ଡୁମେରମୁଣ୍ଡାରେ ଛତୁଆକୁ ନେଇ ଅଭିଯୋଗ,ନିର୍ଦ୍ଧାରିତ ପରିମାଣର ମିଳୁନି ଛତୁଆ.

 ଡୁମେରମୁଣ୍ଡାରେ ଛତୁଆକୁ ନେଇ ଅଭିଯୋଗ,ନିର୍ଦ୍ଧାରିତ ପରିମାଣର ମିଳୁନି ଛତୁଆ


  ସ୍ବରାଜ ଵାର୍ତ୍ତା /ଲାଞ୍ଜିଗଡ଼,(ମଳୟ ବେନୁଆ):ମହିଳା ଓ ଶିଶୁ ବିକାଶ ବିଭାଗ ଲାଞ୍ଜିଗଡ଼ ବ୍ଲକ ଅଧୀନରେ ଗର୍ଭବତୀ ଓ ପ୍ରସୂତି ଓ ଶିଶୁଙ୍କୁ ସୁଷମ ଖାଦ୍ୟ ବଣ୍ଟନ ପାଇଁ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଦାୟିତ୍ୱ ଦିଆଯାଇଛି। ତେବେ ଏହି ଗୋଷ୍ଠୀ ଦ୍ୱାରା ଛତୁଆ ବଣ୍ଟନରେ ଅନିୟମିତତା ହେଉଥିବା ନେଇଁ ବାରମ୍ବାର ଅଭିଯୋଗ ହୋଇଆସୁଛି। ଏହାକୁ ନେଇଁ ଡ଼ୁମେରମୁଣ୍ଡା ଗାଁରେ ଗଭୀର ଜନଅସନ୍ତୋଷ ଦେଖିବାକୁ ମିଳିଛି। ନିମ୍ନମାନର ଛତୁଆ ସହିତ କମ ପରିମାଣର ଛତୁଆ ଦିଆଯାଉଥିବା ନେଇ ଅଭିଯୋଗ କରି ପ୍ରଶାସନର ଦ୍ୱାରସ୍ତ ହୋଇଛନ୍ତି ଡୁମେରମୁଣ୍ଡା, ଇଯୁରୂପା ଓ କାନ୍ଦଟୋପି ଗାଁର ଲୋକେ। ଅଭିଯୋଗ ଅନୁସାରେ ଡୁମେରମୁଣ୍ଡା ଗାଁର ଅମରଜ୍ୟୋତି ସ୍ୱୟଂ ସହାୟକ ଗୋଷ୍ଠୀ, ମାଁ ହୀରାନୀଲା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ଦୀର୍ଘ ବର୍ଷ ହେଲା ଛତୁଆ ବଣ୍ଟନ ଦାୟିତ୍ୱ ନେଇଥିବାବେଳେ ଅତ୍ୟନ୍ତ ନିମ୍ନମାନର ଛତୁଆ ବଣ୍ଟା ଯାଉଥିବା ଅଭିଯୋଗ ହେଉଛି। ସେହିପରି ଛତୁଆ ପ୍ୟାକେଟରେ କମ ଓଜନ ରହୁଥିବା ଅଭିଯୋଗ ହେଉଛି। ଏନେଇ ଡୁମେରମୁଣ୍ଡା, ଇଜୁରୂପା, କନ୍ଧଟୋପି ଗାଁର ଶତାଧିକ ମହିଳା ପୁରୁଷ ଏକତ୍ରିତ ହୋଇ ଲାଞ୍ଜିଗଡ଼ ପ୍ରଶାସନର ଦ୍ୱାରସ୍ତ ହେବା ସହିତ ଛତୁଆ ଦୁର୍ନୀତିର ତଦନ୍ତ କରିବା ପାଇଁ ଦାବି କରିଛନ୍ତି।

No comments

Powered by Blogger.