ଠିକ ସମୟରେ ବିଦ୍ୟୁତବିଲ ପୈଠ କରି ବିଦ୍ୟୁତ ବିଭାଗ ପକ୍ଷରୁ ପୁରସ୍କାର ପାଇଛନ୍ତି ୩ ଜଣ

 ଠିକ ସମୟରେ ବିଦ୍ୟୁତବିଲ ପୈଠ କରି  ବିଦ୍ୟୁତ ବିଭାଗ ପକ୍ଷରୁ ପୁରସ୍କାର ପାଇଛନ୍ତି ୩ ଜଣ 

  ସ୍ଵରାଜ ବାର୍ତ୍ତା /ଵଳାଙ୍ଗିର (ଦୁର୍ଯୋଧନ ଵର୍ଗେ)ପାଟଣାଗଡ଼ ବିଦ୍ୟୁତ ବିଭାଗ ପକ୍ଷରୁ ଆଜି ୩ ଜଣ ବିଦ୍ୟୁତ ଉପଭୋକ୍ତା ଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି ।ପୁରସ୍କାର ପାଇଥିବା ଗ୍ରାହକ ମାନେ ହେଲେ ପାଟଣାଗଡ଼ ଫୁଡ଼ୁକୁପଡା ଗାଁର ଅଯୋଧ୍ୟା ମଲ୍ଲିକ  ସ୍ମାର୍ଟ ଫୋନ ପାଇଛନ୍ତି ,ବେଲପଡା ସଲଣ୍ଡି ଗାଁର ନିତ୍ୟାନନ୍ଦ କୁମ୍ଭାର ମ୍ୟୁଜିକ ପ୍ଲେୟାର ଏବଂ ଭାଇସା ଗାଁର ଡିଙ୍ଗର ପୋଡ଼ କୁ ସୋଲାର ଲେମ୍ଫ ଦିଆଯାଇଛି ।ଗ୍ରାହକ ଠିକ ସମୟରେ ବିଦ୍ୟୁତ ବିଲ ପୈଠ କରି କମ୍ପାନୀ ତରଫରୁ ପୁରସ୍କାର ପ୍ରାପ୍ତ କରିଛନ୍ତି ବିଦ୍ୟୁତ ଉପଭୋକ୍ତା ମଧ୍ୟ୍ୟ ଚାହିଁଲେ ଉପଯୁକ୍ତ ସମୟରେ ସଠିକ ବିଲ ପୈଠ କରି ପୁରସ୍କାର ନେଇ ପାରିବେ ବୋଲି ଏସ ଡିଓ ଶ୍ରୀ ମହାପାତ୍ର କହିଛନ୍ତି ।

No comments

Powered by Blogger.