ମେଣ୍ଡାକୁ ବ୍ଲକ ଦାବୀ ଜୋର ଧରୁଛି କେନ୍ଦ୍ରମନ୍ତ୍ରୀ ଓ ପଂଚାୟତୀ ରାଜ ମନ୍ତ୍ରୀଙ୍କୁ ଦାବିପତ୍ର ଦେଲେ ପ୍ରତିନିଧିମଣ୍ଡଳୀ l
ମେଣ୍ଡାକୁ ବ୍ଲକ ଦାବୀ ଜୋର ଧରୁଛି କେନ୍ଦ୍ରମନ୍ତ୍ରୀ ଓ ପଂଚାୟତୀ ରାଜ ମନ୍ତ୍ରୀଙ୍କୁ ଦାବିପତ୍ର ଦେଲେ ପ୍ରତିନିଧିମଣ୍ଡଳୀ
ସ୍ଵରାଜ ବାର୍ତ୍ତା/ସୁବର୍ଣ୍ଣପୁର :- (ମହାଦେବ ମଲ୍ଲିକ)ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ଅନ୍ତର୍ଗତ ମେଣ୍ଡା ଗ୍ରାମ ଏକ ସର୍ବ ବୃହତ୍ ଗ୍ରାମ ଭାବରେ ଜିଲ୍ଲାରେ ପରିଚିତ l ଏହାକୁ ଏକ ବ୍ଲକ କରିବା ଦାବି ନେଇ ମେଣ୍ଡା ଗ୍ରାମବାସୀ ଓ ଆଖପାଖରେ ଥିବା ପଞ୍ଚାୟତ ର ଏକ ପ୍ରତିନିଧି ମଣ୍ଡଳୀ ରବିବାର କେନ୍ଦ୍ର ଶିକ୍ଷମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ତାଙ୍କ ସମ୍ବଲପୁର ସ୍ଥିତ ବାସଭବନ ଓ ଓଡ଼ିଶାର ପଂଚାୟତି ରାଜ, ଗ୍ରାମ୍ୟ ଉନ୍ନୟନ ଓ ପାନୀୟ ଜଳ ଯୋଗାଣ ମନ୍ତ୍ରୀ ରବି ନାଏକଙ୍କୁ ସମ୍ବଲପୁର ସର୍କିଟ ହାଉସ ରେ ଭେଟିବା ଶହ ଏକ ଦାବିପତ୍ର ପ୍ରଦାନ କରିଛନ୍ତି l ମେଣ୍ଡା ଗ୍ରାମବାସୀ ଙ୍କ ଦାବୀ ଯେ ମେଣ୍ଡା କୁ ଏକ ବ୍ଲକ କଲେ ଆଖପାଖ ଥିବା ଅଞ୍ଚଳ ର ବହୁ ପଞ୍ଚାୟତ ଯଥା ମେଣ୍ଡା, ଦେଉଳପଦର, ରାଣୀସଡା, ପୁଆ, ପାଇକବାହାଲ, ଜରା ଜାରିଙ୍ଗ, ଶିବତୁଲା, ନାରାୟଣପୁର, ଛକୋରମାଳ ଗ୍ରାମପଞ୍ଚାୟତ ର ଜନସାଧାରଣ ଉପକୃତ ହୋଇ ପାରିବେ ଏବଂ ତା ସହ ମେଣ୍ଡା ଅଞ୍ଚଲ ସାମଗ୍ରିକ ଭାବରେ ମଧ୍ୟ ଉପକୃତ ହେବା ସହ ଉନ୍ନତି ହୋଇପାରିବ ବୋଲି ପ୍ରତିନିଧି ମଣ୍ଡଳୀ ସୂଚନା ଦେଇଛନ୍ତି l ରାଜା ରାଜୁଡା ଅମଳରୁ ମେଣ୍ଡା ଏକ ଗଡଜାତ, ଉନ୍ନତ ସଂସ୍କୁତି ସମ୍ପନ୍ନ ତଥା ଐତିହାସିକ ସ୍ଥାନ ରୂପେ ପରିଚିତି ରହିଛି l ମେଣ୍ଡାଗାଁଟି ବ୍ଲକ ହେବାପାଇଁ ସମସ୍ତ ପ୍ରକାର ଯୋଗ୍ୟତା ଥିବା ଓ ମେଣ୍ଡା ଅଂଚଳର ଅନେକ ଗାଁ ଜିଲ୍ଲାର ଉପାନ୍ତ ଅଞ୍ଚଳରେ ଥିବାରୁ ଠିକ ହିସାବରେ ଉନ୍ନତି ହୋଇପାରି ନଥିବା ସହ ଉପେକ୍ଷିତ ହୋଇ ପଡ଼ିରହିଛି l ମେଣ୍ଡା ଯଦି ବ୍ଲକରେ ପରିଣତ ହୁଏ ତାହେଲେ ସାରା ଅଂଚଳର ଉନ୍ନତି ହୋଇପାରିବ ବୋଲି ପ୍ରତିନଧି ମଣ୍ଡଳୀ ମତ ପ୍ରକାଶ କରିଛନ୍ତି l ଆଜିର ଏହି ପ୍ରତିନିଧି ମଣ୍ଡଳୀ ରେ ଭିକାରି ମେହେର, ମୁକୁନ୍ଦ ସାହୁ, ସାମ୍ବାଦିକ ନରୋତ୍ତମ ମଲ୍ଲିକ, ବିଭୁତି ଝାଙ୍କର, ଗୋପାଳ କର୍ମୀ, ଭୁବନାନନ୍ଦ ବାଦୀ, ଅଶୋକ ବିଶି, ପଦ୍ମନାଭ ମଲ୍ଲିକ, ନନ୍ଦକିଶୋର ଦଣ୍ଡସେନା, ପ୍ରବୀର ମେହେର ପ୍ରମୁଖ ଉପସ୍ଥିତ ରହି ଦାବିପତ୍ର ପ୍ରଦାନ କରିଥିଲେ l

Post a Comment