କର୍ଲାମୁଣ୍ଡା ପେକ୍ସ୍ ଅଧିନରେ ଥିବା ରିଞ୍ଜା ଓ ସରଗୁଲ ମାଳପଡା ଠାରେ ଧାନ ମଣ୍ଡି ଉଦଘାଟିତ
କର୍ଲାମୁଣ୍ଡା ପେକ୍ସ୍ ଅଧିନରେ ଥିବା ରିଞ୍ଜା ଓ ସରଗୁଲ ମାଳପଡା ଠାରେ ଧାନ ମଣ୍ଡି ଉଦଘାଟିତ
ସ୍ଵରାଜ ବାର୍ତ୍ତା /କଳାହାଣ୍ଡି ୫/୧୨,କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରିଞ୍ଜା ପଞ୍ଚାୟତ ଠାରେ ଧାନ ମଣ୍ଡି ଉଦଘାଟିତ ହୋଇଯାଇଛି।ଧାନ ମଣ୍ଡି ଉଦଘାଟନ ସମୟରେ ରିଞ୍ଜା ପୂର୍ବତନ ସରପଞ୍ଚ ହୃଦାନନ୍ଦ ସାହୁ, ସରଗୁଲ ମାଳପଡା ସରପଞ୍ଚ ବରୁଣ ଛତ୍ରିଆ, କର୍ଲାମୁଣ୍ଡା ଖ ଜୋନ୍ ଜିଲ୍ଲା ପରିଷଦ ସଭ୍ୟ ସୁରେଶ ଚୋୖଧୁରୀ, ରିଞ୍ଜା ସମିତି ସଭ୍ୟ ଆନନ୍ଦ ନାଗ,ବିଜେପି ନେତ୍ରୀ ଜୟନ୍ତୀ ସାହୁ, ପ୍ରମୁଖ ଉପସ୍ଥିତ ରହି ଧାନ ମଣ୍ଡି ରେ କିପରି ଚାଷୀମାନେ ଭଳ ଭାବରେ ଧାନ ବିକ୍ରୟ କରିବେ ସେ ଉପରେ ମତ ବ୍ୟକ୍ତ କରିଥିଲେ।
ପେକ୍ସ ଡାଇରେକ୍ଟର କ୍ଷମା ରାଜ ସାହୁ,ରାତ୍ର ସାହୁ,ରଥ ରଣା, ଆନନ୍ଦ ସାହୁ,ଲାଲସାଏଵ ସାହୁ,ଉପସ୍ଥିତ ଥିବା ବେଳେ , କର୍ଲାମୁଣ୍ଡା ପେକସ୍ ସଂପାଦକ ସୁରେଶ ସାହୁ,ଡି ଇଓ ଅଚିନ ଷଡ଼ଙ୍ଗୀ, ରମେଶ ସାହୁ,ଆର ଏମ ସି ଷ୍ଟାଫ ଘାସି ଦୀପ ସହ ଚାଷୀ ମାନେ ଉପସ୍ଥିତ ଥିଲେ। ସେହିପରି ସରଗୁଲ ମାଳପଡା ଠାରେ ସରପଞ୍ଚ ବରୁଣ ଛତ୍ରିଆ ଙ୍କ ନେତୃତ୍ବରେ ମଣ୍ଡି ଉଦଘାଟନ ହୋଇଯାଇଛି। କାର୍ଯ୍ୟ କ୍ରମରେ ଜିଲ୍ଲା ପରିଷଦ କ ଜୋନ ସଭ୍ୟ ମହେନ୍ଦ୍ର ରଣା, ନେପାଳ ସାହୁ, ଗୋବିନ୍ଦ ସାହୁ ସହ ସରଗୁଲ ମାଳପଡା ଚାଷୀ ମାନେ ଉପସ୍ଥିତ ଥିଲେ।


Post a Comment