ରିଷିଡା ପେକ୍ସ୍ ଅଧିନରେ ଥିବା ପୌରକେଲା ଠାରେ ଧାନ ମଣ୍ଡି ଉଦଘାଟିତ

 ରିଷିଡା ପେକ୍ସ୍ ଅଧିନରେ ଥିବା ପୌରକେଲା ଠାରେ ଧାନ ମଣ୍ଡି ଉଦଘାଟିତ 


 ସ୍ଵରାଜ ବାର୍ତ୍ତା/ କଳାହାଣ୍ଡି, କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ପୌରକେଲା ପଞ୍ଚାୟତ  ସମ୍ମୁଖରେ    ରିଷିଡା ପ୍ୟାକ୍ସର ସଭାପତି ଗୋକୁଳ ମାଝୀଙ୍କ ନେତୃତ୍ବରେ ଧାନ ମଣ୍ଡି ଉଦଘାଟିତ ହୋଇଯାଇଛି। ଆୟୋଜିତ କାର୍ଯ୍ୟ କ୍ରମରେ କର୍ଲାମୁଣ୍ଡା ତହସିଲଦାର ଅରୁଣ ଵର୍ଗେ, ଯୋଗାଣ ଅଧିକାରୀ କର୍ଲାମୁଣ୍ଡା ସ୍ମୃତି ରଞ୍ଜନ ଜେନା, ରାଜସ୍ଵ ନିରିକ୍ଷକ ଗିରିଶ ଚନ୍ଦ୍ର ସାହୁ,ପେକ୍ସ୍ ସଂପାଦକ ଗୋଲାପ ରଣା, ବରିଷ୍ଠ ବିଜେପି ନେତା ଦୟାନିଧି ସାହୁ ପ୍ରମୁଖ ଉପସ୍ଥିତ ରହି ଧାନ ମଣ୍ଡି ରେ କିପରି ଚାଷୀମାନେ ଭଳ ଭାବରେ ଧାନ ବିକ୍ରୟ କରିବେ ସେ ଉପରେ ମଞ୍ଚାସିନ ଅତିଥି ମାନେ ମତ ବ୍ୟକ୍ତ କରିଥିଲେ।ପେକ୍ସ ଡାଇରେକ୍ଟର ଵୈଵସୁତ ସୁନା,ହେମ ସାଗର ସାହୁ,ଯୁଗଳ ରଣା, ରାଧାକାନ୍ତ ସେଠ,ମଙ୍ଗଳୁ ଭୋଇ,ଲଚ୍ଛମନ ଭୋଇ, ପ୍ରଦୀପ ଗହିର ଉପସ୍ଥିତ ଥିବା ବେଳେ ସୁବାସ ଚନ୍ଦ୍ର ରଣା, ଲୋକନାଥ ଦଣ୍ଡସେନା,ଟେବାଷ ଚନ୍ଦ୍ର ରଣା ପ୍ରମୁଖ ସହଯୋଗ କରିଥିଲେ।ମଧୂସୁଦନ ବାଗ ମଞ୍ଚ ପରିଚାଳନା କରିଥିବା ବେଳେ ଦୟାନିଧି ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

No comments

Powered by Blogger.