ପୁଅର ଦୀର୍ଘାୟୁ କାମନା କଲେ ମା’

ପୁଅର ଦୀର୍ଘାୟୁ କାମନା କଲେ ମା’


  ସ୍ବରାଜ ବାର୍ତ୍ତା /କଳାହାଣ୍ଡି -କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଞ୍ଜା ପଞ୍ଚାୟତ ବିଭିନ୍ନ ସାହିରେ ମହିଳାମାନେ ପୁଅ ଜିଉଁନ୍ତିଆ ଓଷା ପାଳନ କରିଛନ୍ତି। ମା’ମାନେ ପୁଅର ଦୀର୍ଘ ଜୀବନ କାମନା କରି ଏବଂ ବିବାହିତା ନାରୀ ଓ ପୁତ୍ରହରା ନାରୀମାନେ ପୁତ୍ରଲାଭ କରିବା ପାଇଁ ନିର୍ଜଳା ଉପବାସ କରି ଏହି ଓଷା ପାଳନ କରିଥାନ୍ତି।ଆଶ୍ୱିନ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଓଷା ପାଳନ ହୋଇଥିବାବେଳେ ପରଦିନ ଅର୍ଥାତ୍‌ ନବମୀ ତିଥିରେ ନାରୀମାନେ ଗାଧୋଇ ପୂଜାର୍ଚ୍ଚନା ସାରି ପୁଅମାନଙ୍କୁ ଜିଉଁନ୍ତିଆ ପିନ୍ଧାଇଥାନ୍ତି। ସେହି ପରି କର୍ଲାମୁଣ୍ଡା ବ୍ଲକର ପ୍ରତ୍ୟେକ ଗ୍ରାମରେ ଏହି ଓଷା ପାଳିତ ହୋଇଯାଇଛି I

No comments

Powered by Blogger.