ଜଙ୍ଗଲରୁ ଯୁବକଙ୍କ ମର ଶରୀର ଉଦ୍ଧାର l ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ l
ଜଙ୍ଗଲରୁ ଯୁବକଙ୍କ ମର ଶରୀର ଉଦ୍ଧାର l ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
ସ୍ଵରାଜ ବାର୍ତ୍ତା/ କୋରାପୁଟ (ଏନ୍ ସନ୍ତୋଷ) କୋରାପୁଟ ଜିଲ୍ଲା ବୈପାରୀଗୁଡା ଥାନା ଅନ୍ତର୍ଗତ କଲାର ପଂଚାୟତର ଜଟିଆଗୁଡା ଗାଁ ରୁ ଆସିଛି ଏଭଳି ଅଭିଯୋଗ ।ଗାଁ ର ଧନପତି ଉଦୁଲୁ ବାଡ଼ିଆ ପ୍ରତିଦିନ ଜାଳେଣି କାଠ ପାଇଁ ଜଙ୍ଗଲକୁ ଯାଆନ୍ତି ।ହେଲେ ଗତ ସୋମବାର ଦିନ ସେ ଜଙ୍ଗଲକୁ ଯାଇ ଆଉ ଘରକୁ ଫେରିନଥିଲେ ।ପରିବାର ଲୋକେ ଖୋଜା ଖୋଜି କରିବା ପରେ ଗତ କାଲି ରାତିରେ ଗାଁ ନିକଟସ୍ଥ ଜଙ୍ଗଲ ରୂ ସନ୍ଦେହ ଜନକ ଅବସ୍ଥାରେ ମର ଶରୀର ଦେଖିଥିଲେ l ଧନପତିଙ୍କ ସୁସ୍ଥ ଶରୀରରେ ମାଡ଼ ଛିନ୍ନ ଦେଖି ହତ୍ୟା ସନ୍ଦେହ କରି ପୋଲିସକୁ ସୂଚନା ଦେଲେ ପରିବାର ଲୋକେ ।ପୋଲିସ ଶବ ଜବତ କରି ବୈପାରୀଗୁଡା ମେଡ଼ିକାଲରେ ରଖିଥିବା ବେଳେ ହତ୍ୟାକାରିଙ୍କୁ ଗିରଫ ଦାବୀ କରିଛନ୍ତି ଗାଁ ଲୋକେ l ସେପଟେ ଶବ ବ୍ୟବଛେଦ ପରେ ମୃତ୍ୟୁ ର କାରଣ ସ୍ୱଷ୍ଠ ହେବ ବୋଲି କହିଛି ବୈପାରୀଗୁଡା ପୋଲିସ।

Post a Comment