ସୋନପୁର ସହର ସମେତ ବିନିକା ରେ ପ୍ଲାକ ମାର୍ଚ୍ଚ ହୋଇଯାଇଛି।
ସୋନପୁର ସହର ସମେତ ବିନିକା ରେ ପ୍ଲାକ ମାର୍ଚ୍ଚ ହୋଇଯାଇଛି
ସ୍ଵରାଜ ବାର୍ତ୍ତା/ସୁବର୍ଣ୍ଣପୁର:-(ମହାଦେବ ମଲ୍ଲିକ) ସୁବର୍ଣ୍ଣପୁର ଜିଲ୍ଳାରେ ଅନୁଷ୍ଠିତ ଶାରଦୀୟ ଦୁର୍ଗାପୂଜା କୁ ଶାନ୍ତି ଶୃଙ୍ଖଳା ଓ ବ୍ୟବସ୍ଥିତ ଭାବେ ପାଳନ କରିବା ନିମନ୍ତେ ସୁବର୍ଣ୍ଣପୁର ଏସପି ରାମପ୍ରସାଦ ସାହୁ ଙ୍କ ନିଦ୍ଧେର୍ଶ କ୍ରମେ ଜିଲ୍ଲାର ବିନିକା ଓ ସୋନପୁର ସହରରେ ଏକ ପ୍ଲାକ ମାର୍ଚ୍ଚ କରିଥିବା ସୂଚନା ମିଳିଛି। ସୋନପୁର ସଦର ଥାନା ଆଇଆଇସି ରମେଶ କୁମାର ମାହାଣଙ୍କ ଅଧ୍ୟକ୍ଷତା ରେ ବ୍ଲକ ଛକ, ଆମ୍ବେଦକର ଛକ, କଚେରୀ ଛକ, ବସଷ୍ଟାଣ୍ଡ, ଦୁର୍ଗାମଣ୍ଡପ ଛକ, ଗୁଣ୍ଡିଚା ମନ୍ଦିର ଛକ,ଟିକିରିପଡା ,ଗଡଭିତର ଛକଦେଇ ପ୍ଲାକ ମାର୍ଚ୍ଚ କରି ଶାନ୍ତିଶୃଙ୍ଖଳା ରକ୍ଷା କରିବାପାଇଁ ସଚେତନତା ବାର୍ତ୍ତା ଦେଇଛନ୍ତି। ସେହିପରି ବିନିକା ସହରରେ ମଧ୍ୟ ପ୍ଲାକ ମାର୍ଚ୍ଚ କରାଯାଇଛି । ବିନିକା ସଦର ଆଇଆଇସି ସାରଙ୍ଗଧର ପାଣିଗ୍ରାହୀ ଅଧ୍ୟକ୍ଷତାରେ ଫ୍ଲାକ ମାର୍ଚ୍ଚ କରାଯାଇଛି । ବିନିକା ସହରରେ ଶାନ୍ତି ଶୃଙ୍ଖଳା ରକ୍ଷା କରି ଦଶହରା ଯାତ୍ରା ସମ୍ପନ୍ନ କରିବାକୁ ଜନସାଧାରଣ ଅନୁରୋଧ କରିଛନ୍ତି । ଜିଲ୍ଲା ପ୍ରଶାସନ, ପୋଲିସ ବିଭାଗ ଓ ଜିଲ୍ଲାର ପୂଜା କମିଟି ଙ୍କୁ ନେଇ ଏକ ପ୍ରସ୍ତୁତି ତଥା ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ଜିଲ୍ଲାର ବିଭିନ୍ନ ପୁର ପଲ୍ଲୀ ତଥା ସହରାଞ୍ଚଳ ରେ ପ୍ରାୟ ୭୧ ଗୋଟି ପୂଜା ପେଣ୍ଡାଲ ରେ ମାଁ ଙ୍କ ମୃଣ୍ମୟୀ ପ୍ରତିମା ପୂଜା ପାଇବେ।ଏହି ପୂଜା ସମୟ ବିଶେଷ କରି ଷଷ୍ଠୀ ଠାରୁ ଦଶମୀ ଅଥବା ବିସର୍ଜନ ପର୍ଯ୍ୟନ୍ତ ଜିଲ୍ଲାର ବିଭିନ୍ନ ଗ୍ରାମ ତଥା ସହରରେ ପୂଜା ସମ୍ୱନ୍ଧୀୟ ଆନୁସଙ୍ଗିକ କାର୍ଯ୍ୟକ୍ରମ ମାନ ଚାଲୁରହିବ ଏଣୁ ଜନ ସମାଗମ କୁ ଦୃଷ୍ଟିରେ ରଖି ସମସ୍ତ ପୂଜା କମିଟି ଆବଶ୍ୟକ ସତର୍କତା ଅବଲମ୍ବନ ସହ ପୂଜା ତଥା ପୂଜା ପେଣ୍ଡାଲ, ମେଳା ଓ ଅନ୍ୟାନ୍ୟ ଆନୁସଙ୍ଗିକ କାର୍ଯ୍ୟକ୍ରମ ନିମନ୍ତେ ଵିଧି ବଦ୍ଧ ପ୍ରଶାସନିକ ଅନୁମତି ନେବାକୁ କର୍ମକର୍ତ୍ତା ଙ୍କୁ ପରାମର୍ଶ ଦେଇଛନ୍ତି।

Post a Comment