ମାଟିଆଭଟା ଗାଁ ନିକଟରେ ମୋଟର ସାଇକେଲ ଦୁର୍ଘଟଣା , ବାଇକ୍ ଚାଳକ ମୃତ୍ୟୁ
ମାଟିଆଭଟା ଗାଁ ନିକଟରେ ମୋଟର ସାଇକେଲ ଦୁର୍ଘଟଣା , ବାଇକ୍ ଚାଳକ ମୃତ୍ୟୁ
ସ୍ଵରାଜ ବାର୍ତ୍ତା/ ଵଳାଙ୍ଗିର ( ଦୁର୍ଯୋଧନ ଵର୍ଗେ) ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଥାନା ଅନ୍ତର୍ଗତ ମାଟିଆଭଟା ଗ୍ରାମ ନିକଟରେ ଏକ ମୋଟର ସାଇକେଲ ଦୁର୍ଘଟଣାରେରେ ବାଇକ୍ ଚାଳକ ର ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ ଯୁବକ ଜଣକ ଖପ୍ରାଖୋଲ ଥାନା ମାଟିଆଭଟା ପଞ୍ଚାୟତ ଅନ୍ତର୍ଗତ ଅନକାମରା ଗାଁ ର ଅଜୁ ତାଣ୍ଡି (୨୦) ବୋଳି ସୂଚନା ମିଳିଛି । ସୂଚନାନୁଯାୟୀ ଗାଡ଼ି ନମ୍ବର ଓଡି ୧୭ଏନ-୫୩୨୭ ବାଇକରେ ଅଜୁ ନିଜ ଗାଁ ରୁ ସନ୍ଧ୍ୟା ୬ଟା ସମୟରେ ଅନ୍ୟ ଗ୍ରାମକୁ ବରଯାତ୍ରୀ ଯିବା ପାଇଁ ବାହାରିଥିଲେ । ବାହା ଘରୁ ନିଜ ଗାଁ କୁ ଫେରିଲା ସମୟରେ ମାଟିଆଭଟା ନିକଟ ବୁଲାଣି ରେ ଭାରସାମ୍ୟ ହରାଇ ବାଇକ୍ ଟି ଗୋଟିଏ ନିମ୍ବ ଗଛରେ ପିଟି ହୋଇ ଦୁର୍ଘଟଣା ହୋଇଥିଲା। ମଧ୍ୟ ରାତ୍ରି ସମୟରେ ଦୁର୍ଘଟଣା ଘଟି ଥିବାରୁ କେହି ଜାଣି ପାରିଲେ ନାହିଁ । ସ୍ଥାନୀୟ ଲୋକେ ସକାଳୁ ଦେଖିବାକୁ ପାଇ ଘରଲୋକଙ୍କୁ ଖବର କରିଥିଲେ । ଘରଲୋକ ଘଟଣା ସ୍ଥଳରେ ପହଞ୍ଚି ପୋଲିସକୁ ଖବର କରିଥିଲେ। ଖପ୍ରାଖୋଲ ପୋଲିସ ଏବଂ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଅଜୁ ର ଶରୀରକୁ ଉଦ୍ଧାର କରି ଖପ୍ରାଖୋଲ ଡାକ୍ତରଖାନାକୁ ନେଇଥିବା ବେଳେ ଡ଼ାକ୍ତର ତାଙ୍କୁମୃତ ଘୋଷଣା କରିଥିଲେ । ଏ ନେଇ ଖପ୍ରାଖୋଲ ପୋଲିସ ମୃତ ବ୍ୟକ୍ତିର ପଞ୍ଚନାମା କରି ଶବ ବ୍ୟବଚ୍ଛେଦ ପାଇଁ ପଠେଇଥିଲେ। ଏନେଇ ଖପ୍ରାଖୋଲ ଥାନା କେସ ନଂ ୨୮୨/୨୦୨୪ ରେ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଚାଲିଥିବା ଖପ୍ରାଖୋଲ ଥାନା ଅଧିକାରୀ ନରେନ୍ଦ୍ର ଛତ୍ର ପ୍ରକାଶ କରିଛନ୍ତି।
Post a Comment