ବେରୋଜଗାରୀ ମହିଳା ଙ୍କୁ ରୋଜଗାର ଯୋଗାଇବ ଏଞ୍ଜେଲିନା ଏଣ୍ଟର ପ୍ରାଇଜ୍ଜେସ*

 





 ସ୍ଵରାଜ ବାର୍ତ୍ତା/ସୁବର୍ଣ୍ଣପୁର:-(ମହାଦେବ ମଲ୍ଲିକ)ଏଞ୍ଜେଳିନା ଏଣ୍ଟର ପ୍ରାଇଜେସ ଭୁବନେଶ୍ୱର ର ୧୫ ବର୍ଷ ପୂର୍ତ୍ତି ଉପଲକ୍ଷେ ସୋନପୁର ଶାହା ଗେଷ୍ଟ ହାଉସ ଠାରେ ଏକ କଷ୍ଟମର ମିଟ କାର୍ଯ୍ଯ କ୍ରମ ଅନୁଷ୍ଟିତ ହୋଇ ଯାଇଛି l କମ୍ପାନୀ ର ଭୁବେନେଶ୍ୱର ମୁଖ୍ୟ ଶାଖା ର ପରିଚାଳିକା ପାୟଲ ମିଶ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ସୁବର୍ଣ୍ଣପୁର ଭିଜିଲାନ୍ସ ଡି ଏସ ପି ଶ୍ରୀମତୀ ରେଣୁକା ସୁନା ଯୋଗ ଦେଇ  ରାଜ୍ୟ ର ବେରୋଜଗାରୀ ମହିଳା ଙ୍କୁ ରୋଜଗାର ଯୋଗାଇବା  ଓ ସଶକ୍ତି କରଣ କରିବା ଏହି କମ୍ପାନୀ ର ପ୍ରୟାସ ଓ ଲକ୍ଷ୍ୟ କୁ ଭୂୟସୀ ପ୍ରଶଂସା କରିଥିଲେ l ଓଡ଼ିଶା ରେ ଏବେ ଏ କଂପାନୀ ର ତିନି ଗୋଟି ଶାଖା ଭୁବନେଶ୍ୱର , ନୂଆପଡ଼ା ଓ କଳାହାଣ୍ଡି କାର୍ଯ୍ଯ କ୍ଷମ ହୋଇଥିବା ବେଳେ ଖୁବ ଶୀଘ୍ର ସୁବର୍ଣ୍ଣପୁର ସମେତ ଅନେକ ଜିଲ୍ଲା ରେ ଏହାର ଶାଖା ଉଦଘାଟନ କରାଯିବ ବୋଲି ମୁଖ୍ୟ ପରି ଚାଳିକା  ପାୟଲ ମିଶ୍ର ପ୍ରକାଶ କରିଛନ୍ତି l ଓ ସୁବର୍ଣ୍ଣପୁର ଜିଲ୍ଲା ଶାଖା ର ପରିଚାଳକ ଭାବରେ ଯୁଧିଷ୍ଟିର ନାୟକ ଙ୍କୁ ନିଯୁକ୍ତି ଦିଆଯିବା ବିଷୟ ଏହି ଉତ୍ସବରେ ନାଁ ଘୋଷଣା କରଯାଇଥିଲା l ଭୁବନେଶ୍ୱର ଶାଖା ହେଡ୍ ମିସ୍ ପାୟଲ ଙ୍କ ସମେତ କମ୍ପାନୀ ର କଳାହାଣ୍ଡି ଶାଖା ର ପରିଚାଳକ ଓମ୍ ପ୍ରକାଶ ସାହୁ, ସର୍ଭିସ୍ ମ୍ୟାନେଜର ରାଜଶ୍ରୀ ରାଉତ ସଭାରେ ଅତିଥି ଙ୍କ ସହ ଉପସ୍ଥିତ ରହି ଏମ ଏସ ଏମ୍ ଇ ଅଧିନସ୍ଥ ପ୍ରସ୍ତୁତ ଧୂପକାଠି, ପେପର ପ୍ଲେଟ୍, ପେପର କପ୍ ମେସିନ ବିକ୍ରୟ ଓ ପ୍ରଡକ୍ସନ ଉପରେ  ଉପସ୍ଥିତ ଶତାଧିକ ଗ୍ରାହକ, ବୁଦ୍ଧିଜୀବୀ ଓ ମିଡିଆ ଙ୍କୁ ବୁଝାଇଥିଲେ l ଓ ଲଟେରୀ ଉଠାଣ ମାଧ୍ୟମ ରେ ପାଞ୍ଚ ଜଣ ଗ୍ରାହକ ଙ୍କୁ ଉପହାର ଓ ମାନପତ୍ର ପ୍ରଦାନ କରି ପୁରସ୍କୃତ କରିଥିଲେ l  ଖୁବ୍ ଶୀଘ୍ର ସୁବର୍ଣ୍ଣପୁର ଠାରେ ଏ କମ୍ପାନୀ ର ଶାଖା ଅଫିସ୍ ଉଦଘାଟନ ହେବ ଓ ଏହାର ବିଜନେସ ପାଈଁ ସୋନପୁର ଶାଖା ର ପରିଚାଳକ ଯୁଧିଷ୍ଟିର ନାୟକ ଙ୍କ ସହିତ ଫୋନ୍ ନମ୍ବର୍ ୮୯୮୪୮୯୬୭୭୪ ଓ ୮୬୫୪୫୮୮୨୭୫ ରେ ଯୋଗାଯୋଗ କରି ରୋଜଗାର ର ବେନିଫିଟ ନେବାକୁ ଭୁବନେଶ୍ୱରର ମିସ୍ ପାୟଲ ସାମ୍ବାଦିକ  ସମ୍ମିଳନୀରେ ସୂଚନା ଦେଇଛନ୍ତି l କମ୍ପାନୀ ର ଏ ପ୍ରୟାସ କୁ ସୁବର୍ଣ୍ଣପୁର ବୁଦ୍ଧିଜୀବୀ, ମହିଳା ଓ ମିଡିଆ ପ୍ରଶଂସା କରିଛନ୍ତି l

No comments

Powered by Blogger.