ଜିଲ୍ଲା ସ୍ତରୀୟ ବିଶ୍ଵ ୪0 ତମ ଜାତୀୟ ଚକ୍ଷୁ ଦାନ ପକ୍ଷ ପାଳିତ

 ଜିଲ୍ଲା ସ୍ତରୀୟ ବିଶ୍ଵ ୪0 ତମ ଜାତୀୟ ଚକ୍ଷୁ ଦାନ ପକ୍ଷ ପାଳିତ   

 ସ୍ଵରାଜ ବାର୍ତ୍ତା/ସୁବର୍ଣ୍ଣପୁର :-(ମହାଦେବ ମଲ୍ଲିକ)ଜିଲ୍ଲା  ସ୍ୱାସ୍ଥ୍ୟ ବିଭାଗ ତରଫରୁ ଉଲୁଣ୍ଡା ପଂଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ ଠାରେ ଜିଲ୍ଲା ସ୍ତରୀୟ ୪୦ ତମ ଜାତୀୟ ଚକ୍ଷୁ ଦାନ ପକ୍ଷପାଳନ  ମହାବିଦ୍ୟାଳୟ ର ଅଧକ୍ଷ ଡ଼. ଦେବାଶିଷ ପାଣ୍ଡିଆ ଙ୍କ ଅଧକ୍ଷତା ରେ ଅନୁଷ୍ଠିତ ହୋଇଥିଲା  l ଉକ୍ତ ପାଳନ ରେ ଅତିରିକ୍ତ ଜିଲ୍ଲା ଜନ ସ୍ବାସ୍ଥ୍ୟ ଅଧିକାରୀ ରୋଗ ନିୟନ୍ତ୍ରଣ ଡ଼ା ରମେଶ ଚନ୍ଦ୍ର ସ୍ୱାଇଁ ଅନ୍ୟତମ ଅତିରିକ୍ତ ଜିଲ୍ଲା ଜନ ସ୍ବାସ୍ଥ୍ୟ ଅଧିକାରୀ ଡା ତ୍ରିବିକ୍ରମ ପାଣ୍ଡିଆ ସହକାରୀ ଜିଲ୍ଲା ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ବୃନ୍ଦାବନ ସାହୁ ଉପସ୍ଥିତ ରହି  ଆଜିକାର ଦିବସ ର ସ୍ୱାସ୍ଥ୍ୟ ବାର୍ତ୍ତା ଯଥା ଚକ୍ଷୁ ଦାନ ମହତ ଦାନ, ତେଣୁ ସମସ୍ତେ ନିର୍ଦ୍ବନ୍ଦ ରେ ଚକ୍ଷୁ ଦାନ କରନ୍ତୁ ଏ ବିଷୟ ରେ ପୁଙ୍ଖାନୁପୁଙ୍ଖ ଭାବରେ ବୁଝାଇଥିଲେ ଓ ପାଳନର ତାତ୍ପର୍ଯ୍ୟ ଉପରେ ଆଲୋଚନା କରି ଥିଲେ l  ଉକ୍ତ ସଭାରେ ମହାବିଦ୍ୟାଳୟ ର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ତଥା ଛାତ୍ର ଛାତ୍ରୀ ସବୁ ,ସ୍ଵାସ୍ଥ୍ୟ ବିଭାଗ ର କର୍ମଚାରୀ ଅଧିକାରୀ ବୃନ୍ଦ ଏବଂ ସାମ୍ବାଦିକ ବନ୍ଧୁ ମାନେ  ଉପସ୍ଥିତ ଥିଲେ । ସ୍ୱାସ୍ଥ୍ୟପରିଦର୍ଶକ ପ୍ରମୋଦ କୁମାର ସାହୁ ସଭା ପରିଚାଳନା କରିଥିବାବେଳେ DEO,NPCB & VI  ବିଭାଗ ର ଅଶ୍ଵିନୀ କୁମାର ମେହେର ଏକ ମ୍ୟାଜିକ ପରିବେଷଣ କରି କାର୍ଯ୍ୟକ୍ରମ କୁ  ପୂର୍ଣ୍ଣ ସହଯୋଗ କରିଥିଲେ । ଶେଷରେ ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ସାହୁ କୁଇଜ୍ କାର୍ଯ୍ୟକ୍ରମ ପରିଚାଳନା କରି ୧୦ ଜନ କୃତି ଛାତ୍ର ଛାତ୍ରୀ ଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ ଏବଂ  ଉପସ୍ଥିତ ସମସ୍ତଙ୍କୁ  ଧନ୍ୟବାଦ ଅର୍ପଣ କରିଥିଲେ । ଚକ୍ଷୁ ଦାନ ପକ୍ଷ ପାଳନ ଉପରେ ଏକ ଲିଫଲେଟ ପ୍ରଦର୍ଶିତ କରାଯାଇ ସମସ୍ତ ଙ୍କୁ ସଚେତନ କରିବା ପାଇଁ ବଣ୍ଟନ କରାଯାଇଥିଲା ।

No comments

Powered by Blogger.