ଡ଼ାଲଗୁମା ଧାନ ମଣ୍ଡି ରୁ ୬ ସୋଲାର ପ୍ଲେଟ ଚୋରୀ,ସନ୍ଧାନୀ କୁକୁର ସାହାଯ୍ୟ ରେ ପୋଲିସ ର ତଦନ୍ତ ଜାରି।

 

  ସ୍ଵରାଜ ବାର୍ତ୍ତା /କୋକସରା (ଯଦୁମଣି ଦୂର୍ଗା ) କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ଡ଼ାଲଗୁମା ପଞ୍ଚାୟତ ଧାନ ମଣ୍ଡି ରୁ ୨୪  ତାରିଖ ବିଳମ୍ବିତ ରାତିରେ ଦୁର୍ବୃତ୍ତ ମାନେ ମଣ୍ଡି ରେ ଲାଗିଥିବା ୬ ଗୋଟି ସୋଲାର ପେନାଲ ଚୋରି କରି ନେଇଥିବା ନେଇ ଗତ ୨୫ ତାରିଖରେ ଦାଇତ୍ୱ ରେ ଥିବା ଆରଏମସି କର୍ମଚାରୀ କୋକସରା ଥାନା ରେ  ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ମଙ୍ଗଳବାର କୋକସରା ପୁଲିସ ଘଟଣାସ୍ଥଳରେ ପହଞ୍ଚି ପାରିପାର୍ଶ୍ବିକ ଅବସ୍ଥା ଅନୁଧ୍ୟାନ କରିବା ସହ ସନ୍ଧାନୀ କୁକୁର ସାହାଯ୍ୟ ରେ ତଦନ୍ତ କରିଛନ୍ତି। ସନ୍ଧାନୀ କୁକୁର ର ମଣ୍ଡି ର ପରିସର ମଧ୍ୟରେ ଓ ରାସ୍ତାରେ ବୁଲାବୁଲି କରିଥିବା ବେଳେ ପୋଲିସ କୁ ଦୁର୍ବୁତ୍ତ ଙ୍କ  ସନ୍ଧାନ ମିଳିନାହିଁ। ଏହି ମଣ୍ଡି  ଟି ନିଛାଟିଆ ସ୍ଥାନ ରେ ରହିଥିବା ବେଳେ ରାତିରେ କୌଣସି ଜଗୁଆଳି ରହୁ ନଥିବା ଜଣାପଡିଛି।କୋକସରା ପୋଲିସ ର ତଦନ୍ତ ଜାରି ରହିଥିବା ସୂଚନା ମିଳିଛି।

No comments

Powered by Blogger.