*୧୮୭ ବୋତଲ କଫ ସିରଫ ସହ କାର ଜବତ; ୪ ଅଭିଯୁକ୍ତ ଗିରଫ

 ୧୮୭ ବୋତଲ କଫ ସିରଫ ସହ କାର ଜବତ; ୪ ଅଭିଯୁକ୍ତ ଗିରଫ


ସ୍ଵରାଜ ବାର୍ତ୍ତା/ସୁବର୍ଣ୍ଣପୁର:- (ମହାଦେବ ମଲ୍ଲିକ) ଆଜି ସୋନପୁର ପୁଲିସ କୁ ଅପରେସନ ଗଜ ରେ ମିଳିଛି ସଫଳତା । ୧୮୭ ବୋତଲ କଫ ସିରଫ ଜବତ ସହ ୪ ଅଭିଯୁକ୍ତ କୁ ଗିରଫ ସହ ଅଭିଯୁକ୍ତ ଙ୍କ ପାଖରୁ ୩ ଟି ମୋବାଇଲ ଜବତ କରିଛି ପୁଲିସ। ଏହି କାରବାର ରେ ବ୍ୟବହୃତ ଏକ ସ୍ଵିଫ୍ଟ ଡିଜାୟାର କାର ନଂ OD17P- 1861 ମଧ୍ୟ  ଜବତ ହୋଇଛି । ଏ ନେଇ ଆଜି ସନ୍ଧ୍ୟାରେ ଏକ ସାମ୍ବାଦିକ ସମ୍ମିଳନୀରେ ସବିଶେଷ ତଥ୍ୟ ଦେଇଛନ୍ତି ଏସପି ନାରାୟଣ ନାୟକ । କଫ ସିରଫ କୁ ସେମାନେ ଉଲୁଣ୍ଡା ବସଷ୍ଟାଣ୍ଡ ପାଖରୁ ସୋନପୁର କୁ ଚାଲାଣ କରୁଥିବା ବେଳେ ଉଲୁଣ୍ଡା ସଦର ଆଇଆଇସି ଙ୍କ ନେତୃତ୍ବରେ ଏକ ଟିମ୍ ପିଛା କରି ଧରିଥିଲେ । ଅଭିଯୁକ୍ତ ମାନେ ହେଲେ ସୋନପୁର ସହରର ମାଳିପଡା ର କନ୍ନେଇଲାଲ ଉଗେର (୩୫), ସରୋଜ ବଡଚାଟ୍, ଅନିଲ ପରୁଆ(୩୧), ଷଷ୍ଠୀ ଦରୁଆନ (୩୮) ବର୍ଷ । ଏ ନେଇ ଏକ ଏନଡିପିଏସ କେସ ଉଲୁଣ୍ଡା ଥାନା କେସ ନଂ ୧୧୭ ତା ୦୧/୦୯/୨୫ U/s-21(b)/25/29 ରେ ଏକ ମାମଲା ରୁଜୁ ହୋଇଛି । ସେହିପରି ସୋନପୁର ସଦର ଥାନା ଅଞ୍ଚଳରେ ଏକ ଚୋରା ଅଭିନବ ଉପାୟରେ ଶାଗ ଭର୍ତ୍ତି ପଲିଥିନ ଭିତରେ ଗଞ୍ଜେଇ ଚାଲାଣରେ ୩ କେଜି ଗଞ୍ଜେଇ ସହ ଏକ ମୋଟର ସାଇକେଲ ସହ ଅଭିଯୁକ୍ତ ଉତ୍ତରପ୍ରଦେଶ ମହୁଆ ଜିଲ୍ଲାର ଚରଖେଇ ଥାନ ଅଞ୍ଚଳର ଲକ୍ଷ୍ମୀନାରାୟଣ ପ୍ରଜାପତି କୁ ଗିରଫ କରିଛି  ସୋନପୁର ପୁଲିସ l ଏ ନେଇ ଏକ ମାମଲା NDPS ଆକ୍ଟ ରେ କେସ ନଂ ୨୧୭ ତା ୦୧/୦୯/୨୫ U/s- 20(b)(ii)(B) ରେ ରୁଜୁ କରି କୋର୍ଟ ଚାଲାଣ କରାଯାଇଛି। ସେପଟେ ସୋନପୁର ସହର ର ୪ ଅଭିଯୁକ୍ତ ଉଲୁଣ୍ଡା ରେ ଗିରଫ ପରେ ସୋନପୁର ଥାନା ଅଞ୍ଚଳରେ ବେଆଇନ ନିଶା କାରବାର ବୃଦ୍ଧି ପାଉଥିବା ନିଶ୍ଚିତ ହୋଇଥିବା ବେଳେ ସୋନପୁର ସଦର ଥାନା ର ବିଫଳତା କୁ ଦର୍ଶାଉଛି କାରଣ ସବୁ ଜାଣିଶୁଣି ଚୁପ୍ ବସିଛି ସଦର ଥାନା ର ପୋଲିସ ।

No comments

Powered by Blogger.