କର୍ଲାମୁଣ୍ଡା ଓ ଯୋରାଡବରା ମଣ୍ଡଳ ପକ୍ଷରୁ ସାଙ୍ଗଠାନିକ ପର୍ବ ଅନୁଷ୍ଠିତ

 କର୍ଲାମୁଣ୍ଡା ଓ ଯୋରାଡବରା ମଣ୍ଡଳ ପକ୍ଷରୁ ସାଙ୍ଗଠାନିକ ପର୍ବ ଅନୁଷ୍ଠିତ 

  ସ୍ବରାଜ ବାର୍ତ୍ତା /କଳାହାଣ୍ଡି -କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ସଦର ଦୂର୍ଗା ମନ୍ଦିର ଠାରେ‌ କର୍ଲାମୁଣ୍ଡା ଓ ଯୋରାଡବରା ଭାରତୀୟ ଜନତା ପାର୍ଟିର ସଭାପତି ଡୋଳାମଣୀ ଭୋଇ ଓ ଯତିନ୍ଦ୍ର ସାହୁଙ୍କ ସଭାପତିତ୍ବରେ ସାଙ୍ଗଠାନିକ ପର୍ବ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ  ଭାରତୀୟ ଜନତା ପାର୍ଟିର କଳାହାଣ୍ଡି ଜିଲ୍ଲା ସଭାପତି ଯୁଗଳ କିଶୋର ପୋଢ ମୁଖ୍ୟ ଅତିଥି, ପୂର୍ବତନ ଜିଲ୍ଲା ସଭାପତି ଆର୍ତ୍ତତ୍ରାଣ ମହାପାତ୍ର, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ନମିତା ରାଣୀ ସାହୁ ସମ୍ମାନିତ ଅତିଥି ,ଧର୍ମଗଡ ବିଧାୟକ ସୁଧିର ରଞ୍ଜନ ପାଟ୍ଟଯୋଷୀ ମୁଖ୍ୟବକ୍ତା ଭାବେ ଯୋଗଦେଇ ଭାରତୀୟ ଜନତା ପାର୍ଟିର ସାଙ୍ଗଠନିକ ଉପରେ କର୍ମକର୍ତ୍ତାଙ୍କୁ ଗୁରୁମନ୍ତ୍ର ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବ୍ଲକ ସଭାପତି ଦୟାନିଧି ସାହୁ, ଗୋବିନ୍ଦ ଶଙ୍କର ସାହୁ, ଜିଲ୍ଲା ପ୍ରତିନିଧି ସଂଜୟ ଜୈନ, ଶିଶିର କୁମାର ସାହୁ, ପୂର୍ବତନ ମଣ୍ଡଳ ସଭାପତି ଚିତ୍ରସେନ ସାହୁ, ଦଶରଥ ସାହୁ, ବିଘ୍ନରାଜ ସାହୁ,ଏସ ସି ମୋର୍ଚ୍ଚା ଜିଲ୍ଲା ସଭାପତି ଗଣେଶ କୁମାର ପ୍ରମୁଖ ମଞ୍ଚାସିନ ରହି ଭାରତୀୟ ଜନତା ପାର୍ଟିର  କେମିତି ସୃଦୃଢ଼ ହେବ ଆଗାମୀ ପଞ୍ଚାୟତ ନିର୍ବାଚନରେ କେମିତି ବିଜେପିର ଆସନ ବଢିବ ସେ ଉପରେ ମତବ୍ୟକ୍ତ କରିଥିଲେ। ଭାଜପାର ବରିଷ୍ଠ କାର୍ଯ୍ୟ କର୍ତ୍ତା ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟା ପୁଷ୍ପକାନ୍ତୀ କୁମାର,ପ୍ରଭାତୀ ଭୋଇ ,ଏମ ପି ପ୍ରତିନିଧି ହୃଦାନନ୍ଦ ସାହୁ, ବନମାଳୀ ସାହୁ, ଗୁଣନିଧି ସାହୁ, ଲିଙ୍ଗରାଜ ସାହୁ, ଅବନୀ ସାହୁ, ଶୁଭ୍ରାଂଶୁ ସାହୁ, ଜୟନ୍ତୀ ସାହୁ, ସଞ୍ଜୁ ସାହୁ, ପୁଷ୍ପାଞ୍ଜଳି ସାହୁ ସମେତ ଶତାଧିକ ବିଜେପି କର୍ମୀ ଉପସ୍ଥିତ ଥିଲେ। ସ୍ବାଗତ ସମ୍ବର୍ଦ୍ଧନା ଡୋଳାମଣୀ ଭୋଇ କରିଥିବା  ବେଳେ ମଞ୍ଚକୁ ପରିଚାଳନା କରିଥିଲେ ପୂର୍ବତନ ଯୁବ ମୋର୍ଚ୍ଚା ସଭାପତି ନବୀନ କିଶୋର ସାହୁ ଓ  କର୍ଲାମୁଣ୍ଡା ମଣ୍ଡଳ ସାଧାରଣ ସଂପାଦକ କ୍ଷମା ନିଧି ରଣା ଧନ୍ୟବାଦ ଅର୍ପଣ କରିଥିଲେ।

No comments

Powered by Blogger.