ବରଗଡ଼ରେ_ତୃତୀୟରାଷ୍ଟ୍ରୀୟ_ଲୋକ_ଅଦାଲତ

 ବରଗଡ଼ରେ_ତୃତୀୟରାଷ୍ଟ୍ରୀୟ_ଲୋକ_ଅଦାଲତ

  ସ୍ବରାଜ ବାର୍ତ୍ତା / ବରଗଡ଼:(ଯୋଗେନ୍ଦ୍ର ସାହୁ)ରାଷ୍ଟ୍ରୀୟ ଆଇନ ସେବା ପ୍ରାଧିକରଣ, ନୂଆଦିଲ୍ଲୀ ଏବଂ ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ, କଟକଙ୍କ ନିର୍ଦ୍ଦେଶ କ୍ରମେ, ବରଗଡ଼ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ସିଭିଲ କୋର୍ଟ ପରିସରରେ ଅନୁଷ୍ଠିତ ହୋଇଯାଇଅଛି । ଜିଲ୍ଲା ଓ ଦୌରାଜଜ୍ ତଥା ଜିଲ୍ଲା ଆଇନସେବା ପ୍ରାଧିକରଣ ଭାରପ୍ରାପ୍ତ ଅଧ୍ୟକ୍ଷ ଶ୍ରୀ ରାଜା ରଞ୍ଜନ ପାଢୀଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ଲୋକ ଅଦାଲତରେ ସମସ୍ତ ପ୍ରକାରର ବିଚାରଧିନ ମକଦ୍ଦମା ଯଥା ଦେୱାନୀ ଓ ଫୌଜଦାରି (ସାଲିସ ଯୋଗ୍ୟ), ମୋଟର ଦୁର୍ଘଟଣା ଜନିତ କ୍ଷତିପୂରଣ, ବ୍ୟାଙ୍କଋଣ, ବିଦ୍ୟୁତ ଓ ଜଳଯୋଗାଣ, ପାରିବାରିକ ସମସ୍ୟା, ଜମି ଅଧିଗ୍ରହଣ, ଶ୍ରମ ବିବାଦ, ଚେକ୍ ବାଉନ୍ସ ମାମଲାର ଆପୋସ ସମାଧାନ କରାଯାଇଥିଲା । ଉକ୍ତ ଲୋକ ଅଦାଲତ ରେ ୪,୫୧୭ ଗୋଟି ପ୍ରାକ୍ ମୋକଦ୍ଦମା ମାମଲା ର ବିଚାର ପାଇଁ ବିଭିନ୍ନ ବ୍ୟାଙ୍କ କାର୍ଯ୍ୟାଳୟରୁ, ୧, ୨୮୭ ଗୋଟି ବିଚାରଧିନ ମୋକଦ୍ଦମା ମାମଲା ର ବିଚାର ପାଇଁ ବିଭିନ୍ନ ଅଦାଲତରୁ ଏବଂ ୧୦,୮୨୪ ଗୋଟି ବିଚାରଧିନ ମୋକଦ୍ଦମା ମାମଲା ର ବିଚାର ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରମୁଖଙ୍କ ତରଫରୁ ବିଚାରକୁ ନିଆଯାଇଥିଲା । ଉକ୍ତ ମକଦ୍ଦମା ମାନଙ୍କ ମଧ୍ୟରୁ ୧୭୭ ଗୋଟି ପ୍ରାକ୍ ମୋକଦ୍ଦମା ମାମଲା, ୨୮୫ ଗୋଟି ବିଚାର ବିଭାଗୀୟ ବିଚାରଧିନ ମୋକଦ୍ଦମା ମାମଲା ଏବଂ ୮,୮୨୯ ଗୋଟି ଜିଲ୍ଲାପାଳଙ୍କ ରାଜସ୍ଵ ବିଚାରଧିନ ମୋକଦ୍ଦମା ମାମଲା ର ବିଚାର ହୋଇ ପ୍ରାକ୍ ମାମଲା ବାବଦକୁ ୫୨,୩୮, ୯୪୮/- ଟଙ୍କା ଏବଂ ବିଚାର ବିଭାଗୀୟ ବିଚାରଧିନ ମାମଲା ବାବଦକୁ ୧, ୧୨, ୬୩, ୬୯୮/- ଟଙ୍କା ଆଦାୟ ହୋଇଥିଲା । ପାରିବାରିକ ଅଦାଲତରେ ୧୧ ଗୋଟି ପାରିବାରିକ ସମସ୍ୟା ବିଚାରଧିନ ମୋକଦ୍ଦମା ମାମଲା କୁ ବିଚାରକୁ ନିଆଯାଇ, ୮ ଗୋଟି ପାରିବାରିକ ସମସ୍ୟା ବିଚାରଧିନ ମୋକଦ୍ଦମା ମାମଲା ର ଆପୋସ ସମାଧାନ କରାଯାଇ ୮ ଗୋଟି ପରିବାର ପୁନଃମିଳନ ହୋଇଥିଲେ । ଉକ୍ତ ଲୋକ ଅଦାଲତକୁ ବରଗଡ଼ ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ଭାରପ୍ରାପ୍ତ ଅଧ୍ୟକ୍ଷା ଶ୍ରୀ ରାଜା ରଞ୍ଜନ ପାଢୀଙ୍କ ଏବଂ ସଚିବ ଶ୍ରୀ ବିଭୂତି ଭୁଷଣ ନାୟକଙ୍କ ପରିଚାଳନା ରେ ଅନୁଷ୍ଠିତ ହୋଇଥିଲା । ପାରିବାରିକ ଅଦାଲତର ବିଚାରପତି ଶ୍ରୀ ମାନସ ରଞ୍ଜନ ରଥ, ଅତିରିକ୍ତ ଜିଲ୍ଲା ବିଚାରପତି ଶ୍ରୀ ପ୍ରିୟ ରଞ୍ଜନ ବାରିକ, ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଶ୍ରୀମତୀ ପୁନମ ଜେନା, ବରିଷ୍ଠ ଦେବାନୀ ବିଚାରପତି ଶ୍ରୀମତୀ ସୁଚରିତା ମହାନ୍ତି, ବରିଷ୍ଠ ଦେବାନୀ ବିଚାରପତି ( ମହିଳା ଅଦାଲତ) ଶ୍ରୀମତୀ ପ୍ରଜ୍ଞା ପୂଜାପ୍ରଦା, ବରିଷ୍ଠ ଦେବାନୀ ବିଚାରପତି (LR & LTV) ଶ୍ରୀମତୀ ବର୍ଷା ଶର୍ମା, ଉପଖଣ୍ଡିୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଶ୍ରୀମତୀ ଶ୍ରୀଷ୍ଟି ସାମନ୍ତ, ଦେବାନୀ ବିଚାରପତି ଶ୍ରୀ ସଂଗ୍ରାମ କୁମାର ମିଶ୍ର, ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ପ୍ରଥମ ଶ୍ରେଣୀ (LR & LTV) ଶ୍ରୀ ଚନ୍ଦନ ଦେହୁରୀ ।

No comments

Powered by Blogger.