କପାମଣ୍ଡି ର ଶୁଭାରମ୍ଭ, ଚାଷୀ ର ଦେଖାନାହିଁ ବେପାରି ଙ୍କ ଲମ୍ବା ଲାଇନ
କପାମଣ୍ଡି ର ଶୁଭାରମ୍ଭ, ଚାଷୀ ର ଦେଖାନାହିଁ ବେପାରି ଙ୍କ ଲମ୍ବା ଲାଇନ
ସ୍ଵରାଜ ବାର୍ତ୍ତା/ବଲାଙ୍ଗୀର (ଦୁର୍ଯୋଧନ ଵର୍ଗେ)ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଯୋଗିମୁଣ୍ଡା ଗାଁରେ ଥିବା ଆର. ଏମ. ସି ଠାରେ ପ୍ରଶାସନ ତରଫରୁ କପା ମଣ୍ଡି ର ଶୁଭାରମ୍ଭ ହୋଇଯାଇଛି |ବଲାଙ୍ଗୀର ଅତିରିକ୍ତ ଜିଲ୍ଲାପାଳ ପୂଜାର୍ଚନା କରି ମଣ୍ଡିର ଶୁଭାରମ୍ଭ କରିଥିଲେ |ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ୍ୟ ଚାଷୀ ଙ୍କ ଠାରୁ ଭାରତୀୟ କପାସ ଲିଗମ ଲିମିଟେଡ଼ (C. C. I)ଚାଷୀ ଙ୍କ ଠାରୁ କପା କିଣିବ |ଏଥିପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇଛି |ତେବେ କେମିତି ମଣ୍ଡି ରେ ଦଲାଲ ମୁକ୍ତ ହେବ ସେନେଇ ମଧ୍ୟ୍ୟ ସିସିଆଇ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି ଚାଷୀ କପା ବିକ୍ରି କରିବା ସମୟରେ କେଉଁ ପ୍ଲଟ ରେ ଚାଷ ହୋଇଛି ତାହା ଦେଖାଇବାକୁ ପଡିବ |ଯାହାକୁ ନେଇ ବେଫାରି ମାନେ ଚିନ୍ତା ରେ ପଡିଯାଇଛନ୍ତି |ଏଥିପାଇଁ ଆଜି ମଣ୍ଡି ରେ ଉତ୍ତେଜନାମଧ୍ୟ୍ୟ ପ୍ରକାଶ ପାଇଥିଲା |ଅଧିକ ରୁ ଅଧିକ ବେପାରି ମଣ୍ଡି କୁ କପା ନେଇଥିବାରୁ ଉକ୍ତ ନିୟମ ବଦଳରେ କେହିଁ କପା ବିକ୍ରି କରିପାରିନଥିଲେ |ସେଥିପାଇଁ ଆର ଏମ ସି ଆଗରେ କିଛି ସମୟ ପାଇଁ ରାସ୍ତା ରୋକ ମଧ୍ୟ୍ୟ କରିଥିଲେ |ପରେ ପ୍ରଶାସନ ପକ୍ଷରୁ ବୁଝାସୁଝା ପରେ ରାସ୍ତାରୋକ ରୁ ଓହରିଥିଲେ |ସରକାର ମଣ୍ଡି ମାନଙ୍କୁ ଦଲାଲ ମୁକ୍ତକରିବାକୁ କହୁଛନ୍ତି ଏମିତି କି କୃଷିମନ୍ତ୍ରୀ ମଧ୍ୟ୍ୟ ଦଲାଲ ରାଜ ବନ୍ଦ କରି ଚାଷୀ ମାନଙ୍କୁ ସେମାନଙ୍କ ସୁବିଧା ସୁଯୋଗ ଯୋଗାଇ ଦେବାକୁ କହିଛନ୍ତି |ହେଲେ ଦଲାଲ ରାଜ ବନ୍ଦ ହେଉନି |ଯାହାପାଇଁ ଚାଷୀ ମାନେ ଉପଯୁକ୍ତ ନ୍ୟାୟ ପାଇବାରୁ ବଞ୍ଚିତ ଅଛନ୍ତି |ଏଥିପାଇଁ ସରକାର ଦୃଷ୍ଟି ଦେଇ ଦଲାଲ ମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇ ଦାବି ହେଉଛି |

Post a Comment