ପୋଖରୀରେ ବୁଡ଼ି ନାବାଳକ ମୃତ୍ୟୁ

 ପୋଖରୀରେ ବୁଡ଼ି ନାବାଳକ ମୃତ୍ୟୁ

   ସ୍ବରାଜ ଵାର୍ତ୍ତା/କୋରାପୁଟ (ଏନ୍ ସନ୍ତୋଷ)-କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ଦଶମନ୍ତପୁର ପଞ୍ଚାୟତ ଅଧିନସ୍ଥ ପାଣ୍ଡିପଡା ଗ୍ରାମର ଜଣେ ୮ ବର୍ଷର ନାବାଳକର ପୋଖରୀରେ ବୁଡ଼ି ମୃତ୍ୟୁ ଘଟିଛି। ବୈପାରିଗୁଡା ପୁଲିସ ଶବ ଉଦ୍ଧାର କରିବା ପରେ ଆସନ୍ତାକାଲି ଶବ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୁଲିସ ସୂଚନା ଦେଇଛି। ସୂଚନା ଅନୁଯାୟୀ, ପାଣ୍ଡିପଡା ଗ୍ରାମର ଖଗପତି ଗୈାଡଙ୍କ ୮ ବର୍ଷର ପୁଅ ନିରଞ୍ଜନ ଗୈାଡ ଅପରାହ୍ନ ୩ଟା ବେଳେ ମଧ୍ୟାହ୍ନ ଭୋଜନ ସାରିବା ପରେ ନିଜ ସାଙ୍ଗ ମାନଙ୍କ ସହ ନୂଆ ପୋଖରୀକୁ ଗାଧେଇବା ପାଇଁ ଯାଇଥିଲା। ଗାଧୋଇବା ବେଳେ ହଠାତ୍ ଗୋଡ଼ ଖସି ଯିବାରୁ ପୋଖରୀ ଭିତରେ ବୁଡି ଯାଇଥିଲେ। ସାଙ୍ଗରେ ଯାଇଥିବା ସାଙ୍ଗ ମାନେ ନିରଞ୍ଜନ ବୁଡ଼ି ଯାଇଥିବା ନେଇ ପରିବାର ଲୋକଙ୍କୁ ଜଣେଇ ଥିଲେ। ପରିବାର ଲୋକେ ତୁରନ୍ତ ପୋଖରୀରୁ ନିରଞ୍ଜନଙ୍କୁ ଉଦ୍ଧାର କରି ବୈପାରିଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସୂର୍ଯ୍ୟାସ୍ତ ହୋଇଯିବାରୁ ଶବ ବ୍ୟବଚ୍ଛେଦ ହୋଇପାରି ନଥିଲା। ଆସନ୍ତାକାଲି ଶବ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୁଲିସ ସୂଚନା ଦେଇଛି।

No comments

Powered by Blogger.