ତାଳପତ୍ର ଓ ନଡ଼ିଆ ପତ୍ରରେ ନିର୍ମିତ ପ୍ରଭୁ ବିନାୟକ ଙ୍କ ମେଢ଼*
ସ୍ବରାଜ ବାର୍ତ୍ତା /କଳାହାଣ୍ଡି -କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଗଜଵାହାଳ ପଞ୍ଚାୟତ ଅବୁଜବାହାଲ ଗାଁ ର ଉପରପଡ଼ା ରେ ଥିବା ରାଧାକୃଷ୍ଣ ମନ୍ଦିର ସମ୍ମୁଖରେ ପ୍ରଭୁ ଗଜାନନ ଙ୍କ ପୂଜାରେ ନିର୍ମିତ କରାଯାଇଛି ଏକ ଭିନ୍ନ ପ୍ରକାରର ମେଢ଼ । ଶ୍ରୀ ଗଣେଶଙ୍କ ଚତୁର୍ଥି ୧୯୮୩ ମସିହାରୁ ପ୍ରାୟ ୪୨ ବର୍ଷ ହେଲା ଗଣେଶ ପୂଜା ପାଳନ କରାଯାଉଛି। ଏହି ମେଢ ଟି କେବଳ *ନଡ଼ିଆ ପତ୍ର, ତାଳପତ୍ର ଓ ସ୍ଟେପଲର ପିନ* ରେ ତିଆରି ହୋଇ ବହୁତ ସୁନ୍ଦର ଦେଖାଯାଉଛି ଯା ଫଳରେ ମେଢକୁ ଦେଖିବା ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି।ନଏହି ମେଢ଼ କୁ ନୁଆଁ ରୂପ ଦେଇଛନ୍ତି ଦେବାଶିଷ ସାହୁ ଓ ତାଙ୍କ ପିତା ରାଜେନ୍ଦ୍ର ସାହୁ । ଆଲୋକ ପଧାନ, ଅମିତ ପାଣ୍ଡେ, ଅସିତ ପାଣ୍ଡେ, ଅଙ୍କିତ ପାଣ୍ଡେ, ରାକେଶ ସାହୁ, ସୁମିତ ସାହୁ ଓ ରାଜ ବିଶ୍ୱାଳ ପ୍ରମୁଖ ସହଯୋଗ କରିଥିଲେ।

Post a Comment