ଡୁଙ୍ଗୁରିପାଲି ପ୍ରାଥମିକ ଶିକ୍ଷକ ସଙ୍ଘ ର ବୈଠକ

 ଡୁଙ୍ଗୁରିପାଲି ପ୍ରାଥମିକ ଶିକ୍ଷକ ସଙ୍ଘ ର ବୈଠକ

ସ୍ଵରାଜ ବାର୍ତ୍ତା/ସୁବର୍ଣ୍ଣପୁର:-(ମହାଦେବ ମଲ୍ଲିକ)ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ର ପ୍ରାଥମିକ ଶିକ୍ଷକ ସଙ୍ଘ ର ବୈଠକ ଅନୁଷ୍ଠିତ ହୋଇଯାଇଛି l ଆବାହକ ପ୍ରକାଶ ବାରିକ ଙ୍କ ଆହ୍ୱାନ କ୍ରମେ କାର୍ଯ୍ୟକାରୀ କମିଟି ର ବୈଠକ କୃଷକ ବଜାର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି l     ଚଳିତ ଅକ୍ଟୋବର ମାସ ୧୫ ତାରିଖ ରେ ହେବାକୁ ଥିବା ରାଜ୍ୟସ୍ତରୀୟ ବୈଠକ ରେ ଯୋଗଦାନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା l ପ୍ରାଥମିକ ଶିକ୍ଷକ ଙ୍କ ଗ୍ରେଡ଼ ପେ ୪୨୦୦ କୁ ପରିବର୍ତନ କରିବାକୁ ସରକାର ଙ୍କୁ ଅନୁରୋଧ କରାଯାଇଛି l ଲେଭେଲ ଭି ଏ ପ୍ରାଥମିକ ଶିକ୍ଷକ ଙ୍କୁ ଉଚିତ ନ୍ୟାୟ ପ୍ରଦାନ କରି ଆବଶ୍ୟକ ସୁବିଧା ସୁଯୋଗ ପ୍ରଦାନ କଲେ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ବହୁ ଦିନର ଦାବି ପୂରଣ ହୋଇପାରିବ ବୋଲି ଆଲୋଚନା ହୋଇଥିଲା l ଦୀର୍ଘ ଦିନର ଏହି ଦାବି କୁ ସରକାର ପୂରଣ କରୁ ନ ଥିବାରୁ କ୍ଷୋଭ ପ୍ରକାଶ ପାଇଥିଲା l ସଭାରେ କାର୍ଯ୍ୟକାରିଣୀ ସଦସ୍ୟ ସୁନୀଲ ଚିନ୍ଦ୍ରା,ସୌରଭ ସାହୁ,ସୁରେଶ ସାହୁ,ସୁଧାଂସୁ ସାହୁ, ଆନନ୍ଦ ବାରିକ,ଉଦୟ ଭୋଇ, ପରେଶ ସାହୁ, ନରେନ୍ଦ୍ର ପୁରୋହିତ ପ୍ରମୁଖ ଉପସ୍ଥିତ ଥିଲେ l ଶେଷରେ ଶିକ୍ଷକ ଗୋପବନ୍ଧୁ ବାଗ ଧନ୍ୟବାଦ ଅର୍ପଣ କରିଥିଲେ l

No comments

Powered by Blogger.