙ୍ଗ କରିଥିଲେ l

No comments

Powered by Blogger.