ଜିଲ୍ଲା ସ୍ତରୀୟ ଯୁବ ସମାଜ ପାଇଁ ତମାଖୁ ମୁକ୍ତ ଅଭିଯାନ 2.0 ର ଶୁଭାରମ୍ଭ :- ତମାଖୁ ବର୍ଜନ, ଆଜିର ଯୁବପୀଢ଼ି ପାଇଁ ଆହ୍ୱାନ :-

 ଜିଲ୍ଲା ସ୍ତରୀୟ ଯୁବ ସମାଜ ପାଇଁ ତମାଖୁ ମୁକ୍ତ ଅଭିଯାନ 2.0 ର ଶୁଭାରମ୍ଭ :-ତମାଖୁ ବର୍ଜନ, ଆଜିର ଯୁବପୀଢ଼ି ପାଇଁ ଆହ୍ୱାନ 

  ସ୍ଵରାଜ ବାର୍ତ୍ତା /ସୁବର୍ଣ୍ଣପୁର ( ମହାଦେବ ମଲ୍ଲିକ):- ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ଯୁବ ସମାଜ ପାଇଁ ତମାଖୁ ମୁକ୍ତ ଅଭିଯାନ ୨.୦ର ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଉକ୍ତ କାର୍ଯ୍ୟକ୍ରମକୁ ସୁବର୍ଣ୍ଣପୁର ଜିଲ୍ଲାପାଳ ଅନ୍ୟା ଦାସ ଉପସ୍ଥିତ ରହି ଶୁଭାରମ୍ଭ କରିଥିଲେ I ଏହି ଅଭିଯାନ ୨୪ ସେପ୍ଟେମ୍ବର ରୁ ଆରମ୍ଭ ହୋଇ ୨୩ ନଭେମ୍ବର ପର୍ଯ୍ୟନ୍ତ ଆମ ଜିଲ୍ଲାରେ ଚାଲିବ I ଏଥରେ ମୁଖ୍ୟତଃ ୧୧ ରୁ ୧୯ ବର୍ଷର ଯୁବକ ଓ ଯୁବତୀ ମାନଙ୍କ ମଧ୍ୟରେ ସଚେତନତା ସହିତ ସେମାନେ ତମାଖୁରୁ କେମିତି ଦୂରରେ ରହିବେ ସେଥିପାଇଁ ଆବଶ୍ୟକ ପ୍ରୟାସ କରାଯିବ ଇ ଜିଲ୍ଲାପାଳ ଶ୍ରୀମତୀ ଦାସ ତମାଖୁ ସେବନ ସ୍ୱାସ୍ଥ୍ୟ ପକ୍ଷେ କ୍ଷତି କାରକ ରହିଥିବା କହିବା ସହ ତମାଖୁ ବର୍ଜନ, ଆଜିର ଯୁବପୀଢ଼ି ଙ୍କ ପାଇଁ ନିଶ୍ଚିତ ଭାବେ ଆହ୍ୱାନ ରହିଛି ବୋଲି କହିଛନ୍ତି। ଜିଲ୍ଲାରେ ତମାଖୁ ମୁକ୍ତ ଗ୍ରାମ, ପଂଚାୟତ ଓ ସ୍କୁଲ ପାଇଁ ଆବଶ୍ୟକ ପ୍ରୟାସ କରିବାକୁ ଜିଲ୍ଲାର ସମସ୍ତ ସମ୍ପୃକ୍ତ ବିଭାଗକୁ ସମନ୍ୱୟ ସହିତ କାର୍ଯ୍ୟ କରିବାକୁ ନିର୍ଦେଶ ଦେଇଥିଲେ I ଏହା ସହିତ କୋଟପା ସ୍କ୍ୱାଡ଼ ଆହୁରି ସକ୍ରିୟ ଓ ତତ୍ପରତାର ସହିତ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। ବେନିୟମ ତମାଖୁ ସେବନ ବା ବ୍ୟବହାର ରେ କଡା ଆଭିମୁଖ୍ୟ ଗ୍ରହଣ କରି ଆବଶ୍ୟକ ଜରିମାନା ଆଦାୟ କରିବାକୁ କହିଥିଲେ। ଏହି ଅଭିଯାନ ର ଉଦେଶ୍ୟ ଓ ଆଭିମୁଖ୍ୟ ଉପରେ ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ, ସ୍ୱାସ୍ଥ୍ୟ ଓ ପରିବାର ନିୟୋଜନ ଡାକ୍ତର ଦୈତ୍ୟ ନାରାୟଣ ପାଢ଼ୀ ଆଲୋକପାତ କରିଥିବା ବେଳେ ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ରମେଶ ଚନ୍ଦ୍ର ସ୍ୱାଇଁ ଅଭିଯାନ ଉପରେ ବିସ୍ତୃତ ତଥ୍ୟ ଉପସ୍ଥାପନା କରି ଏହାର ନିରାକରଣ ପାଇଁ ବିଭାଗ ତରଫରୁ ନିଆଯିବାକୁ ଥିବା ବିଭିନ୍ନ ସଚେତନତା କାର୍ଯ୍ୟକ୍ରମର ବିବରଣୀ ପ୍ରଦାନ କରିଥିଲେ I ଏହି କାର୍ଯ୍ୟକ୍ରମରେ ସ୍କୁଲ ଓ ଗଣ ଶିକ୍ଷା, ଉଚ୍ଚଶିକ୍ଷା, ପୋଲିସ, ଅବକାରୀ, ସ୍ବେଛାସେବୀ ଅନୁଷ୍ଠାନ, ରେଡକ୍ରସ, ଯୁବକ ସଂଘ, ମହିଳା ଆରୋଗ୍ୟ ସମିତି ପ୍ରତିନିଧି ଗଣ ଯୋଗ ଦେଇଥିଲେ I  ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ମନୋଜ କୁମାର ଅଡବାର, ଡାକ୍ତର ଗୋପାଳ ଚନ୍ଦ୍ର ମଲ୍ଲିକ, ସମସ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକ୍ଷକ ବୃନ୍ଦ, ବ୍ଲକ ଜନସ୍ୱାସ୍ଥ୍ୟ ସାମ୍ପ୍ରସାରଣ ଅଧିକାରୀ ବୃନ୍ଦ ଯୋଗ ଦେଇଥିଲେ I ଶ୍ରୀମତୀ ଗୀତାଞ୍ଜଳି ମେହେର, ସହ ପରିଚାଳକ ଅଣ ସଂକ୍ରମକ ରୋଗ ସ୍ଲାଇଡ଼ ସୋ ମାଧ୍ୟମରେ ଅଭିଯାନର ବିସ୍ତୃତ କାର୍ଯ୍ୟକ୍ରମ ଉପସ୍ଥାପନା କରିଥିଲେ। ତମାଖୁ ମୁକ୍ତ ଅଭିଯାନ କୁ ସଫଳ କରିବା ନିମନ୍ତେ ଉପସ୍ଥିତ ସମସ୍ତ ଅଧିକାରୀ ପ୍ରମୁଖ ଶପଥ ପାଠ କରିଥିଲେ। ଶେଷରେ ସହ ପରିଚାଳକ ଆଶା ଓ ଗାଁ କଲ୍ୟାଣ ସମିତି ତରଣୀସେନ ପଧାନ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଏଡିପିଏଚ ସିଓ ବୃନ୍ଦାବନ ସାହୁ ସହଯୋଗ କରିଥିଲେ I

No comments

Powered by Blogger.