ସାମାଜିକ ସମୀକ୍ଷା ଗ୍ରାମସଭା ବୈଠକ ଅନୁଷ୍ଠିତ

 ସାମାଜିକ ସମୀକ୍ଷା ଗ୍ରାମସଭା ବୈଠକ ଅନୁଷ୍ଠିତ

 ସ୍ଵରାଜ ବାର୍ତ୍ତା /  ସୁବର୍ଣ୍ଣପୁର( ମହାଦେବ ମଲ୍ଲିକ)- ସୁବର୍ଣ୍ଣପୁର ଜିଲ୍ଲା ଜିଲ୍ଲା ପ୍ରଶାସନ ଓ ଓଡିଶା ରାଜ୍ୟ ସାମାଜିକ ସମୀକ୍ଷା, ଉତ୍ତରଦାୟିତ୍ୱ ଓ ସ୍ୱଛତା ସମିତି ତରଫରୁ ଆଜି ପ୍ରଥମ ପର୍ଯ୍ୟାୟ ରେ ସଦର ବ୍ଲକ ଖଲିଆପାଲି , ରେଙ୍ଗାଲି, ଲଛୀପୁର,ଗ୍ରାମ ପଂଚାୟତ ରେ ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ରେ ଗତ ଛଅ ମାସ ରେ ହୋଇଥିବା ପ୍ରକଳ୍ପ ର ସାମାଜିକ ସମୀକ୍ଷା ଅନୁଷ୍ଠିତ ହୋଇଯାଇଛି! ଗ୍ରାମ ପଂଚାୟତ ତଥା ଉଦ୍ୟାନ ବିଭାଗ, ବନ ବିଭାଗ ତରଫରୁ ହାତକୁ ନିଆଯାଇଥିବା ପ୍ରକଳ୍ପ ଗୁଡିକ ର କାର୍ଯ୍ୟସ୍ଥଳ ପରିଦର୍ଶନ ସହ ନଥିପତ୍ର ଯାଞ୍ଚ କରାଯାଇଥିଲା ଏଥିରେ ଗ୍ରାମ ସ୍ତରରେ କାର୍ଯ୍ୟରତ ଗ୍ରାମ ସମ୍ବଳ କର୍ମୀ (ଭି ଆର ପି )ସାତ ଦିନ ପର୍ଯ୍ୟନ୍ତ ବିଭିନ୍ନ ଗ୍ରାମ କୁ ଯାଇ ଅଣକୁଶଳୀ ଶ୍ରମିକ ମାନଙ୍କୁ ଭେଟିବା ସହ ବିଭିନ୍ନ ପ୍ରକାର ଅଭିଯୋଗ ସଂଗ୍ରହ କରିଥିଲେ!ଆଜି ଗ୍ରାମସଭା ବୈଠକ ରେ ତାହା ଉପସ୍ଥାପନା କରିଥିଲେ!ରେଙ୍ଗାଲି ପଂଚାୟତ ରେ କାର୍ଯ୍ୟନିର୍ବାହୀ ଅଧିକାରୀ ପଦ୍ମନାଭ ପଣ୍ଡା ,ଗ୍ରାମ ରୋଜଗାର ସେବକ ଚନ୍ଦ୍ରମଣି ଭୋଇ , ସରପଞ୍ଚ ପ୍ରଦୀପ ବାଗ ,ଲଛୀପୁର ପଂଚାୟତ ରେ ୱାର୍ଡ ସଭ୍ୟା ନୀଳିମା ପୁଟେଲ, ଗ୍ରାମ ରୋଜଗାର ସେବକ ସୁରେଶ କୁମାର ନାୟକ,ବ୍ଲକ ସାମାଜିକ ସମୀକ୍ଷକ ସୁଦାମ ଗାଈଗରିଆ, ଭି ଆର ପି ମାଣିକ୍ୟ କୁମ୍ଭାର , ଜୟନ୍ତୀ ବାଘ ,ଉପାସି ଦୀପ,ସସ୍ମିତା ବାରିକ , ରଜନୀ ମେହେର, ସଂଯୁକ୍ତା କୁମ୍ଭାର,ଭାରତୀ ମେହେର, ରଂଜିତା ବଗର୍ତ୍ତୀ ଯୋଗ ଦେଇଥିଲେ

No comments

Powered by Blogger.