ଜିଲ୍ଲା ର ସମସ୍ତ ମାଁ ମାହେଶ୍ଵରୀ ପୀଠ ର ଶୋଭାଯାତ୍ରାରେ ସୁରକ୍ଷା ପ୍ରଦାନ ପାଇଁ ଏସ୍ ପି ଙ୍କୁ ଭେଟିଲା ଜିଲ୍ଲା ଡୁମାଲ ପରିଷଦ
ଜିଲ୍ଲା ର ସମସ୍ତ ମାଁ ମାହେଶ୍ଵରୀ ପୀଠ ର ଶୋଭାଯାତ୍ରାରେ ସୁରକ୍ଷା ପ୍ରଦାନ ପାଇଁ ଏସ୍ ପି ଙ୍କୁ ଭେଟିଲା ଜିଲ୍ଲା ଡୁମାଲ ପରିଷଦ
ସ୍ଵରାଜ ବାର୍ତ୍ତା/ସୁବର୍ଣ୍ଣପୁର :-(ମହାଦେବ ମଲ୍ଲିକ)ସୁବର୍ଣ୍ଣପୁର ଜିଲ୍ଲା ଡୁମାଲ ପରିଷଦ ପକ୍ଷରୁ ଆରକ୍ଷୀ ଅଧିକ୍ଷକ ରାମପ୍ରସାଦ ସାହୁଙ୍କୁ ଭେଟି ଜିଲ୍ଲା ର ସମସ୍ତ ୮୮ ଟି ମାହେଶ୍ୱରୀ ପୀଠ ରେ ଅନୁଷ୍ଠିତ ହେବାକୁଥିବା ମାହେଶ୍ୱରୀ ଶୋଭାଯାତ୍ରାରେ ସାମାଜିକ ସୁରକ୍ଷା ଯୋଗାଇଦେବା କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ପ୍ରକାଶଯୋଗ୍ୟ ଯେ ଆଶ୍ଵିନ ମାସରେ ଜିଲ୍ଲା ର ବିଭିନ୍ନ ଗ୍ରାମାଞ୍ଚଳରେ ଥିବା ମାଁ ମାହେଶ୍ୱରୀ ଙ୍କ ମନ୍ଦିରରେ ଷୋଡ଼ଶ ପୂଜାର୍ଚ୍ଚନା ର ଶେଷ ଦିନ ଅଷ୍ଟମୀ ତିଥିରେ ଭାଇଜିଉଁତିଆ ଦିନ ଜିଲ୍ଲାର ୮୮ ଗୋଟି ମାହେଶ୍ୱରୀ ମନ୍ଦିର ପିଠ ଗୁଡ଼ିକ କର ମାଁ ମାହେଶ୍ୱରୀ ଙ୍କର ଶୋଭାଯାତ୍ରାର ର ଏକ ନିର୍ଦ୍ଦିଷ୍ଟ ବିଧି ମତେ ସମାପନ ହୋଇଥାଏ ତେଣୁ ଏ ସମସ୍ତ ପୀଠ ଗୁଡିକରେ ସାମାଜିକ ସୁରକ୍ଷା ଯୋଗାଇଦେବା ପାଇଁ ଆଜି ଜିଲ୍ଲା ଡୁମାଳ ପରିଷଦ ପକ୍ଷରୁ ଜିଲ୍ଲା ସଭାପତି ଅଶ୍ଵିନୀ କୁମାର ମହାକୁର ଙ୍କ ନେତୃତ୍ୱ ରେ ଏସ୍ ପି ଙ୍କୁ ଦାବିପତ୍ର ପ୍ରଦାନ ସମୟରେ ଜିଲ୍ଲା ଉପ ସଭାପତି ଲକ୍ଷ୍ମଣ ବସ୍ତିଆ, ଜିଲ୍ଲା ସଂଯୋଜକ ସୁରେଶ ପାତ୍ର, ଜିଲ୍ଲା ଆଇନ୍ ପରାମର୍ଶଦାତା ସଦସ୍ୟ କୃଷ୍ଣଚନ୍ଦ୍ର କମ୍ପ, ସୋନପୁର ନଗର ସଭାପତି ସତ୍ୟ ନାରାୟଣ ବସ୍ତିଆ, ସମ୍ପାଦକ ଲକ୍ଷ୍ମଣ ଦେହେରୀ, କୋଷାଧ୍ୟକ୍ଷ ଜୟ ନାରାୟଣ ମେଣ୍ଡିଲି ପ୍ରମୁଖ ଙ୍କସହ ଅନ୍ୟାନ୍ୟ ଜାତି ଭାଇ ଉପସ୍ଥିତ ଥିଲେ।

Post a Comment