ମହାଗୌରୀ ବେଶରେ ଦର୍ଶନ ଦେଉଛନ୍ତି ମା ସୁରେଶ୍ଵରୀ ଓ ଭଗବତୀ*
*ମହାଗୌରୀ ବେଶରେ ଦର୍ଶନ ଦେଉଛନ୍ତି ମା ସୁରେଶ୍ଵରୀ ଓ ଭଗବତୀ*
ସ୍ଵରାଜ ବାର୍ତ୍ତା/ସୁବର୍ଣ୍ଣପୁର :-(ମହାଦେବ ମଲ୍ଲିକ)ନବରାତ୍ରର ଅଷ୍ଟମ ଦିନରେ ସୋନପୁରର ଇଷ୍ଟଦେବୀ ମା ସୁରେଶ୍ଵରୀଙ୍କ ପୀଠରେ ଭୋର ସମୟରୁ ମନ୍ଦିର ଖୋଲା ଯାଇ ଯଥା ବିଧି ପୂଜାର୍ଚ୍ଚନା ଶେଷ ହୋଇଥିବା ବେଳେ ଆଜି ମହଗୌରୀ ବେଶରେ ମା ଉଭା ହୋଇ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି l ମନ୍ଦିରରେ ନବଦିନାତ୍ମକ ଚଣ୍ଡୀ ମହାଯଜ୍ଞର ଅଷ୍ଟମ ଦିବସରେ ସୂର୍ଯ୍ୟ ପୂଜା, ଗୋ ପୂଜା, ଗୁରୁ, ବ୍ରାହ୍ମଣ ପୁଜନମ ବିଭିନ୍ନ ଦେବା ଦେବୀଙ୍କ ପୂଜାପାଠ ସୁରେଶ୍ଵରୀଙ୍କ ଷୋଡଶ ଉପଚାର ପୂଜା ଆରତୀ ପୁଷ୍ପାଞ୍ଜଳି ସହ ଚଣ୍ଡୀଯଜ୍ଞ, ହବନ, ଆରତୀ, ପୁଷ୍ପାଞ୍ଜଳି ଓ ପ୍ରସାଦ ବଣ୍ଟନ ହେବା ନେଇ କମିଟି ପକ୍ଷରୁ ସୂଚନା ମିଳିଛି l ସେହିପରି ସହର ର ସର୍ବ ପୁରାତନ ମା ଭଗବତୀ ଙ୍କ ପୀଠରେ ମଧ୍ଯ ମହଗୌରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମା ଭଗବତୀ l ସହରର ଗଡ଼ଭିତର ସ୍ଥିତ ଦୁର୍ଗା ମନ୍ଦିରରେ ମଧ୍ୟ ମହଗୌରୀ ବେଶ ରେ ଦର୍ଶନ ଦେଉଛନ୍ତି ମା ଦୁର୍ଗା l ଆଜି ମା’ଙ୍କ ମହଗୌରୀ ବେଶ ତେବେ ଆସନ୍ତୁ ଜାଣିବା ମା’ଙ୍କର ଏହି ବେଶ ମହାତ୍ମ୍ୟ ବିଷୟରେ lମହାଗୌରୀ: ‘ମହାଗୌରୀ' ମା' ଦୁର୍ଗାଙ୍କର ଅଷ୍ଟମ ଶକ୍ତି l ଶରୀରର ବର୍ଣ୍ଣ ଗୌର ହେତୁ ତାଙ୍କର ନାମ 'ମହାଗୌରୀ’ l ଶଙ୍ଖ, ଚନ୍ଦ୍ର ଓ କୁନ୍ଦପୁଷ୍ପ ସହିତ ତାଙ୍କର ଶରୀରର ବର୍ଣ୍ଣ ର ତୁଳନା କରାଯାଏ l ଶାସ୍ତ୍ରୋକ୍ତି ଅଛି "ଅଷ୍ଟବର୍ଷା ଭବେଦ୍ ଗୌରୀ” ଅର୍ଥାତ୍-ତାଙ୍କୁ ଆଠବର୍ଷ ବୟସ ବୋଲି ମନେକରାଯାଏ l ଦେବୀ ଶ୍ଵେତବସନା ଏବଂ ଶ୍ବେତବୃଷଭ ବାହନା l ଚତୁର୍ଭୁଜା ଏହି ଦେବୀଙ୍କର ଦକ୍ଷିଣ ଦୁଇ ଭୁଜରେ ଅଭୟ ମୁଦ୍ରା ଓ ତ୍ରିଶୂଳ ଏବଂ ବାମ ଦୁଇ ଭୁଜରେ ବରଦ ମୁଦ୍ରା ଓ ଡମ୍ବରୁ ଶୋଭାପାଏ l ଭାବଭଙ୍ଗୀରେ ଏହି ଦେବୀ ଶାନ୍ତ l 'ମହାଗୌରୀ' ନବରାତ୍ରିର ଅଷ୍ଟମ ଦିନର ଉପାସ୍ୟା ତାଙ୍କର ଶକ୍ତି ଅମୋଘ ଓ ଫଳପ୍ରଦ ତାଙ୍କର ଉପାସନା ଭକ୍ତ ଓ ସାଧକଙ୍କର ସକଳ କଳୁଷ ନାଶ କରେ l ଭବିଷ୍ୟତରେ ମଧ୍ୟ ଭକ୍ତ ଓ ସାଧକଙ୍କର କୌଣସି ପାପ, ସନ୍ତାପ, ଦୁଃଖେ, ଦୈନ୍ୟ ରହେ ନାହିଁ ସେ ପର୍ବତୋଭାବେ ପବିତ୍ର ଓ ଅକ୍ଷୟ ପୁଣ୍ୟର ଅଧିକାରୀ ହୁଅନ୍ତି l ଦେବୀଙ୍କର କୃପା ଫଳରେ ଅଲୌକିକ ସିଦ୍ଧି ଲାଭ ହୁଏ l

Post a Comment