ବରିଷ୍ଠ ନାଗରିକ ସଂଘ ପକ୍ଷରୁ ନୂଆଁଖାଇ ଭେଟ ଘାଟ ପାଳନ*-

 *ବରିଷ୍ଠ ନାଗରିକ ସଂଘ ପକ୍ଷରୁ ନୂଆଁଖାଇ ଭେଟ ଘାଟ ପାଳନ*-


*ଯୁବ ପିଢୀ ଙ୍କ ଠାରୁ ବରିଷ୍ଠ ନାଗରିକ କୌଣସି ଗୁଣରେ କମ୍ ନୁହଁନ୍ତି ଜିଲ୍ଲାପାଳ

ସ୍ଵରାଜ ବାର୍ତ୍ତା/ସୁବର୍ଣ୍ଣପୁର:-(ମହାଦେବ ମଲ୍ଲିକ )ମହାନଦୀ ଯୋଗ ବିହାର ସ୍ଥିତ ଶ୍ରୀ ଗୋପାଳଜୀ ତମଶ୍ଵା ଯୋଗାଳୟ ରେ ସୁବର୍ଣ୍ଣପୁର ଜିଲ୍ଲା ବରିଷ୍ଠ ନାଗରିକ ସଂଘ ଦ୍ୱାରା  ଆମ ସଂସ୍କୃତିର ମହାନ୍ ଗଣପର୍ବ ନୁଆଁଖାଇ ର  ମହନୀୟତାକୁ ଆହୁରି ଲୋକାଭିମୁଖୀ କରିବା ପାଇଁ ଏକ ପାରିବାରିକ ନୁଆଁଖାଇ ଭେଟ୍‌ଘାଟ୍ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ବରିଷ୍ଠ ନାଗରିକ ସଂଘର ସମ୍ପାଦକ ଶ୍ରୀ ଜ୍ୟୋତି ରଞ୍ଜନ ପଟ୍ଟନାୟକ  ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସଭାପତି ଡ଼କ୍ଟର ଜ୍ୟୋତି ରଞ୍ଜନ ବହିଦାର ଙ୍କ ଅଧ୍ୟକ୍ଷତାରେ ସଭା ଆରମ୍ଭ ହୋଇଥିଲା ।ମୁଖ୍ୟ ଅତିଥି ଭାବେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡକ୍ଟର ନୃପରାଜ ସାହୁ ଯୋଗଦେଇ ନୁଆଁ ଖାଇ ସହିତ ମାନବ ସମାଜର ସାଂସ୍କୃତିକ ସମ୍ବନ୍ଧ ,ମହତ୍ତ୍ଵ, ମହନୀୟତା ଏବଂ ଜୀବନ ଦର୍ଶନ ଉପରେ ଅତ୍ୟନ୍ତ ଭାବଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ । ଓ ବରିଷ୍ଠ ନାଗରିକ ଙ୍କ ଏକତା,ଆତ୍ମବିଶ୍ବାସ ଆଗରେ ଯୁବ ପିଢୀ ବି ହାର ମାନିବେ ବୋଲି କହିଥିଲେ l ମୁଖ୍ୟବକ୍ତା ଭାବେ ଲବ୍ଧ ପ୍ରତିଷ୍ଠିତ ହାସ୍ୟକବି ଅଚ୍ୟୁତ ପୁରୋହିତ  ଯୋଗଦାନ କରି ତାଙ୍କର ଚ଼ିରା ଚ଼ରିତ ହାସ୍ୟ ରସାତ୍ମକ ତଙ୍ଗରେ  ବଫେ, ମାଆଁ, ଚାହା,ଲଫାପା ଆଦି ଅନେକ କବିତା ପାଠ କରି ଦର୍ଶକ ମାନଙ୍କୁ ବିମୋହିତ କରି ପକାଇଥିଲେ । ସଭାରେ ବରିଷ୍ଠ ସାମ୍ବାଦିକ ଗୋରେଖ ନାଥ ସାହୁ, ଅଧ୍ୟାପିକା ମୀନା ମାହାଣା ନୁଆଁଖାଇ ଉପରେ ବକ୍ତବ୍ୟ ରଖିଥିବା ବେଳେ ଭଜନ ପରିବେଷଣ କରିଥିଲେ ଶିକ୍ଷାବିତ୍ ଶ୍ରୀଧର ବାଗ୍,ଇନ୍ଦୁ ପୁରୋହିତ୍,  ସୁବର୍ଣ୍ଣ ଶତପଥୀ ,ଯଜ୍ଞେଶ୍ଵର ପୂଝାରୀ, କୁମାର ଆୟୁଷ୍ମାନ୍  । ବେଦ ମନ୍ତ୍ର ପାଠ କରିଥିଲେ ପଣ୍ଡିତ ଶିବ ନାରାୟଣ ପୂଜାହାରୀ , ସ୍ଵାଗତ  ସଂଗୀତ ଗାନ କରିଥିଲେ ଶ୍ରୀମତୀ ମଞ୍ଜୁଶ୍ରୀ ବାବୁ । ସଭାକୁ ସଂଯୋଜନା କରିଥିଲେ ଶିକ୍ଷାବିତ୍ ପ୍ରଦୀପ ପୁରୋହିତ ଏବଂ ଧନ୍ୟବାଦ୍ ଅର୍ପଣ କରିଥିଲେ ଉପ ସଭାପତି ଡ.ଆର୍ତ୍ତତ୍ରାଣ ବାବୁ । ଉକ୍ତ ସଭାରେ ଆଇନଜ୍ଞ ବ୍ୟୋମକେଶ ଦାଶ, ପ୍ରଫେସର ନାରାୟଣ ରାୟଗୁରୁ, ଡ.ସନ୍ତୋଷ ପାଢ଼ୀ,ସତ୍ୟନାରାୟଣ ମିଶ୍ର, ହରିହର ଶତପଥୀ ,ଦିଲ୍ଲୀପ ରଥ,ଶ୍ରୀବତ୍ସ ମଲ୍ଲିକ, ରାଧା କିଶାନ ଅଗ୍ରୱାଲ, ରବି ମହାପାତ୍ର, ପର୍ଶୁରାମ ମିଶ୍ର, ଅଟଳ ମହାପାତ୍ର, କଇରୁ ସ୍ବାଇଁ, ଦୟାନିଧି ସେଠୀ, ଦିଲ୍ଲୀପ ଭୁକ୍ତା, ସଚ୍ଚିଦାନନ୍ଦ ନାୟକ, ସୁନାଧର ହୋତା, ଶତ୍ରୁଘ୍ନ ହୋତା, ସୂର୍ଯ୍ୟ ସରାଫ୍,ନବିନ ଖଟୁଆ, ବୈକୁଣ୍ଠ ଶତପଥୀ,ଶୈଳେନ୍ଦ୍ର ସାହୁ, ଭୁବନ ତ୍ରିପାଠୀ,ଜଗଦୀଶ ମେହେର, ଲୋକନାଥ ପଣ୍ଡା, ବିଦ୍ୟୁତ୍ ପ୍ରଭା ପଟ୍ଟନାୟକ, ବିଜୟ ରାୟ ଗୁରୁ, ନିରଞ୍ଜନ ତ୍ରିପାଠୀ, ବାସନ୍ତୀ ନାୟକ , ସୁବର୍ଣ୍ଣ ଶତପଥି, ବିଦ୍ୟୁତ୍ ପ୍ରଭା ପଟ୍ଟନାୟକ, ନିରୁପମା ତ୍ରୀପାଠୀ, ମଞ୍ଜୁଶ୍ରୀ ବାବୁ, ପ୍ରମୁଖ ଶତାଧିକ ବରିଷ୍ଠ ନାଗରିକ ସଦସ୍ୟ, ସପରିବାର ଯୋଗଦାନ କରି ନୁଆଁ ଖାଇ ଭେଟ୍‌ଘାଟ୍ ଉତ୍ସବକୁ ମନଭରି ଉପଭୋଗ କରିଥିଲେ ।

No comments

Powered by Blogger.