ଚୋରା ଗଞ୍ଜେଇ ଚାଲାଣ ବେଳେ ଦୁଇଟି ସ୍ଥାନରୁ ଗଞ୍ଜେଇ ଜବତ ସହ ୪ଜଣ ଗିରଫ,ନିଶାନ ଡଷ୍ଟର କାର ଓ ମାରୁତି ସୁଜିକ ୱ।ଗନର ଜବତ*
ଚୋରା ଗଞ୍ଜେଇ ଚାଲାଣ ବେଳେ ଦୁଇଟି ସ୍ଥାନରୁ ଗଞ୍ଜେଇ ଜବତ ସହ ୪ଜଣ ଗିରଫ,ନିଶାନ ଡଷ୍ଟର କାର ଓ ମାରୁତି ସୁଜିକ ୱ।ଗନର ଜବତ*
ସ୍ଵରାଜ ବାର୍ତ୍ତା/ସୁବର୍ଣ୍ଣପୁର:- (ମହାଦେବ ମଲ୍ଲିକ) ଚୋରା ଗଞ୍ଜେଇ ଚାଲାଣ ମାମଲାରେ ୨ ଅଭିଯୁକ୍ତକୁ ଗିରଫ ସହ ଏକ ନିଶାନ ଡଷ୍ଟର କାର ଗାଡି ଜବତ କରିଛି ସୁବର୍ଣ୍ଣପୁର ଜିଲ୍ଲା ଅବକାରୀ ବିଭାଗ। ବୀରମହାରାଜପୁର ଅବକାରୀ ବିଭାଗ ମୋବାଇଲ ୟୁନିଟ୍ ପକ୍ଷରୁ ଉଲୁଣ୍ଡା ବ୍ଲକ ଧର୍ମଶାଳା ଛକ ନିକଟରେ ପେଟ୍ରୋଲିଂ କରୁଥିବା ସମୟରେ ସକାଳ ପ୍ରାୟ ୬ଟା ସମୟରେ ବେଳେ ବୌଦ୍ଧ ଜିଲ୍ଲାରୁ ସୋନପୁର ସହର ପଟରୁ ଆସୁଥିବା ନିଶାନ ଡଷ୍ଟର କାର ର ନମ୍ବର WB -26-T-3961 ଗାଡି ଆସୁଥିବା ବେଳେ ତାକୁ ସନ୍ଦେହରେ ଧର୍ମଶାଳା ଛକରେ ଅଟକ ରଖି ତନଖି ସମୟରେ ସେଥିରୁ ୧୫ କେଜି ଗଞ୍ଜେଇ ମିଳିଥିଲା। ଏବଂ ନିଶାନ ଡଷ୍ଟର କାର ଗାଡିରେ ଥିବା ପଶ୍ଚିମ ବଙ୍ଗ ରାଜ୍ୟ କଲିକତା ଜିଲ୍ଲା ଇନତାଲିଓ ଥାନାର ବିନୋଦ ରାୟ (୪୭) ଓ ବିହାର ରାଜ୍ୟ ସାରନ ଜିଲ୍ଲା ଭିଳାଡି ଥାନା ର ଆଦୋଶ ଯାଦବ (୪୫) ବର୍ଷଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତ ମାନେ ଏହା ବୌଦ୍ଧ ଜିଲ୍ଲାରୁ ପଶ୍ଚିମ ବଙ୍ଗ ରାଜ୍ୟ କୁ ଚାଲାଣ କରୁଥିବା ସୂଚନା ଦେଇଛନ୍ତି। ଏ ନେଇ ବୀରମହାରାଜପୁର ଅବକାରୀ ବିଭାଗର ପକ୍ଷରୁ ଏକ ମାମଲା ୧୦୦/୨୫ /୨୬ରୁଜୁ ହୋଇଛି। ବିଭାଗ ପକ୍ଷରୁ ଗଞ୍ଜେଇ ଚାଲାଣରେ ବ୍ୟବହୃତ ନିଶାନ ଡଷ୍ଟର କାର ଓ ଗଞ୍ଜେଇ ଜବତ ସହ ୨ ଅଭିଯୁକ୍ତଙ୍କୁ ଆଜି ସନ୍ଧ୍ୟାରେ କୋର୍ଟ ଚାଲାଣ କରାଯାଇଛି। ଏହି ଚଢାଉରେ ଅବକାରୀ ଅଧୀକ୍ଷକ ପ୍ରବୀର କୁମାର ସାମଲଙ୍କ ନିର୍ଦେଶ କ୍ରମେ ମୋବାଇଲ ଇନ୍ସପେକ୍ଟର ପ୍ରକାଶ କୁମାର ସା, ଇନ୍ସପେକ୍ଟର ହରପ୍ରସାଦ ରଣା, ଭରତ ମିଶ୍ର ,ଇଆଇସି, ଓଆଇସି ଶାନ୍ତାନୁ ପଟ୍ଟନାୟକ, ଏସ ବିଶ୍ଵନାଥ ଭୋଇ, ଇଏସ ଆଇ ଦେବେନ୍ଦ୍ର ବରିହା ,ଇଏସଆଇ ସନ୍ତୋଷ କୁମାର ସ୍ବାଇଁ ପ୍ରମୁଖ ସାମିଲ ହୋଇଥିଲେ। ସେହିପରି ବିନିକା ଅବକାରୀ ବିଭାଗ ପକ୍ଷରୁ ସକାଳ ୬ଟା ସମୟରେ ବିନିକା ବ୍ଲକ ଲଛିପୁର ଥାନା ସିଲାଟି ଛକ ଚଢ଼ାଉ କରି ୧୫.୪୦୦କେଜି ଗଞ୍ଜେଇ ଜବତ କରିଛନ୍ତି। ଏକ ମାରୁତି ସୁଜକି ୱ।ଗନର କାର ନମ୍ବର ବିହୀନ ଗାଡି ରୁ ଜବତ ହେଇଛି ।ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଗୁଡିହିଆଲି ଗ୍ରାମର ବିକ୍ରମ ପ୍ରଧାନ (୧୯) ଓ ଅକ୍ଷୟ ମହାନନ୍ଦ (୪୬) ବର୍ଷ କବାଟତଳାଇ ଗ୍ରାମର ସୋନପୁର ଥାନାର ବୋଲି ସୂଚନା ମିଳିଛି। ଏନେଇ ବିନିକା ଅବକାରୀ ପକ୍ଷରୁ ଏକ ମାମଲା ୧୨୬/୨୫/୨୬ ରୁଜୁ ହେଇଛି।ବିଭାଗ ଆଜି ୨ଅଭିଯୁକ୍ତ ଙ୍କୁ କୋର୍ଟ ଚାଳନା କରାଯାଇଛି ବୋଲି ସୂଚନା ମିଳିଛି।ଚଢ଼ାଉ ସମୟରେ, ଇନ୍ସପେକ୍ଟର ହରପ୍ରସାଦ ରଣା,ଏସ ଆଇ , ରାମଚନ୍ଦ୍ର ପଟ୍ଟନାୟକ, ଇଏସଆଇ ବିଶ୍ଵନାଥ ଭୋଇ, ଅଭିଳାଷ ବେହେରା , ସନ୍ତୋଷ କୁମାର ସ୍ବାଇଁ ପ୍ରମୁଖ ସାମିଲ ହୋଇଥିଲେ।

Post a Comment