ପୁରୀରେ ଆୟୋଜିତ ହେବ ନୂଆଁଖାଇ ଭେଟଘାଟ୍*



ସ୍ଵରାଜ ବାର୍ତ୍ତା/ସୁବର୍ଣ୍ଣପୁର :-(ମହାଦେବ ମଲ୍ଲିକ)ସୁବର୍ଣ୍ଣପୁର ଜିଲ୍ଲାର ପାତାଳି ଶ୍ରୀକ୍ଷେତ୍ର ଓ ଶ୍ରୀକ୍ଷେତ୍ର ମଧ୍ୟରେ ସାଂସ୍କୃତିକ ସମ୍ପର୍କ ଅତି ପ୍ରାଚୀନ I ଏହି ସମ୍ପର୍କର ସେତୁକୁ ଆହୁରି ଦୃଢ କରିବା ପାଇଁ ଆଗେଇ ଆସିଛନ୍ତି ସୁବର୍ଣ୍ଣପୁରର ପ୍ରତିଷ୍ଠିତ ସାଂସ୍କୃତିକ  ଅନୁଷ୍ଠାନ ରୁମକୁଝୁମାନା I ପବିତ୍ର  ଗଣ ପର୍ବ ନୂ ଲଆଖାଇ ଅବସରରେ ଲୋକ କଳା, ଲୋକ ନୃତ୍ୟ ଓ ସଂସ୍କୃତିର ପ୍ରଚାର ଓ ପ୍ରସାର ଉଦ୍ଦେଶ୍ୟରେ ଅନୁଷ୍ଠାନ ତରଫରୁ ପ୍ରଥମ କରି ଶ୍ରୀକ୍ଷେତ୍ରେ ନୂଆଖାଇ ଉତ୍ସବ ପୁରୀ ସଂସ୍କୃତି ଭବନ ଠାରେ ଚଳିତ ଅଗଷ୍ଟ ମାସ ୩୧ ତାରିଖ ସକାଳ ୧୦ ଟା ରୁ ସଂଧ୍ୟା ୫ ଟା ପର୍ଯ୍ୟନ୍ତ ଆୟୋଜନ ହେବାକୁ ଯାଉଛି I ଏ ନେଇ ଉତ୍ସବର ଆବାହକ ଶ୍ରୀମନ୍ତ କୁମାର ଦାଶ, ରୁମକୁଝୁମାନାର ସଭାପତି ଶାଶ୍ବତ କୁମାର ତ୍ରିପାଠୀ, ସଂସୃତିକ କମିଟି ପ୍ରମୁଖ ଭାଗିରଥି ମିଶ୍ର ଓ ମିଡିଆ ସଂଯୋଜକ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ସୁଦାମ ପ୍ରଧାନ ଏହି ସୁଚନା ଦେଇଛନ୍ତି I ସୁବର୍ଣ୍ଣପୁର ଜିଲ୍ଲାପାଳ ଡ. ନୃପରାଜ ସାହୁ ଏହି ଉତ୍ସବ ପାତାଳି ଶ୍ରୀକ୍ଷେତ୍ର ଓ ଶ୍ରୀକ୍ଷେତ୍ର ମଧ୍ୟରେ ସାଂସ୍କୃତିକ ଭାବର ଆଦାନ ପ୍ରଦାନ କ୍ଷେତ୍ରରେ ପ୍ରମୁଖ ଭୁମିକା ଗ୍ରହଣ କରିବ ବୋଲି ମତ ବ୍ୟକ୍ତ କରିବା ସହିତ ଉତ୍ସବରେ ସାମିଲ ହେବା ପାଇଁ ସମ୍ମତି ପ୍ରକାଶ କରିଛନ୍ତି  I ସୁବର୍ଣ୍ଣପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ ଓଡିଶା ସଂସ୍କୃତିରେ ସୁବର୍ଣ୍ଣପୁରର ଅବଦାନ କଥା ଉଲ୍ଲେଖ କରିବା ସହ ନିଜେ ଉପସ୍ଥିତ ରହିବାର ସହମତି ପ୍ରକାଶ କରିଛନ୍ତି । ଏହି ଅବସରରେ ଲୋକ କଳା, ଲୋକ ନୃତ୍ୟ ପ୍ରଦର୍ଶନ ସହିତ କବି ଓ କଳାକାର ସମ୍ମିଳନୀ ମଧ୍ୟ ଅନୁଷ୍ଠିତ ହେବ I ବିଭିନ୍ନ କ୍ଷେତ୍ରରେ ଜୀବନବ୍ୟାପି ସାଧନା କରିଥିବା ବ୍ୟକ୍ତିତ୍ୱଙ୍କୁ ସମ୍ବର୍ଦ୍ଧନା ପ୍ରଦାନ  କରାଯିବ I ସାରା ଓଡିଶାରୁ  କବି ଓ କଳାକାର ସାମିଲ ହୋଇ ଏହି ଅବସରରେ  ସାଂସ୍କୃତିକ ଭାବର ଆଦାନ ପ୍ରଦାନ କରିବେ I ପୁରୀରେ ଅନୁଷ୍ଠିତ ସମ୍ମିଳନୀରେ ରୁମକୁଝୁମାନାର କଳାକାର ମାନେ ମଧ୍ୟ ଉପସ୍ଥିତ ଥିଲେ I

No comments

Powered by Blogger.