ରିଞ୍ଜା ପଶ୍ଚିମେଶ୍ବର ଶିବ ମନ୍ଦିର ପ୍ରାଙ୍ଗଣରେ ଚଣ୍ଡି ମନ୍ଦିର ପ୍ରତିଷ୍ଠା
ରିଞ୍ଜା ପଶ୍ଚିମେଶ୍ବର ଶିବ ମନ୍ଦିର ପ୍ରାଙ୍ଗଣରେ ଚଣ୍ଡି ମନ୍ଦିର ପ୍ରତିଷ୍ଠା
ସ୍ବରାଜ ବାର୍ତ୍ତା / କଳାହାଣ୍ଡି -ପ୍ରାଚୀନ କାଳର ଚଣ୍ଡି ମନ୍ଦିର ଆଜି ପ୍ରତିଷ୍ଠା ହୋଇଛି। ଆୟୋଜିତ ମନ୍ଦିର ପ୍ରତିଷ୍ଠାରେ ମାଁ ଚଣ୍ଡିଙ୍କ ସାଧନ ହୋଇ ନୂତନ ଗୃହ ଉଦଘାଟିତ ହୋଇଛି।ଏହି ପୂଜା ଠାରେ ଝାଙ୍କର ଅଵେଲ ମାଝୀଙ୍କ ସପତ୍ନୀ କର୍ତ୍ତା ଭାବେ ଥାଇ ପୂଜାର୍ଚ୍ଚନା କରିଥିଲେ। ଏହି ଚଣ୍ଡି ପୂଜାକୁ ପୂଜକ ସୁଧାଂଶୁ ଷଡଙ୍ଗୀ ସମ୍ପାଦନା କରିଥିଲେ।ଏଥିରେ ପ୍ରାଚୀନ କାଳରୁ ଏହି ଶିବ ମନ୍ଦିର ସମ୍ମୁଖରେ ଥିବା ଚଣ୍ଡୀ ମାଁ କୁ ମାଁଙ୍କ ପାଇଁ ତିଆରି କରାଯାଇଥିବା ଗୃହ କୁ ପ୍ରତିଷ୍ଠା କରି ମାଁ ଙ୍କୁ ସ୍ଥାପନ କରାଯାଇଥିଲା। ସ୍ଥାପନ ବ୍ୟବସ୍ଥା ରେ ଥିବା ଜଵର ସିଂ ମାଝୀ, ବେଦବ୍ୟାସ ଚୌଧୁରୀ, ଉଜ୍ଜ୍ୱଳ କୁମାର ସାହୁ, ମାନସିଂହା ମାଝୀ,ବେଣୁଧରମାଝୀ,ଭାବସିଙ୍ଗମାଝୀ,ଲୋଭାଷ ଭୋଇ, ଚିତ୍ରସେନ ଭୋଇ,ଶରଦ ଜାନୀ,ଭୋଲା ମାଝୀ ,ମିଳିତ ପଶ୍ଚିମେଶ୍ଵର ଶିବ ମନ୍ଦିର ପୂଜା କମିଟି ସଭାପତି ଗ୍ୟାନ ପ୍ରକାଶ ମାଝୀ, ସଂପାଦକ ନବୀନ କିଶୋର ସାହୁଙ୍କ ସମେତ ରିଞ୍ଜା ଗ୍ରାମବାସୀ ଉପସ୍ଥିତ ଥିଲେ।

Post a Comment