ରୁପଶ୍ରୀ କଳା ପରିଷଦ ସିଂହାରୀ ନୂଆଁଖାଇ ଭେଟଘାଟ୍ -୨୦୨୫


 ସ୍ଵରାଜ ବାର୍ତ୍ତା/  ସୁବର୍ଣ୍ଣପୁର :-(ମହାଦେବ ମଲ୍ଲିକ)ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ଅନ୍ତର୍ଗତ ସିଂହାରୀ ଗ୍ରାମର ଅଗ୍ରଣୀ ଅନୁଷ୍ଠାନ ରୂପଶ୍ରୀ କଳା ପରିଷଦ , ସିଂହାରୀ ର ନୂଆଁଖାଇ ଭେଟଘାଟ-୨୦୨୫ ତୃତୀୟ ବର୍ଷରେ ପଦାର୍ପଣ କରିଛି। ଆଖପାଖ ଅଞ୍ଚଳ ରେ ନୂଆଁଖାଇ ର ଆମର ବେଶ ଧୂମଧମ୍ ରେ ଜମିଥିବା ବେଳେ ରୂପଶ୍ରୀ କଳା ପରିଷଦ ସିଂହାରୀ , ନୂଆଁଖାଇ ଭେଟଘାଟ-୨୦୨୫ସିଂହାରୀ କଲ୍ୟାପଣ୍ଡପ ରେ ଅନୁଷ୍ଠିତ ହୋଇଯାଇଛି।ଆଜିର ଏ କାର୍ଯ୍ୟକ୍ରମରେ ନିମନ୍ତ୍ରିତ ଓ ମଞ୍ଚାସୀନ ଅତିଥି ଭାବେ - ସିଂହାରୀ ଗ୍ରା: ପ:ର ସମିତି ସଭ୍ୟା ଶ୍ରୀମତୀ  ରଶ୍ମିତା କୁଅଁର ,ସିଂହାରୀ ଉ:ପ୍ରା:ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ପ୍ରହ୍ଲାଦ ଚୌହାନ ,ସିଂହାରୀ ପେକ୍ସ ସେକ୍ରେଟାରୀ ଅଜାମ୍ବିଲ ଚୌହାନ, ନିମନ୍ତ୍ରିତ ଅତିଥି କୋଶଳୀ କବି ଭାବେ ଶ୍ରୀ ଗରିବ ମଲ୍ଲିକ,ଅନୁଷ୍ଠାନ ର ସଭାପତି ଶ୍ରୀ ଦୂର୍ବଦଲ ସାହୁ,ଓ ସଂପାଦକ କମଳ ଭୁଏ, ନିଜ ନିଜର ବକ୍ତବ୍ୟରେ  ନୂଆଁଖାଇ ପରବ ମହତ୍ତ୍ଵ ଓ ମହାନତା ଉପରେ ଆଲୋଚନା କରିଥିବା ବେଳେ,ପ୍ରାରମ୍ଭିକ ସ୍ବାଗତ ସଙ୍ଗୀତ ପରିବେଷଣ କରିଥିଲେ କୁ.ୟୁକ୍ତା ମୟୀ  ଭୁଏ, କୁ ପରିମିତା ଚୁହାନ,କୁ ଅପର୍ଣ୍ଣା ପ୍ରିୟଦର୍ଶିନୀ ମିଶ୍ର,ଓ ଶ୍ରୀ କଳ୍ପେଶ କୁମାର ଭୁଏ,ପ୍ରଭୃତି ପରିବେଶକୁ ରସାଳ କରିଦେଇଥିଲେ। ସଭାକାର୍ଯ୍ୟ ପରେ ପରେ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରିବାକୁ ଯାଇ....ମରଣୋତ୍ତର ସମ୍ମାନରେ ସ୍ବର୍ଗତ ଶ୍ରୀ ବୃଷଭ କୁଅଁର ବଳୀଷ୍ଠ ସଂଗଠକ ଭାବେ ଓ ସ୍ବର୍ଗତ ଶ୍ରୀ ଗୋପବନ୍ଧୁ ରଣା,ରେଙ୍ଘସା ବିଶିଷ୍ଟ  ନାଟ୍ୟ କଳାକାର ଓ ଗୁରୁ ଭାବେ ରୂପଶ୍ରୀ ଅନୁଷ୍ଠାନ ତରଫରୁ ସମ୍ମାନିତ କରିଥିବା ବେଳେ,ବର୍ଷୀୟାନ ଗୀତିନାଟ୍ୟ କଳାକାର ଶ୍ରୀ କୁବେର ସାହୁ,ସିଂହାରୀ ଓ କୁନି ଶିଶୁ ସୁରଭୀ ସମ୍ମାନରେ କୁମାରୀ ଦିବ୍ୟଂଶି ଚୁହାନଙ୍କୁ ସମ୍ମାନିତ କରାଯାଇଥିଲା।ପରେ ପରେ ସାଂସ୍କୃତିକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏଥିରେ ବର୍ଷାରାଣି ବୁଡେକ,ଦିବ୍ୟାଂଶି ଚୁହାନ,ଓମିନି ଛତ୍ରିଆ,ରୁଚିକା କୁଶଲ ,ପ୍ରଭୃତି ଅଂଶଗ୍ରହଣ କରି ନିଜର ସମ୍ବଲପୁରୀ ନୃତ୍ୟର ପ୍ରଦର୍ଶନ କରି ପରିବେଶ କୁ ସରଗରମ କରିଦେଇଥିବା ସଙ୍ଗେ ସଙ୍ଗେ ରୁପଶ୍ରୀର କଳା କାର ମାନେ ଲୋକ ଗୀତ ପରିବେଷଣ କରି ମନୋରଞ୍ଜନ ଖୋରାକ ପରଶି ଦେଇଥିଲେ । କଲ୍ୟାଣ ମଣ୍ଡପରେ ଭରପୁର ଦର୍ଶକ ମନଭରି ଉପଭୋଗ କରି ଢେର ମଜା ଉଠାଇଥିଲେ ।ଏହି କାର୍ଯ୍ୟକ୍ରମରେ,ରତନ ମିଶ୍ର,ଶ୍ରିକାନ୍ତ ଦୀପ,ପରମାନନ୍ଦ ସାହୁ,ରଜୀନ ନାଗ,ଶଙ୍କିତ ସାହୁ,ରଞ୍ଜନ ମିଶ୍ର,ସେବକ କୁଅଁର,ବିଶେଷ ସହଯୋଗ କରିଥିବା ବେଲେ ରୁପଶ୍ରି ଅନୁଷ୍ଠାନ ଉପସଭାପତି ଶ୍ରୀ ବିମଳ କୁମାର ଭୁଏ ଧନ୍ୟବାଦ୍ ଅର୍ପଣ ପୂର୍ବକ କାର୍ଯ୍ୟକ୍ରମ ର ପରିସମାପ୍ତି ଘୋଷଣା କରିଥିବା ବେଳେ ରାଜୀବ ଭୁଏ ମଞ୍ଚ ପରିଚାଳନା କରିଥିଲେ। ଆର ବର୍ଷ କୁ ପୁଣିଥରେ ଭେଟଘାଟ ବାର୍ତ୍ତା ରେ ଯବନିକା ପତନ କରାଗଲା।

No comments

Powered by Blogger.