ଅସୁସ୍ଥ ଚିଲ ପକ୍ଷୀ ଉଦ୍ଧାର,
ଅସୁସ୍ଥ ଚିଲ ପକ୍ଷୀ ଉଦ୍ଧାର
ସ୍ଵରାଜ ବାର୍ତ୍ତା / କୋରାପୁଟ( ଏନ୍ ସନ୍ତୋଷ)- ବୈପାରିଗୁଡା ବନାଞ୍ଚଳ ଅଧିନସ୍ଥ ଗୈାଡଗୁଡା ଗ୍ରାମବାସୀଙ୍କ ଦ୍ଵାରା ଏକ ୫ କିଲୋ ଓଜନର ଅସୁସ୍ଥ ଶିକାରୀ ଚିଲ ଉଦ୍ଧାର କରାଯାଇଛି। ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଚିଲ ଅସୁସ୍ଥ ଅବସ୍ଥାରେ ଗ୍ରାମର ଶ୍ରୀରାମ ସାଗରିଆଙ୍କ ଘର ବାଡ଼ିପଟେ ଏକ ନିଛାଟିଆ ସ୍ଥାନରେ ବସି ରହିଥିଲା। ଲୋକଙ୍କୁ ଦେଖି ଉଡ଼ି ବି ପାରୁନଥିଲା। ଗ୍ରାମବାସୀ ତୁରନ୍ତ ଚିଲକୁ ଉଦ୍ଧାର କରି ବୈପାରିଗୁଡା ବନାଞ୍ଚଳ କାର୍ଯ୍ୟାଳୟକୁ ହସ୍ତାନ୍ତର କରିଥିଲେ। ବନାଞ୍ଚଳ ଅଧିକାରୀ ସନ୍ଦିପ ପାଣିଗ୍ରାହୀ, ବନପାଳ ରାଜେନ୍ଦ୍ର ପ୍ରଧାନ, ଲଳିତା ହରିଜନ ଏବଂ ବନରକ୍ଷୀ ମନୋରମା ଦେବୀ ଅସୁସ୍ଥ ଚିଲକୁ ପ୍ରାଣୀ ଚିକିତ୍ସାଳୟକୁ ନେଇ ଚିକିତ୍ସା କରାଇଥିଲେ। ବର୍ତ୍ତମାନ ସେ ଅସୁସ୍ଥ ଥିବା ଯୋଗୁ କିଛି ଖାଦ୍ୟ ଖାଇ ପାରୁନଥିବା ବନାଞ୍ଚଳ ଅଧିକାରୀ ଶ୍ରୀ ପାଣିଗ୍ରାହୀ ପ୍ରକାଶ କରିଛନ୍ତି। ଆସନ୍ତାକାଲି ଟିକିଏ ସୁସ୍ଥ ହେଲେ ଜଙ୍ଗଲରେ ଛଡ଼ାଯିବ ବୋଲି ପ୍ରକାଶ କରିଛନ୍ତି।

Post a Comment