ଏ.କେ ସ୍କୁଲ ଆର୍ଟ ଓ କ୍ରାଫ୍ଟ ର ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ*
ସ୍ଵରାଜ ବାର୍ତ୍ତା/ସୁବର୍ଣ୍ଣପୁର :-(ମହାଦେବ ମଲ୍ଲିକ)ସୋନପୁର ପଟାଭାଡ଼ି ସ୍ଥିତ ଏ.କେ ସ୍କୁଲ ଆର୍ଟ ଓ କ୍ରାଫ୍ଟ ର ପ୍ରଥମ ବାର୍ଷିକ ଉତ୍ସବ ବୁଧବାର ଦିନ ଅନୁଷ୍ଠିତ ହେଇଯାଇଛି l ସ୍କୁଲ ର ସଭାପତି ମିନତୀ ମେହେରଙ୍କ ଅଧ୍ୟକ୍ଷତା ଏବଂ ସମ୍ପାଦକ ଶ୍ୟାମ ସୁନ୍ଦର ମେହେରଙ୍କ ସଂଯୋଜନା ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୂଖ୍ୟ ଅତିଥି ଭାବରେ ଅକ୍ଷୟ କୁମାର ସେଠି, ଜିଲ୍ଲା ସଂସ୍କୃତି ଅଧିକାରି, କନ୍ଧମାଳ, ମୂଖ୍ୟବକ୍ତା ସୁଦାମ ନାଏକ, ଲେଖକ ଓ ସଂସ୍କୃତି ଗବେଷକ ଏବଂ ସମ୍ମାନିତ ଅତିଥି ଭାବରେ ଚୌଧୁରୀ ବିଭାର, ସମ୍ପାଦକ, ପଏଁରୀ ତଥା ଲୋକ କଳା ଗବେଷକ ଉପସ୍ଥିତ ରହି ପିଲା ମାନଙ୍କ ର ସୃଜନି କଳା କୁ କିପରି ବିକାଶ କରିହେବ ସେ ଉପରେ ମତାମତ ଦେଇଥିଲେ l ଏହି ଅବସରରେ ଗଂଜପା ଶିଳ୍ପୀ ଶ୍ରୀ ସତ୍ୟ ନାରାୟଣ ମହାରଣା, ସୋନପୁର ଓ଼ ଚିତ୍ରଶିଳ୍ପୀ ଶ୍ରୀ ବାବୁଲାଲ ମେହେର, ବିର ମହାରାଜପୁର ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ଏହି ଅବସରରେ ସ୍କୁଲ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ବରିଷ୍ଠ ବିଭାଗ ରେ ପ୍ରଥମ ସ୍ଥାନ ଶ୍ରୀସମ୍ପନା ମେହେର, ଦ୍ଵିତୀୟ ଦେବବ୍ରତ କଠାର, ତୃତୀୟ ଅଭିଜିତ ମେହେରଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ କନିଷ୍ଠ ବର୍ଗରେ ପ୍ରଥମ ସ୍ଥାନ ସୁବର୍ଣା ପଧାନ, ଦ୍ଵିତୀୟ ପିୟୁଷ ନନ୍ଦ ଓ ତୃତୀୟ ନିବେଦିତା ଖଣ୍ଡଗିରି ଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା l ଶେଷରେ ସ୍କୁଲ ର ଅଧକ୍ଷ ସୁରେନ୍ଦ୍ର କୁମାର ମେହେର ଧନ୍ୟବାଦ ପ୍ରଦାନ କରିଥିଲେ l ସ୍କୁଲ ର ନିକିତା ମେହେର, ଆୟୁଷ ମେହେର ଓ ସମୀର ମେହେର ପ୍ରମୁଖ ସହଯୋଗ କରିଥିଲେ l

Post a Comment