ଲଡୁଗାଁ ରେ ପୋଲିସ ର ଚଢ଼ାଉ, ବିପୁଳ ପରିମାଣରେ ବିଦେଶୀ ମଦ ଜବତ, ଜଣେ ଅଟକ।
ସ୍ଵରାଜ ବାର୍ତ୍ତା /କୋକସରା (ଯଦୁମଣି ଦୂର୍ଗା) କଳାହାଣ୍ଡି ଏସପି ଙ୍କ ନିର୍ଦେଶ କ୍ରମେ ମଙ୍ଗଳବାର କୋକସରା ଥାନା ଅନ୍ତର୍ଗତ ଲଡୁଗାଁ ଗ୍ରାମ ର କୁଞ୍ଜ ଦଣ୍ଡସେନା ଙ୍କ ଘରେ କୋକସରା ଥାନା ଅଧିକାରୀ ଜେ ଏନ ହୋତା ଙ୍କ ନେତୃତ୍ୱରେ ଚଢ଼ାଉ କରାଯାଇଛି। ଚଢ଼ାଉ ବେଳେ ବେଆଇନ ଭାବେ ବିପୁଳ ପରିମାଣରେ ଦେଶି ବିଦେଶୀ ମଦ ଜବତ କରାଯାଇଛି ଓ ବେଆଇନ ଭାବେ ବିଦେଶୀ ମଦ ବିକ୍ରି ଅଭିଯୋଗରେ କୁଞ୍ଜ ଦଣ୍ଡସେନା (୪୮) କୁ ଅଟକ ରଖାଯାଇଛି। ଏନେଇ କୋକସରା ଥାନା ଅଧିକାରୀ ଶ୍ରୀ ହୋତା ଙ୍କ ପ୍ରତିକ୍ରିୟା ନେବାରୁ ଏସ.ପି ସାର ଙ୍କ ନିର୍ଦେଶ କ୍ରମେ ଚଢ଼ାଉ କରାଯାଇଛି ଓ ବେଇଆନ ଭାବେ ଦେଶୀ ବିଦେଶୀ ମଦ ଜବତ କରାଯାଇଛି ଓ କୁଞ୍ଜ ଦଣ୍ଡସେନା କୁ ମଦ ବିକ୍ରି ଅଭିଯୋଗରେ ଗିରଫ କରାଯାଇଛି ବୋଲି କହିଛନ୍ତି। ତେବେ ଆଗକୁ ନୂଆଁଖାଇ କୁ ଦୃଷ୍ଟିରେ ରଖି କୋକସରା ଓ ଆମପାଣି ଥାନା ଞ୍ଚଲ ର ବିଭିନ୍ନ ଗ୍ରାମାଞ୍ଚଳ ରେ ବ୍ୟାପକ ଭାବେ ଦେଶୀ ବିଦେଶୀ ମଦ ବିଭିନ୍ନ ମଦଭାଟି ଓ ମଦ ଦୋକାନ ରୁ ଚାଲାଣ ହେଉଛି। ଜିଲ୍ଲା ପୋଲିସ ପ୍ରଶାସନ ଓ ଅବକାରୀ ବିଭାଗ ଏହାକୁ ଦୃଷ୍ଟିରେ ରଖି ପେଟ୍ରୋଲିଂ ସହ ବେଆଇନ ମଦ କାରବାର ରୋକିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।

Post a Comment