ପ୍ରବାସୀ ଶ୍ରମିକଙ୍କ ସନ୍ଦେହ ଜନକ ଅବସ୍ଥାରେ ମୃତଦେହ ଠାବ, ପୋଲିସ ର ତଦନ୍ତ ଜାରି।


 ସ୍ବରାଜ ବାର୍ତ୍ତା /କୋକସରା ( ଯଦୁମଣି ଦୂର୍ଗା)  ବାଙ୍ଗାଲୋର ଅଞ୍ଚଳ କୁ ଦାଦନ ଖଟିବାକୁ ଯାଇଥିବା ଜଣେ ପ୍ରବାସୀ ଶ୍ରମିକଙ୍କ ସନ୍ଦେହ ଜନକ ଅବସ୍ଥାରେ ମୃତଦେହ ଠାବ ହୋଇଥିବା ଜଣାପଡିଛି। ସୂଚନା ମତେ କୋକସରା ବ୍ଲକ ଗୋ ତ ମୁଣ୍ଡା ପଞ୍ଚାୟତ ବନ୍ଧ ପଡା ଗ୍ରାମର ପ୍ରେମ ମାଝୀ (୩୧) ଗତ ରଥଯାତ୍ରା ପରେ ନିଜ ଜୋଇଁ ଧନୁର୍ଯ୍ୟ ମାଝୀ ଓ ଭଉଣୀ ଗୋପାଳ ମାଝୀ ସହ ମିଶି ଦାଦନ ଖଟିବାକୁ ବାଙ୍ଗାଲୋର ସ୍ଥିତ କେଳୁର ଥାନା ଗୁଂଠୁର ଜେକ ନାଲି ନିକଟରେ ଥିବା ଏକ ଇଟାଭାଟି ମାଲିକ ଗଙ୍ଗାଧର ସେଠ ଙ୍କ ନିକଟରେ ଶ୍ରମିକ ଭାବେ ଇଟାଭାଟି ରେ ନିୟୋଜିତ ଥିଲେ। ଗୁରୁବାର ଦିନ ସେ ଇଟାଭାଟି କୁ କାମ କରିବାକୁ ଯାଇ ଆଉ ସନ୍ଧ୍ୟାରେ ଫେରି ନଥିଲେ, ଶୁକ୍ରବାର ସକାଳୁ ତାଙ୍କ ସମ୍ପର୍କୀୟ ମାନେ ଖୋଜାଖୋଜି କରିବା ପରେ ଇଟାଭାଟି ନିକଟରେ ଥିବା ଏକ ଲଟାବୁଦା ନାଲା ରେ ମୃତ ଦେହ ପଡି ରହିଥିବା ଦେଖିବାକୁ ପାଇଥିଲେ। ଏନେଇ ସାଥି ସମ୍ପର୍କୀୟ ମାନେ ଇଟାଭାଟି ମାଲିକ କୁ ଜଣାଇବା ପରେ ଇଟାଭାଟି ମାଲିକ ସ୍ଥାନୀୟ ପୋଲିସ କୁ ସୂଚନା ଦେଇଥିଲେ।କେଳୁର ଥାନା ପୋଲିସ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଥିବା ନେଇ ସୂଚନା ମିଳିଛି, ତେବେ କେଉଁ ପରିସ୍ଥିତିରେ ଯୁବକ ଙ୍କ ମୃତ୍ୟୁ ହୋଇଛି ତାହା ସନ୍ଦେହ ଘେର ରେ ରହିଛି । ସେଠାରେ ଥିବା ମୃତକ ଙ୍କ ଜୋଇଁ ଧନୁର୍ଯ୍ୟ ମାଝୀ ଙ୍କ ସୂଚନା ମତେ ଶବ ବ୍ୟବଚ୍ଛେଦ ପରେ ଇଟାଭାଟି ମାଲିକ ଙ୍କ ସହାୟତା ରେ ଶବ ଗାଁ କୁ ପଠାଇବା ପାଇଁ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି।

No comments

Powered by Blogger.