ସୁବର୍ଣ୍ଣପୁର ଜିଲ୍ଲା ନୋଡାଲ ଅଧିକାରୀ ଶ୍ର ଅରବିନ୍ଦ ଅଗ୍ରୱାଲ ନୋଡାଲ ଅଧିକାରୀ ତଥା ଶାସନ ସଚିବ, ଉଚ୍ଚ ଶିକ୍ଷା ବିଭାଗଙ୍କ ଦ୍ଵିତୀୟ ଦିନ ଜିଲ୍ଲା ଗସ୍ତ।

 ସୁବର୍ଣ୍ଣପୁର ଜିଲ୍ଲା ନୋଡାଲ ଅଧିକାରୀ ଶ୍ର ଅରବିନ୍ଦ ଅଗ୍ରୱାଲ ନୋଡାଲ ଅଧିକାରୀ ତଥା ଶାସନ ସଚିବ, ଉଚ୍ଚ ଶିକ୍ଷା ବିଭାଗଙ୍କ ଦ୍ଵିତୀୟ ଦିନ ଜିଲ୍ଲା ଗସ୍ତ।                   

  ସ୍ଵରାଜ ବାର୍ତ୍ତା/ସୁବର୍ଣ୍ଣପୁର  :- (ମହାଦେବ ମଲ୍ଲିକ)ସୁବର୍ଣ୍ଣପୁର ଜିଲ୍ଲା ନୋଡାଲ ଅଧିକାରୀ ଶ୍ରୀ ଅରବିନ୍ଦ ଅଗ୍ରୱାଲ ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର ପୌର ପରିଷଦ ଅଞ୍ଚଳର ସୁରେଶ୍ଵରୀ ମନ୍ଦିର ନିକଟରେ ମିଶନ ଶକ୍ତି ଓ ଓରମାସ ଦ୍ଵାରା ପରିଚାଳିତ ହେଉଥିବା ସୁବର୍ଣ୍ଣଶ୍ରୀ ସମ୍ବଲପୁରୀ ଶାଢ଼ୀ, ପାଟ ଓ ସମ୍ବଲପୁରୀ କପଡା ବୟନ ତାଲିମ କେନ୍ଦ୍ର ଓ ଉତ୍ପାଦକ କମ୍ପାନୀ ଲିମିଟେଡ, ସୋନପୁରକୁ ଗସ୍ତ ଓ ପରିଦର୍ଶନ କରିଥିଲେ । ସେଠାରେ ତାଲିମ ନେଉଥିବା ବୁଣାକାର ଓ କମ୍ପାନୀର ସଦସ୍ୟମାନଙ୍କ ସହିତ ଆଲୋଚନା କରିଥିଲେ। ତାପରେ  ସୋନପୁର ପଞ୍ଚାୟତ ସମିତି ଦ୍ବାରା ଆୟୋଜିତ କରାଯାଇଥିବା ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ପରିଦର୍ଶନ କରିଥିଲେ। ସେଠାରେ ଜିଲ୍ଲା ନୋଡାଲ ଅଧିକାରୀ ଙ୍କ ଦ୍ଵାରା ଦୁଇଜଣ ଦୃଷ୍ଟିବାଧିତ ଝିଅଙ୍କୁ  ବ୍ରେଲି ପାଠ ପଢା ଯନ୍ତ୍ର  ଓ ଜଣେ  ଦୃଷ୍ଟି  ବାଧିତା ଝିଅକୁ ସ୍ମାର୍ଟ ଷ୍ଟିକ୍ ବିତରଣ କରାଯାଇଥିଲା।ଏହି ଶିବିରର ବିଭିନ୍ନ ବର୍ଗର ଶାରୀରିକ ଅକ୍ଷମତା ଯଥା  ଶାରୀରିକ ଅକ୍ଷମତା, ଦୃଷ୍ଟି ଶକ୍ତି ବା ଦୃଷ୍ଟି ବାଧିତ ଅକ୍ଷମତା,  ବାକ ଓ ଶ୍ରବଣ ଶକ୍ତି ଅକ୍ଷମତା ଓ ମାନସିକ ଅକ୍ଷମତାର ଚିହ୍ନଟ କରାଇବା ପାଇଁ ଆସିଥିବା ହିତାଧିକାରୀମାନଙ୍କ ଡାକ୍ତର ମାନଙ୍କ ଦ୍ଵାରା ଚିହ୍ନଟ ପ୍ରକ୍ରିୟା ବୁଲି ଦେଖିଥିଲେ । ଉଭୟ ଆସିଥିବା ହିତାଧିକାରୀ ଓ ଡାକ୍ତର ମାନଙ୍କ ସହିତ ମଧ୍ୟ କଥାବାର୍ତ୍ତା ହୋଇଥିଲେ। ତାପରେ ଜିଲ୍ଲା ନୋଡାଲ ଅଧିକାରୀ ମଡେଲ ଡିଗ୍ରୀ କଲେଜ, ସୋନପୁର ଗସ୍ତ ଓ ପରିଦର୍ଶନ କରିଥିଲେ। କଲେଜର ପରିଚାଳନା, ଭିତ୍ତିଭୂମି, ଶିକ୍ଷାଦାନ, ଛାତ୍ର ଛାତ୍ରୀମାନଙ୍କ ବିଷୟ ଚୟନ, କର୍ମଚାରୀ ଅଭାବ ଓ ସମସ୍ୟା ଉପରେ ଅଧ୍ୟକ୍ଷ,ଅଧ୍ୟାପକମାନଙ୍କ ସହିତ ଆଲୋଚନା କରିଥିଲେ । କଲେଜର ଛାତ୍ର ଛାତ୍ରୀ ମାନଙ୍କ ସହିତ ସେମାନେ କଲେଜରେ ସମ୍ମୁଖୀନ ହେଉଥିବା ଅସୁବିଧା, ସମସ୍ୟା ଓ ରାଗିଙ୍ଗ ବିଷୟରେ ପଚାରି ବୁଝିଥିଲେ। ଝିଅମାନଙ୍କ ସହିତ ମଧ୍ୟ କାର୍ଯ୍ୟସ୍ଥଳରେ ମହିଳାଙ୍କ ପ୍ରତି ହିଂସା ନିରୋଧ ଓ ରୋକିବା ପାଇଁ   ଆଇ.ସି.ସି କମିଟି ଗଠନ ଉପରେ ଆଲୋଚନା କରିଥିଲେ। ଏହି କମିଟିର କାର୍ଯ୍ୟ ଉପରେ ସମସ୍ତ ଛାତ୍ର ଛାତ୍ରୀମାନଙ୍କୁ ତାଲିମ  ମାଧ୍ୟମରେ ସଚେତନ କରାଇବାକୁ ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତାପରେ ବିନିକ ପଞ୍ଚାୟତ ସମିତି ଅନ୍ତର୍ଗତ ଚରଦା ଗ୍ରାମ ପଞ୍ଚାୟତ ମୁଖ୍ୟାଳୟ ଠାରେ ମିଶନ ଶକ୍ତି ଓ ଓରମାସ ଦ୍ଵାରା ନିର୍ମିତ ଗ୍ରାମୀଣ ଶିଳ୍ପ ଉଦ୍ୟାନକୁ ଜିଲ୍ଲା ନୋଡାଲ ଅଧିକାରୀ ଓ ଜିଲ୍ଲାପାଳ, ସୁବର୍ଣ୍ଣପୁରଙ୍କ ଦ୍ଵାରା ଉଦଘାଟନ କରାଯାଇଥିଲା। ଏହି ଉଦ୍ୟାନ ଲକ୍ଷ୍ମୀ ନାରାୟଣ ଉତ୍ପାଦକ ଗୋଷ୍ଠୀ, ଚରଦା ପରିଚାଳନା କରିବେ। ଏହି ଗ୍ରାମୀଣ ଶିଳ୍ପ ଉଦ୍ୟାନରେ ଫିନାଇଲ, ଖଲି,ଦନା, ଖାତା ବହି ଓ ପାଳ ଛତୁ ଇତ୍ୟାଦି ପ୍ରସ୍ତୁତି ଓ ଉତ୍ପାଦନ କରାଯିବ। ଏହି ଶିଳ୍ପ ଉଦ୍ୟାନ ପରିଚାଳନା ଉପରେ ଏକ ମଣ୍ଡଳ ବା ଗୋଷ୍ଠୀ ସ୍ତରୀୟ ଆଲୋଚନା ଚକ୍ର ଓ କର୍ମଶାଳା ଆୟୋଜନ କରାଯାଇଥିଲା। ଏହି କର୍ମଶାଳାରେ ଜିଲ୍ଲା ନୋଡାଲ ଅଧିକାରୀ ଓ ଜିଲ୍ଲାପାଳ, ସୁବର୍ଣ୍ଣପୁର ଏହି ଶିଳ୍ପ ଉଦ୍ୟାନକୁ କି ପରିଚାଳନା କରିବେ ସେ ଉପରେ ଉତ୍ପାଦକ ଗୋଷ୍ଠୀର ସଦସ୍ୟା ମାନଙ୍କୁ ବିଶଦ ଭାବେ ବୁଝାଇବା ସହିତ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ଉପ ମୁଖ୍ୟ ନିର୍ବାହୀ ଅଧିକାରୀ, ଓରମାସ, ସୁବର୍ଣ୍ଣପୁର ଓ ଜିଲ୍ଲା ପ୍ରକଳ୍ପ ସଂଯୋଜକ, ମିଶନ ଶକ୍ତି, ସୁବର୍ଣ୍ଣପୁର ପରିଚାଳନା କରିଥିଲେ। ତାପରେ ଜିଲ୍ଲା ନୋଡଲ ଅଧିକାରୀ ବିନିକା ବିଜ୍ଞାପିତ ଅଞ୍ଚଳ ପରିଷଦ ମଧ୍ୟରେ ଥିବା ଚୌଧୁରୀ ଉଦ୍ୟୋଗ ଜିଲ୍ଲାପାଳଙ୍କ ସହିତ ପରିଦର୍ଶନ କରିଥଲେ। ଯେଉଁଠାରେ ପଲିଥିନ ବ୍ୟାଗ ପ୍ରସ୍ତୁତି ଓ ଉତ୍ପାଦନ କରାଯାଉଛି, ଯାହାକି ପ୍ଲାଷ୍ଟିକ ସାମଗ୍ରୀରେ ପ୍ରସ୍ତୁତି ହୋଇନାହିଁ। ତାପରେ ଜିଲ୍ଲା ନୋଡାଲ ଅଧିକାରୀ ଜିଲ୍ଲାପାଳ ଙ୍କ ସହିତ ବିନିକା ବ୍ଲକ ଅନ୍ତର୍ଗତ ଭଣ୍ଡାର ଗ୍ରାମ ପଞ୍ଚାୟତର ଗୁଲୁଣ୍ଡା ଗ୍ରାମରେ ଉଦ୍ୟାନ ବିଭାଗ ର ଦୁଇଟି ଯୋଜନାର ଏକିକରଣରେ ଯଥା ଜାତୀୟ ଉଦ୍ୟାନ ମିଶନ ଜରିଆରେ ପନି ପରିବା ଚାଷର  ଛତୁକରଣ ପାଇଁ ୫୦% ରିହାତି ଓ ପି.ଡି.ଏମ.ସି  ଯୋଜନାରେ ପନିପରିବା ଚାଷର ଡ୍ରିପ ଇରିଗେସନ ବା ଜଳ ବୁନ୍ଦା ଜଳସେଚନ ପାଇଁ ୭୦% ରିହାତିରେ ଶ୍ରୀ ବେଦାରେଶ୍ୱର୍ ଜେନା ଓ ଶ୍ରୀ କହ୍ନେଇ ଚରଣ ପାଢ଼ୀ ଙ୍କ ଦ୍ଵାରା କରାଯାଇଥିବା ଫୁଲକୋବି ଓ ବାଇଗଣ ପନିପରିବା ଚାଷ ଖେତ ପରିଦର୍ଶନ କରିଥଲେ। ଉଭୟ ଚାଷୀଙ୍କ ସହିତ ଏହି  ପନିପରିବା ଚାଷ, ବଜାର ସୁବିଧା ପାଉଥିବା ଲାଭ ଉପରେ ଆଲୋଚନା କରିଥିଲେ। ଏହି ପରିଦର୍ଶନ ସମୟରେ ପ୍ରାଥମିକ କୃଷି ସମବାୟ ସମିତି ଦ୍ବାରା ପାଉଥିବା କୃଷି ଋଣ ଓ ସେମାନେ ପାଉଥିବା ଲାଭ ଉପରେ ଆଲୋଚନା କରିଥିଲେ।  ଶେଷରେ ବିନିକା ପଞ୍ଚାୟତ ସମିତିର ସିଙ୍ଘିଯୁବା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଜାମପାଲି ଗ୍ରାମ ଠାରେ ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗ ଦ୍ଵାରା ନିର୍ମାଣାଧୀନ  ଡୁଙ୍ଗୁରିପାଲି ବିନିକା  ମେଗା ପାଇପ ଜଳ ଯୋଗାଣ ପ୍ରକଳ୍ପ ଜିଲ୍ଲାପାଳ, ସୁବର୍ଣ୍ଣପୁର ଙ୍କ ସହିତ ପରିଦର୍ଶନ କରିଥିଲେ।  ଏହି ପ୍ରକଳ୍ପ ଦ୍ଵାରା ଡୁଙ୍ଗୁରିପାଲି ଓ ବିନିକା ବ୍ଲକର ଦଶ ଗୋଟି ଗ୍ରାମ ପଞ୍ଚାୟତର ସମସ୍ତ ଗ୍ରାମକୁ ପାନୀୟ ଜଳ ଯୋଗାଇ ଦିଆଯାଇପାରିବ। ଅଧିକ୍ଷଣ ଯନ୍ତ୍ରୀ, ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗ, ସୁବର୍ଣ୍ଣପୁର ଏହି ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ଉପରେ ଜିଲ୍ଲା ନୋଡାଲ ଅଧିକାରୀ ଙ୍କୁ ଅବଗତ କରିଥିଲେ। ଏହି ପ୍ରକଳ୍ପ ନିର୍ମାଣ କାମ ତୁରନ୍ତ ଶେଷ କରିବା ପାଇଁ ଜିଲ୍ଲା ନୋଡାଲ ଅଧିକାରୀ  ଅଧିକ୍ଷଣ ଯନ୍ତ୍ରୀ, ଗ୍ରାମ୍ୟ ପାନୀୟ ଜଳ ଯୋଗାଣ  ବିଭାଗ, ସୁବର୍ଣ୍ଣପୁର ଙ୍କୁ ପରାମର୍ଶ ଦେଇଥିଲେ। ଏହି ଗସ୍ତ ଓ ପରିଦର୍ଶନ ସମୟରେ ଜିଲ୍ଲାପାଳ, ସୁବର୍ଣ୍ଣପୁର, ଡ. ନୃପରାଜ ସାହୁ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ସୁବର୍ଣ୍ଣପୁର, ଜିଲ୍ଲା ଉଦ୍ୟାନ ଅଧିକାରୀ, ସୁବର୍ଣ୍ଣପୁର, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ସୋନପୁର, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ସୁବର୍ଣ୍ଣପୁର, ଉପ ନିର୍ଦ୍ଦେଶକ, ଜିଲ୍ଲା ଯୋଜନା  ଓ ପର୍ଯ୍ୟବେକ୍ଷଣ ଶାଖା, ସୁବର୍ଣ୍ଣପୁର, ସହକାରୀ ନିବନ୍ଧକ, ସୁବର୍ଣ୍ଣପୁର, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ବିନିକା ଅଧିକ୍ଷଣ ଯନ୍ତ୍ରୀ, ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗ, ସୁବର୍ଣ୍ଣପୁରଙ୍କ ସମେତ ଜିଲ୍ଲା ପଞ୍ଚାୟତ ଅଧିକାରୀ ତଥା ଭାରପ୍ରାପ୍ତ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ସୁବର୍ଣ୍ଣପୁର ଶ୍ରୀ ଅର୍ଜୁନ ମାଝୀ ଉପସ୍ଥିତ ଥିଲେ।

No comments

Powered by Blogger.