କାଳରାତ୍ରୀ ବେଶରେ ଦର୍ଶନ ଦେଉଛନ୍ତି ମା ସୁରେଶ୍ଵରୀ ଓ ଭଗବତୀ
କାଳରାତ୍ରୀ ବେଶରେ ଦର୍ଶନ ଦେଉଛନ୍ତି ମା ସୁରେଶ୍ଵରୀ ଓ ଭଗବତୀ
ସ୍ଵରାଜ ବାର୍ତ୍ତା/ସୁବର୍ଣ୍ଣପୁର :- (ମହାଦେବ ମଲ୍ଲିକ)ନବରାତ୍ରର ସପ୍ତମ ଦିନରେ ସୋନପୁରର ଇଷ୍ଟଦେବୀ ମା ସୁରେଶ୍ଵରୀଙ୍କ ପୀଠରେ ଭୋର ସମୟରୁ ମନ୍ଦିର ଖୋଲା ଯାଇ ଯଥା ବିଧି ପୂଜାର୍ଚ୍ଚନା ଶେଷ ହୋଇଥିବା ବେଳେ ଆଜି କାଳରାତ୍ରୀ ବେଶରେ ମା ଉଭା ହୋଇ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି l ମନ୍ଦିରରେ ନବଦିନାତ୍ମକ ଚଣ୍ଡୀ ମହାଯଜ୍ଞର ସପ୍ତମ ଦିବସରେ ସୂର୍ଯ୍ୟ ପୂଜା, ଗୋ ପୂଜା, ଗୁରୁ, ବ୍ରାହ୍ମଣ ପୁଜନମ ବିଭିନ୍ନ ଦେବା ଦେବୀଙ୍କ ପୂଜାପାଠ ସୁରେଶ୍ଵରୀଙ୍କ ଷୋଡଶ ଉପଚାର ପୂଜା ଆରତୀ ପୁଷ୍ପାଞ୍ଜଳି ସହ ଚଣ୍ଡୀଯଜ୍ଞ, ହବନ, ଆରତୀ, ପୁଷ୍ପାଞ୍ଜଳି ଓ ପ୍ରସାଦ ବଣ୍ଟନ ହେବା ନେଇ କମିଟି ପକ୍ଷରୁ ସୂଚନା ମିଳିଛି l ସେହିପରି ସହର ର ସର୍ବ ପୁରାତନ ମା ଭଗବତୀ ଙ୍କ ପୀଠରେ ମଧ୍ଯ କାଳରାତ୍ରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମା ଭଗବତୀ l ସହରର ଗଡ଼ଭିତର ସ୍ଥିତ ଦୁର୍ଗା ମନ୍ଦିରରେ ମଧ୍ୟ କାଳରାତ୍ରୀ ବେଶ ରେ ଦର୍ଶନ ଦେଉଛନ୍ତି ମା ଦୁର୍ଗା l ଆଜି ମା’ଙ୍କ କାଳରାତ୍ରୀ ବେଶ ତେବେ ଆସନ୍ତୁ ଜାଣିବା ମା’ଙ୍କର ଏହି ବେଶ ମହାତ୍ମ୍ୟ ବିଷୟରେ l 'କାଳରାତ୍ରି' ମା' ଦୁର୍ଗାଙ୍କର ସପ୍ତମ ଶକ୍ତି ତାଙ୍କର ଶରୀରର ବର୍ଣ୍ଣ ନିରନ୍ଧ୍ର ଅନ୍ଧକାର ପରି କଳା l ମସ୍ତକର କେଶ ଆଲୁକାୟିତ ଗଳାରେ ବିଦ୍ୟୁତ୍ ପରି ତୀପ୍ତ ମାଳା l ସେ ତ୍ରିନେତ୍ରା ଏବଂ ସେହି ନେତ୍ରତ୍ରୟ ବ୍ରହ୍ମାଣ୍ଡ ପରି ବର୍ତ୍ତୁଳ l ତାଙ୍କର ନାସିକାର ଶ୍ଵାସ ପ୍ରଶ୍ବାସରେ ବହୁଶିଖା ଦୃଶ୍ୟମାନ ହୁଏ l ଦେବୀ ଗଦ୍ଦର୍ଭବାହନା ଓ ଚତୁର୍ଭୁଜା l ତାଙ୍କର ଦକ୍ଷିଣ ଦୁଇ ଭୁଜରେ ଅଭୟ ଓ ବରଦମୁଦ୍ରା ଏବଂ ବାମ ଦୁଇ ଭୁଜରେ ଲୌହକଣ୍ଟକ ଓ ଖଡ୍ଗ ପରିଲକ୍ଷିତ ହୁଏ l ମାତ୍ର ରୂପ ଭୟଙ୍କର ହେଲେ ମଧ୍ୟ, ଏହି ଦେବୀ ଦୃଷ୍ଟ ବିନାଶିନୀ ଓ ମଙ୍ଗଳଦାତ୍ରୀ ତେଣୁ ତାଙ୍କର ଅନ୍ୟନାମ 'ଶୁଭଙ୍କରୀ' l କାଳରାତ୍ରି' ନବରାତ୍ରିର ସପ୍ତମଦିନର ଉପାସ୍ୟା ଏହି ଦିନ ସାଧକଙ୍କର ମନ ସହସ୍ରାରଚକ୍ରରେ ଅବସ୍ଥାନ କରେ l ଦେବୀଙ୍କର ସାକ୍ଷାତ ସାଧକଙ୍କୁ ମହାପୁଣ୍ୟ ପ୍ରଦାନ କରେ ତାଙ୍କର ସମସ୍ତ ପାପ ଓ ବାଧାବିଘ୍ନର ବିନାଶ ଘଟି ସେ ଅକ୍ଷୟ ପୁଣ୍ୟର ଅଧିକାରୀ ହୁଅନ୍ତି I

Post a Comment