ସୁବର୍ଣ୍ଣପୁର ପୋଲିସର ଅପରେସନ "ପ୍ରହାର" ସଫଳତା ; ତରଭା ଥାନା (ଘାଟକୈନ୍ତରା) ଠାରେ ୬୪ କେଜି ଗଞ୍ଜେଇ ଜବତ*
*ସୁବର୍ଣ୍ଣପୁର ପୋଲିସର ଅପରେସନ "ପ୍ରହାର" ସଫଳତା ; ତରଭା ଥାନା (ଘାଟକୈନ୍ତରା) ଠାରେ ୬୪ କେଜି ଗଞ୍ଜେଇ ଜବତ*
ସ୍ଵରାଜ ବାର୍ତ୍ତା/ସୁବର୍ଣ୍ଣପୁର:-(ମହାଦେବ ମଲ୍ଲିକ)ସୁବର୍ଣ୍ଣପୁର ଜିଲ୍ଲାରେ ୧ ସେପ୍ଟେମ୍ବର ରୁ ଆରମ୍ଭ ହୋଇଛି ଅପରେସନ ପ୍ରହାର l "ପ୍ରହାର" ଅପରେସନ୍ ହେଉଛି ନିଶା କାରବାର ବିରୁଦ୍ଧରେ ଏକ ସ୍ୱତନ୍ତ୍ର ଅଭିଯାନ । ଆଜି ଏ ନେଇ ସୁବର୍ଣ୍ଣପୁର ଏସପି ଅଫିସ୍ କାର୍ଯ୍ୟାଳୟ ସଭା ଗୃହ ଠାରେ ଏସପି ନାରାୟଣ ନାୟକ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି l ଓ ଏହି ଅଭିଯାନରେ ସୁବର୍ଣ୍ଣପୁର ପୋଲିସ ବହୁତ ସତର୍କ ଏବଂ ପ୍ରତିବଦ୍ଧତା ପ୍ରତି ଗୁରୁ ଦାୟିତ୍ୱ ଥିବା ବିଷୟ ପ୍ରକାଶ କରିଛନ୍ତି l ଜିଲ୍ଲା ମୁଖ୍ୟାଳୟରୁ ଏକ ସ୍ୱତନ୍ତ୍ର ଗୁଇନ୍ଦା ସୂଚନା ଆଧାରରେ ତରଭା ପୋଲିସ ତରଭା ଥାନା ଅନ୍ତର୍ଗତ ସୋନପୁର- ବଲାଙ୍ଗୀର NH-57 ଘାଟକୈନ୍ତରା ଗ୍ରାମ ନିକଟରେ ନକଲି ନମ୍ବର ପେଲ୍ଟେ ଲାଗିଥିବା OD 06D-0286 ଗାଡି ମାରୁତି ୱାଗନର୍ କୁ ଅଟକାଇ ପଚରାଉଚରା ସହ ଯାଞ୍ଚ ସମୟରେ ଗଞ୍ଜେଇ ଥିବା ଜଣାପଡିଥିଲା । ଉକ୍ତ ଗାଡିରେ ଥିବା ୨ ଯୁବକ ସ୍ୱୀକାର କରିଥିଲେ ଯେ ସେମାନେ ବୌଦ୍ଧ ଜିଲ୍ଲାରୁ ଗନ୍ତବ୍ୟସ୍ଥଳକୁ ଗଞ୍ଜେଇ କରୁଥିଲେ । ପରେ କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ତଲାସି ସମୟରେ ମୋଟ ୬୪ ପ୍ୟାକେଟ ଗଞ୍ଜେଇ ବାହାରିଥିଲା । ପ୍ରତ୍ୟେକ ପ୍ୟାକେଟ ପଲିଥିନ୍ ରାପର୍ ଦ୍ୱାରା ପ୍ରାୟ ୧ କେଜି ଗଞ୍ଜେଇ ପ୍ୟାକିଂ ହୋଇଥିଲା । ଏହି ସମ୍ପର୍କରେ ତରଭା ଥାନା କେସ୍ ନଂ.୨୪୨ ତା ୦୩/୦୯/୨୦୨୫ ୟୁ/ଏସ୍-୨୦(ବି)(ଆଇଆଇ) ସି ଏନଡିପିଏସ୍ ଆକ୍ଟ ଅନୁଯାୟୀ ଏକ ମାମଲା ପଞ୍ଜିକୃତ ହୋଇଛି ଏବଂ ତଦନ୍ତ ଜାରି ରହିଛି। ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ପାଇଁ ଗଞ୍ଜେଇ ର ଉତ୍ପତ୍ତି ଏବଂ ପରବର୍ତ୍ତୀ ଲିଙ୍କ୍ ଚିହ୍ନଟ କରାଯିବ ବୋଲି ମଧ୍ୟ ଏସପି ପ୍ରକାଶ କରିଛନ୍ତି ।ପ୍ରହାର ଅଭିଯାନରେ ଏପର୍ଯ୍ୟନ୍ତ ସୁବର୍ଣ୍ଣପୁର ଜିଲ୍ଲା ପୁଲିସକୁ ୪ ଟି NDPS ଆକ୍ଟ ରେ ମାମଲା ରୁଜୁ ହୋଇଛି ଯେଉଁଥିରେ ୭୩ କେଜି ଗଞ୍ଜେଇ, ୧୮୬ ଟି କଫ ସିରଫ ବୋତଲ ଏବଂ ଉତ୍ପାଦ ଆଇନ ଅନୁଯାୟୀ ୨ ଟି ମାମଲା ରୁଜୁ ହୋଇଛି ଯେଉଁଥିରେ ୧୩.୨ ଲିଟର OS/ID ଦେଶୀ ମଦ ଜବତ କରାଯାଇଛି। ମୋଟ ୮ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୨ଟି ଦୁଇ ଚକିଆ ଯାନ ଓ ୨ଟି ଚାରି ଚକିଆ ଜବତ କରାଯାଇଛି ।

Post a Comment