ସିଦ୍ଧିଦାତ୍ରୀ ବେଶରେ ଦର୍ଶନ ଦେଉଛନ୍ତି ମା ସୁରେଶ୍ଵରୀ ଓ ଭଗବତୀ*

 *ସିଦ୍ଧିଦାତ୍ରୀ ବେଶରେ ଦର୍ଶନ ଦେଉଛନ୍ତି ମା ସୁରେଶ୍ଵରୀ ଓ ଭଗବତୀ*

ସ୍ଵରାଜ ବାର୍ତ୍ତା/ସୁବର୍ଣ୍ଣପୁର :- (ମ‌ହାଦେବ ମଲ୍ଲିକ)ନବରାତ୍ରର ନବମ ଦିନରେ ସୋନପୁରର ଇଷ୍ଟଦେବୀ ମା ସୁରେଶ୍ଵରୀଙ୍କ ପୀଠରେ ଭୋର ସମୟରୁ ମନ୍ଦିର ଖୋଲା ଯାଇ ଯଥା ବିଧି ପୂଜାର୍ଚ୍ଚନା ଶେଷ ହୋଇଥିବା ବେଳେ ଆଜି ସିଦ୍ଧିଦାତ୍ରୀ ବେଶରେ ମା ଉଭା ହୋଇ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି l ମନ୍ଦିରରେ ନବଦିନାତ୍ମକ ଚଣ୍ଡୀ ମହାଯଜ୍ଞର ନବମ ଦିବସରେ ସୂର୍ଯ୍ୟ ପୂଜା, ଗୋ ପୂଜା, ଗୁରୁ, ବ୍ରାହ୍ମଣ ପୁଜନମ ବିଭିନ୍ନ ଦେବା ଦେବୀଙ୍କ ପୂଜାପାଠ ସୁରେଶ୍ଵରୀଙ୍କ ଷୋଡଶ ଉପଚାର ପୂଜା ଆରତୀ ପୁଷ୍ପାଞ୍ଜଳି ସହ ଚଣ୍ଡୀଯଜ୍ଞ, ହବନ, ଆରତୀ, ପୁଷ୍ପାଞ୍ଜଳି ଓ ପ୍ରସାଦ ବଣ୍ଟନ ହେବା ନେଇ କମିଟି ପକ୍ଷରୁ ସୂଚନା ମିଳିଛି l ସେହିପରି ସହର ର ସର୍ବ ପୁରାତନ ମା ଭଗବତୀ ଙ୍କ ପୀଠରେ ମଧ୍ଯ ସିଦ୍ଧିଦାତ୍ରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମା ଭଗବତୀ l ସହରର ଗଡ଼ଭିତର ସ୍ଥିତ ଦୁର୍ଗା ମନ୍ଦିରରେ ମଧ୍ୟ ସିଦ୍ଧିଦାତ୍ରୀ ବେଶ ରେ ଦର୍ଶନ ଦେଉଛନ୍ତି ମା ଦୁର୍ଗା l ଆଜି ମା’ଙ୍କ ସିଦ୍ଧିଦାତ୍ରୀ ବେଶ ତେବେ ଆସନ୍ତୁ ଜାଣିବା ମା’ଙ୍କର ଏହି ବେଶ ମହାତ୍ମ୍ୟ ବିଷୟରେ lସିଦ୍ଧିଦାତ୍ରୀ’ ମା' ଦୁର୍ଗାଙ୍କର ନବମ ଶକ୍ତି I ‘ମାର୍କଣ୍ଡେୟ ପୁରାଣ’ରେ ଯେଉଁ ‘ଅଷ୍ଟ ସିଦ୍ଧି’ର ବର୍ଣନା ଅଛି ତାହା ହେଉଛି- ଅଣିମା, ମହିମା, ଗରିମା, ଲଘିମା, ପ୍ରାପ୍ତି, ପ୍ରକାମ୍ୟ, ଇଶିତ୍ୱ ଓ ବଶିତ୍ୱ ତେବେ ‘ବ୍ରହ୍ମବୈବର୍ତ୍ତ ପୁରାଣ’ରେ ଏହି ସିଦ୍ଧିର ସଂଖ୍ୟା ୧୮ ବୋଲି ବର୍ଣ୍ଣିତ ଅଛି। ଏହି ସକଳ ସିଦ୍ଧିର ଅଧିକର୍ତ୍ତୀ ଓ ଦାତ୍ରୀ, ଦେବୀ ‘ଦେବୀପୁରାଣ ଅନୁସାରେ, ଭଗବାନ ଶିବ ଏହାଙ୍କର କୃପାରେ ହିଁ ସକଳ ସିଦ୍ଧିପ୍ରାପ୍ତ ହୁଅନ୍ତି l ଦେବୀଙ୍କର ଅନୁକମ୍ପା ଫଳରେ ଶିବଙ୍କର ର ଅର୍ଦ୍ଧାଙ୍ଗ ଦେବୀଙ୍କର ହୋଇଥିଲା ଏବଂ ଶିବ ‘ଅର୍ଦ୍ଧନାରୀଶ୍ବର’ ଭାବରେ ପ୍ରସିଦ୍ଧ ହୋଇଥିଲେ l ଏହି ଦେବୀ ‘ନବରାତ୍ରି’ର ନବମ ତଥା ଶେଷଦିନର ଉପାସ୍ୟା । ସେ ଉଭୟ ସିଂହବାହନା ଓ ପଦ୍ମାସନା ରୂପରେ ପରିଲକ୍ଷିତ ହୁଅନ୍ତି ଏହି ଦେବୀ ଚତୁର୍ଭୁଜା ତାଙ୍କର ଦକ୍ଷିଣ ଦୁଇ ହସ୍ତରେ ଚକ୍ର ଓ ଗଦା ଏବଂ ବାମ ଦୁଇ ହସ୍ତରେ ଶଙ୍ଖ ଓ ପଦ୍ମ ଶୋଭାପାଏ l ତାହାଙ୍କର ପୂଜା କଲେ ଭକ୍ତ ଓ ସାଧକ ସିଦ୍ଧିର ଅଧିକାରୀ ହୁଅନ୍ତି l ସଂସାରର କିଛି ବି ତାଙ୍କପାଇଁ ଅଗମ୍ୟ ହୋଇ ରହେ ନାହିଁ l ସେ ବ୍ରହ୍ମାଣ୍ଡ ବିଜୟର କ୍ଷମତାଲାଭ କରନ୍ତି! ଏହିପରି ଭାବରେ, ନବରାତ୍ରିରେ ନବଦୁର୍ଗାଙ୍କର ଉପାସନା ଭକ୍ତ ଓ ସାଧକଙ୍କୁ କୃତାର୍ଥ କରିଥାଏ l

No comments

Powered by Blogger.