ମା ସମଲେଶ୍ଵରୀ ଙ୍କ ଆଶୀର୍ବାଦ ନେଲେ ନୂତନ ଭାବେ ଚୟନ ହୋଇଥିବା କଂସ ମହାରାଜ ଭୁବନେଶ୍ୱର ପ୍ରଧାନ
ମା ସମଲେଶ୍ଵରୀ ଙ୍କ ଆଶୀର୍ବାଦ ନେଲେ ନୂତନ ଭାବେ ଚୟନ ହୋଇଥିବା କଂସ ମହାରାଜ ଭୁବନେଶ୍ୱର ପ୍ରଧାନ
ସ୍ଵରାଜ ବାର୍ତ୍ତା / ବରଗଡ଼,(ଯୋଗେନ୍ଦ୍ର ସାହୁ ) ମା ସମଲେଶ୍ୱରୀଙ୍କ ଆଶୀର୍ବାଦ ନେଲେ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାରେ ନୂତନ ଭାବେ ଚୟନ ହୋଇଥିବା କଂସ କଳାକାର ଭୁବନେଶ୍ୱର ପ୍ରଧାନ | ମଙ୍ଗଳବାର ସକାଲ ୧୦ ଘଣ୍ଟା ସମୟରେ ବରଗଡ଼ ଅଧିଷ୍ଠାତ୍ରି ଦେବୀ ମା ସମଲେଶ୍ୱରୀଙ୍କ ମନ୍ଦିରରେ ମାଙ୍କୁ ଦର୍ଶନ କରି ଆଶୀର୍ବାଦ ଲାଭ କରିଛନ୍ତି କଳାକାର ଭୁବେନେଶ୍ୱର ପ୍ରଧାନ | ତାଙ୍କ ସହ ଥିଲେ ମହାମନ୍ତ୍ରୀ ଗୁଲାପ ଚନ୍ଦ୍ର ଦାଶ।ଚଳିତ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାରେ ଉଚ୍ଚ କୋଟିର ସଂଳାପ ସହ ସମ୍ବଲପୁରୀ ଡାଇଲଗରେ ଦୁଲୁକିବ ମଥୁରା ନଗରୀ ।ଆସନ୍ତା ଜାନୁୟାରୀ ୩ ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ଧନୁଯାତ୍ରା ହେବାକୁ ଥିବା ବେଳେ ଜନସାଧାରଣ ସପରିବାର ଆସିବାକୁ ନିମନ୍ତ୍ରଣ ଦେଇଛନ୍ତି ।

Post a Comment