ଜିଲ୍ଲାପାଳ ଙ୍କ ସୁପୁତ୍ର ଓ ଏ ଏସ ସୌମ୍ୟକାନ୍ତ ଙ୍କୁ ଓଡ଼ିଶା ସାମ୍ବାଦିକ ସଂଘ ପକ୍ଷରୁ ସମ୍ବର୍ଦ୍ଧନା

 ଜିଲ୍ଲାପାଳ ଙ୍କ ସୁପୁତ୍ର ଓ ଏ ଏସ ସୌମ୍ୟକାନ୍ତ ଙ୍କୁ ଓଡ଼ିଶା ସାମ୍ବାଦିକ ସଂଘ ପକ୍ଷରୁ ସମ୍ବର୍ଦ୍ଧନା

 ସ୍ଵରାଜ ବାର୍ତ୍ତା/ସୁବର୍ଣ୍ଣପୁର - (ମହାଦେବ ମଲ୍ଲିକ)ଓ ଏ ଏସ ପରୀକ୍ଷାରେ କୃତକାର୍ଯ୍ୟ ହେଲେ ସୁବର୍ଣ୍ଣପୁର ଜିଲ୍ଲାପାଳ ଙ୍କ ସୁପୁତ୍ର, ଶ୍ରୀମାନ ଶାସ୍ଵତ ସୌମ୍ୟକାନ୍ତ ଓ  ୨୩୫ ନମ୍ବର ରେଙ୍କ ରେ ସଫଳ ହୋଇ ଜନ୍ମ ମାଟି କଳାହାଣ୍ଡି ଜିଲ୍ଲା ସମେତ ସୁବର୍ଣ୍ଣପୁର ଜିଲ୍ଲାର ମଧ୍ୟ ସୁନାମ ଅର୍ଜନ କରି ଗୌରବ ବଢାଇଛନ୍ତି। ସେ ଭବିଷ୍ୟତ ରେ ଜଣେ ଦକ୍ଷ ଆଇଏ ଏସ ଅଧିକାରୀ ହୋଇ ତଳ ସ୍ତର ର ଅପହଞ୍ଚ ଅଞ୍ଚଳ ର ଲୋକ ଙ୍କୁ ଉତ୍ତମ ସେବା ଦେବାକୁ ଲକ୍ଷ୍ୟ ରଖି ନିଃସ୍ଵାର୍ଥପର ଭାବେ ରାଜ୍ୟ ତଥା ଦେଶ ର ସେବା କରିବାକୁ  ସୁବର୍ଣ୍ଣପୁର ଜିଲ୍ଲାପାଳ ଙ୍କ ବାସ ଭବନ ରେ ସେ ଆଜି ମିଡ଼ିଆ ଙ୍କୁ ପ୍ରତିକ୍ରିୟା ରଖିଛନ୍ତି l  ମା ମାଣିକେଶ୍ଵରୀ ମା ସୁରେଶ୍ଵରୀ ଙ୍କ ଆଶୀର୍ବାଦ ଓ ବାପା ମାଆ ଭଉଣି ମାନଙ୍କ ଙ୍କ ପ୍ରେରଣା ରେ ଆଜି ଏ ସଫଳତା ଆଣି ଦେଇଛି ବୋଲି ମଧ୍ୟ ପ୍ରକାଶ କରିଛନ୍ତି ସୌମ୍ୟ l ଶ୍ରୀମାନ ସୈ। ମ୍ୟକାନ୍ତ ଙ୍କ ବାପା ସୁବର୍ଣ୍ଣପୁର ଜିଲ୍ଲାପାଳ ଡ. ନୃପ ରାଜ ସାହୁ କହିଛନ୍ତି ଯେ ସେ ବହୁତ ପରିଶ୍ରମ କରିଥିଲା। ତାହାର କଠିଣ ଅଧ୍ୟବସାୟ ଯେ।ଗୁଁ ତାକୁ ଏହି ସଫଳତା ମିଳିଛି। ଗାଁ ର ଗରିବ ନିଷ୍ପେସିତ ଲେ।କଙ୍କୁ ଉନ୍ନତ ସେବା ପ୍ରଦାନ ସହ ଏକ ଦରଦି ମନ ନେଇ ଜନସାଧାରଣ ଙ୍କୁ ସେବା ଯେ।ଗାଇ  ଦେବାକୁ ମୋର ପରାମର୍ଶ ରହିବ ବୋଲି ସେ ପ୍ରକାଶ କରିଛନ୍ତି। ଓ ମା ସୁରେଶ୍ଵରୀ ଙ୍କ  ଆଶୀର୍ବାଦ ନେଇ ଏ ଜିଲ୍ଲା ରେ ଦାୟିତ୍ଵ ନେବା ପରେ ମା ଙ୍କ ଏହା ଚମତ୍କାର ବୋଲି କହି ଜିଲ୍ଲା ର ଦୃତ ବିକାଶ ଦିଗରେ କାର୍ଯ୍ୟ ଜାରି ରଖି ମା ଙ୍କ ଠାରେ  କୃତଜ୍ଞ  ବୋଲି କହିଥିଲେ l ଓଡ଼ିଶା ସାମ୍ବାଦିକ ସଂଘ ସୋନପୁର ଶାଖା ପକ୍ଷରୁ ସୌମ୍ୟକାନ୍ତ ଙ୍କୁ ଆଜି ଜିଲ୍ଲାପାଳ ଙ୍କ ବାସ ଭବନ ରେ ଉପଢୌକନ ଓ ସ୍ମୃତି ଫଳକ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଜ୍ଞାପନ କରି ଶୁଭ କାମନା କରି ଥିଲେ l ସଂଘ ର ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟଦିଲ୍ଲୀପ ପାତ୍ର, ଜିଲ୍ଲା ଶାଖା ସଭାପତି ମନୋରଂଜନ ତ୍ରିପାଠୀ,   ସମ୍ପାଦକ ମହାଦେବ ମଲ୍ଲିକ, ରାଜ୍ୟ ସାଂଗଠାନିକ ସମ୍ପାଦକ ରାଜ କିଶୋର ତ୍ରିପାଠୀ, ଉପ ସଭାପତି ବିବେକା ନନ୍ଦ ମିଶ୍ର ଙ୍କ ସମେତ ଜିଲ୍ଲା ର କିଛି ଗଣ ମାଧ୍ୟମ ପ୍ରତିନିଧି ଏହି କାର୍ଯ୍ୟ କ୍ରମ ରେ ଉପସ୍ଥିତ ଥିଲେ l

No comments

Powered by Blogger.